ବିଧାନସଭାରେ ଚିଟ୍‌ଫଣ୍ଡ୍‌ ତାତି, ଗାଉନ୍‌ ପିନ୍ଧି ଗୃହରେ ପ୍ରତିବାଦ କଲେ ବିରୋଧୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ରାଜ୍ୟ ବିଧାନସଭାରେ ଚିଟ୍‌ଫଣ୍ଡ୍‌ ତାତି ଦେଖିବାକୁ ମିଳିଥିଲା। ସିବିଆଇକୁ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରାଯାଉଛି ବୋଲି କହି ଗତକାଲି କେନ୍ଦ୍ରକୁ ବିଜେଡିର ଆଟାକ୍ ପରେ ଆଜି ବିଧାନସଭାରେ କାଉଣ୍ଟର ଆଟାକ୍ କରିଛି ବିଜେପି। ପ୍ରଶ୍ନକାଳ ଆରମ୍ଭ ହେଉହେଉ ଚିଟ୍‌ଫଣ୍ଡ୍ ସଂପର୍କିତ ଲେଖାଥିବା ଗାଉନ୍ ପିନ୍ଧି ଦଳୀୟ ବିଧାୟକମାନେ ଗୃହ ମଧ୍ୟଭାଗରେ ଗର୍ଜନ କରିଥିଲେ। ନିଶାନାରେ ଥିଲେ ମମତା ବାନାର୍ଜୀ ଓ ନବୀନ ପଟ୍ଟନାୟକ। ‘ଉଭୟ ଚିଟ୍‌ଫଣ୍ଡ୍‌ ଚୋର ବୋଲି ପ୍ରଶ୍ନ […]

chit-fund-issue-rocks-odisha-assembly

chit-fund-issue-rocks-odisha-assembly

Manoranjan Sial
  • Published: Tuesday, 05 February 2019
  • Updated: 05 February 2019, 09:53 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ରାଜ୍ୟ ବିଧାନସଭାରେ ଚିଟ୍‌ଫଣ୍ଡ୍‌ ତାତି ଦେଖିବାକୁ ମିଳିଥିଲା। ସିବିଆଇକୁ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରାଯାଉଛି ବୋଲି କହି ଗତକାଲି କେନ୍ଦ୍ରକୁ ବିଜେଡିର ଆଟାକ୍ ପରେ ଆଜି ବିଧାନସଭାରେ କାଉଣ୍ଟର ଆଟାକ୍ କରିଛି ବିଜେପି। ପ୍ରଶ୍ନକାଳ ଆରମ୍ଭ ହେଉହେଉ ଚିଟ୍‌ଫଣ୍ଡ୍ ସଂପର୍କିତ ଲେଖାଥିବା ଗାଉନ୍ ପିନ୍ଧି ଦଳୀୟ ବିଧାୟକମାନେ ଗୃହ ମଧ୍ୟଭାଗରେ ଗର୍ଜନ କରିଥିଲେ। ନିଶାନାରେ ଥିଲେ ମମତା ବାନାର୍ଜୀ ଓ ନବୀନ ପଟ୍ଟନାୟକ। 'ଉଭୟ ଚିଟ୍‌ଫଣ୍ଡ୍‌ ଚୋର ବୋଲି ପ୍ରଶ୍ନ କରିବା କଣ ଭୁଲ୍ କି' ଲେଖାଥିବା ଗାଉନ୍‌ ପିନ୍ଧି ବିଧାୟକମାନେ ଗୃହ ମଧ୍ୟଭାଗରେ ବୁଲିଥିଲେ।

ଏନେଇ ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି- “ଓଡ଼ିଶା ନବୀନ ପଟ୍ଟନାୟକ ଓ ତାଙ୍କ ଦଳର ବିଧାୟକମାନେ ଚିଟ୍‌ଫଣ୍ଡ ଦୁର୍ନୀତିରେ ଫସିଛନ୍ତି। ସରୋଜ ସାହୁ କିଏ? ତାଙ୍କ ସହ ମୁଖ୍ୟମନ୍ତ୍ରୀଙ୍କର କଣ ସମ୍ପର୍କ ରହିଛି? ମମତା ବାନାର୍ଜୀଙ୍କୁ ଢାଲ କରି ନବୀନ ସିବିଆଇ ପଞ୍ଝାରୁ ବଞ୍ଚିବା ପାଇଁ ବିଜେଡି ଚେଷ୍ଟା କରୁଛି।”

