କୋରାପୁଟ(ସୂର୍ଯ୍ୟ ପାତ୍ର): ମା’ କୋଳରୁ ହଠାତ୍ ଗାଏବ ହୋଇଗଲା ୩ମାସର ଶିଶୁ କନ୍ୟା। ଆଉ ଖୋଜାଖୋଜି ପରେ ଘରଠୁ କିଛି ଦୂରରୁ ମିଳିଲା ମୃତଦେହ। ଏପରି ଅଭାବନୀୟ ଘଟଣା କୋରାପୁଟ ଜିଲ୍ଲା ଦଶମନ୍ତପୁରରେ ଘଟିଛି। ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ମୃତ ଶିଶୁ କନ୍ୟାର ମା’ ଅନିତା ମୁଦୁଲିଙ୍କ କହିବାନୁଯାୟୀ, “ଗତ ରାତିରେ ମୋ’ ପାଖରେ ୩ ମାସର ଶିଶୁକନ୍ୟା ଓ ୨ ବର୍ଷର ଶିଶୁପୁତ୍ର ଶୋଇଥିଲେ। ହେଲେ ରାତିରେ ହଠାତ୍ ନିଦ ଭାଙ୍ଗିବାରୁ ଛୁଆକୁ ପାଇ ନ ଥିଲି। ଏହାପରେ ବିଭିନ୍ନ ଜାଗାରେ ଖୋଜାଖୋଜି କରି ନିରାଶ ହୋଇଥିଲୁ। ଆଜି ସକାଳୁ ଜଣେ ବଧିର ବ୍ୟକ୍ତି ଖଳାରେ ମୃତଦେହ ପଡ଼ିଥିବା ଦେଖି ଖବର ଦେଇଥିଲେ। ସେଠାକୁ ଯାଇ ଝିଅର ମୃତଦେହ ଦେଖିଥିଲୁ।”
ତେବେ କିପରି ଶିଶୁକନ୍ୟା ମା’ ପାଖରୁ ଗଲା, କିପରି ତା’ର ମୃତ୍ୟୁ ହେଲା, କିମ୍ବା ହତ୍ୟା କରାଯାଇଛି ସେ ସମ୍ପର୍କରେ କିଛି ଜଣାପଡ଼ିନାହିଁ । ପୁଲିସ୍ ପହଞ୍ଚି ତନାଘନା ଆରମ୍ଭ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଆସୁଛନ୍ତି ରାଷ୍ଟ୍ରପତି; ପୁରୀରେ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କଲେ ଡିଜିପି
ସୁରକ୍ଷା ଦାୟିତ୍ୱରେ ୮୦ ପ୍ଲାଟୁନ ପୁଲିସ୍ ଫୋର୍ସ ସହ ୩୦୦ ବରିଷ୍ଠ ଅଧିକାରୀ ମୁତୟନ ହେବେ। କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି କହିଲେ ଡିଜିପି ୱାଇ.ବି ଖୁରାନିଆ।
Miscellaneous
ସୋମବାର ମହାପ୍ରଭୁଙ୍କ ପଇତାଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ
ମାର୍ଗଶୀର କୃଷ୍ଣ ପକ୍ଷ ଦଶମୀ ତିଥିରେ ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତୀଙ୍କ ପଇତାଲାଗି ନୀତି ଅନୁଷ୍ଠିତ ହୁଏ। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ।
Politics
ତେଜୁଛି ଯାଜପୁର କଳି, ପୁଣି ବିଜେଡି-ବିଜେପି ମୁହାଁମୁହିଁ
ଯାଜପୁର ଘଟଣାକୁ ନେଇ ବିଜେଡି ଓ ବିଜେପି ପୁଣି ମୁହାଁମୁହିଁ ହୋଇଛନ୍ତି। ବିଜେଡି ପ୍ରେସମିଟ୍ କରି ପୁଲିସ ଉପରେ ଦୋଷ ଲଦିଥିବାବେଳେ କାଉଣ୍ଟର କରିଛି ବିଜେପି।
Miscellaneous
ଆସିଲା ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା
୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଖାତାକୁ ଗଲା 'ସୁଭଦ୍ରା' ଟଙ୍କା। ସୁନ୍ଦରଗଡ଼ରେ ଟଙ୍କା ରିଲିଜ୍ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।