ସେପଟେ କୋଲକାତାରେ ନରେନ୍ଦ୍ର ମୋଦି ସରକାରଙ୍କ ବିରୋଧରେ ଲଢ଼େଇ କରୁଥିବା ମମତା ବାନାର୍ଜୀ ଆଜି ନବୀନ ପଟ୍ଟନାୟକଙ୍କ ସମର୍ଥନ ଲୋଡ଼ିଛନ୍ତି। ପରବର୍ତ୍ତୀ ଷ୍ଟ୍ରାଟେଜି ନେଇ ନବୀନଙ୍କ ସହ କଥା ହେବେ ବୋଲି ଦିଦି କହିବା ପରେ ତେଜିଛି ରାଜନୀତି।

ଚିଟ୍‌ଫଣ୍ଡ ମାମଲାରେ ପୂର୍ବରୁ ବିଜେଡିର କେତେକ ବିଧାୟକ ଓ ସାଂସଦ ଗିରଫ ହୋଇଥିଲେ। ନିକଟରେ ପୁଣି ଦୁଇ ବିଧାୟକଙ୍କୁ ହାଜର ଲାଗି ସମନ୍ କରିଛି ସିବିଆଇ। ତେଣୁ ସିବିଆଇ ଭୟରେ ମମତା ଓ ନବୀନ ଏକାଠି ହେଉଥିବା କହି ବାଣ ମାରିଛି କଂଗ୍ରେସ।

ବିରୋଧୀ ଦଳ ମୁଖ୍ୟସଚେତକ ତାରାପ୍ରସାଦ ବାହିନୀପତି କହିଛନ୍ତି-“ବିଜେଡିର ଦୁଇ ଜଣ ବିଧାୟକଙ୍କୁ ସିବିଆଇ ଜେରା କରିବା ପାଇଁ ଡାକିଛି। ସେଥିପାଇଁ ନବୀନ ପଟ୍ଟନାୟକ ଭୟଭୀତ ଅଛନ୍ତି। ଠିକ୍‌ ସେମିତି ମମତା ମଧ୍ୟ ଚିଟ୍‌ଫଣ୍ଡ ଦୁର୍ନୀତିରେ ଫସିଛନ୍ତି। ତେଣୁ ସିବିଆଇ ପଞ୍ଝାରୁ ମୁକୁଳିବା ପାଇଁ ଉଭୟ (ନବୀନ ଓ ମମତା) ପରସ୍ପରର ସହଯୋଗ ମାଗୁଛନ୍ତି।”

ପଶ୍ଚିମବଙ୍ଗରେ ମମତା ସରକାର ଯେଉଁ ଚିଟ୍‌ଫଣ୍ଡ ଦୁର୍ନୀତିର ଅଠାକାଠିରେ ଫସିଛି। ନବୀନ ସରକାର ବିରୋଧରେ ସମାନ ଅଭିଯୋଗ ରହିଛି। ତେଣୁ ମହାଗଠବନ୍ଧନକୁ ନା କହିଥିବା ବିଜେଡି, ମମତାଙ୍କ ସହ ସିବିଆଇ ବିରୋଧରେ ସ୍ୱର ମିଳାଇଥିଲେ ମଧ୍ୟ ତାଙ୍କୁ ଖୋଲାଖୋଲି ସମର୍ଥନ ଦେଉନାହାନ୍ତି। ତେଣୁ ମୋଦିଙ୍କ ରୋଷର ଶିକାର ନହେବା ପାଇଁ ବିଜେଡି ସାପ ମରୁ କିନ୍ତୁ ବାଡ଼ି ନଭାଙ୍ଗୁ ନୀତି ଧରିଥିବା ଚର୍ଚ୍ଚା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story