ଦକ୍ଷିଣ ଓଡ଼ିଶାରେ ବନ୍ୟା ପରିସ୍ଥିତି, ୭ ଜିଲ୍ଲାପାଳଙ୍କୁ ରିପୋର୍ଟ ତଲବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ଦକ୍ଷିଣ ଓଡ଼ିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗୁଣପୁର ଓ କାଶୀନଗରଠାରେ ନଦୀ ଜଳସ୍ତର ବୃଦ୍ଧି ପାଉଥିବାବେଳେ ରାୟଗଡ଼ା ସମେତ ୭ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ରାଜ୍ୟ ସରକାର ଜରୁରୀକାଳୀନ ଭିତ୍ତିରେ ରିପୋର୍ଟ ତଲବ କରିଛନ୍ତି। ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ଆଜି ସନ୍ଧ୍ୟାରେ ରାୟଗଡ଼ା, ଗଜପତି, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳର ଜିଲ୍ଲାପାଳଙ୍କୁ ଚିଠି ଲେଖି ସମ୍ଭାବ୍ୟ […]

Heavy_Rain

Heavy_Rain

Manoranjan Sial
  • Published: Wednesday, 07 August 2019
  • Updated: 07 August 2019, 08:28 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ଦକ୍ଷିଣ ଓଡ଼ିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗୁଣପୁର ଓ କାଶୀନଗରଠାରେ ନଦୀ ଜଳସ୍ତର ବୃଦ୍ଧି ପାଉଥିବାବେଳେ ରାୟଗଡ଼ା ସମେତ ୭ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ରାଜ୍ୟ ସରକାର ଜରୁରୀକାଳୀନ ଭିତ୍ତିରେ ରିପୋର୍ଟ ତଲବ କରିଛନ୍ତି।

ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ଆଜି ସନ୍ଧ୍ୟାରେ ରାୟଗଡ଼ା, ଗଜପତି, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳର ଜିଲ୍ଲାପାଳଙ୍କୁ ଚିଠି ଲେଖି ସମ୍ଭାବ୍ୟ ବନ୍ୟା ପରିସ୍ଥିତି ସମ୍ପର୍କରେ ସତର୍କ କରାଇଛନ୍ତି। କେନ୍ଦ୍ରୀୟ ଜଳ ଆୟୋଗଙ୍କଠୁ ମିଳିଥିବା ତଥ୍ୟ ଅନୁସାରେ ଆଜି ସନ୍ଧ୍ୟା ୫ଟା ସୁଦ୍ଧା ଗୁଣପୁର ଓ କାଶୀନଗରଠାରେ ଜଳସ୍ତର ବୃଦ୍ଧି ପାଉଥିବାବେଳେ ପ୍ରବଳ ବର୍ଷା ଯୋଗୁ ସ୍ଥିତି ଅଧିକ ସଙ୍ଗୀନ ହେବାର ଆଶଙ୍କା ରହିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ଆବଶ୍ୟକ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଛନ୍ତି।

ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ସେଠୀ ଆଜି ଏହି ୭ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ବର୍ଷା ଓ ସମ୍ଭାବ୍ୟ ବନ୍ୟାରେ ପ୍ରଭାବିତ ହେବାକୁ ଥିବା ସମ୍ବେଦନଶୀଳ ଗାଁ ଗୁଡ଼ିକର ତାଲିକା ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏସବୁ ଅଞ୍ଚଳରେ ଥିବା ଲୋକମାନଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ନିମନ୍ତେ ପଦକ୍ଷେପ ନେବା ସହ ମାଗଣା ରନ୍ଧା ଖାଦ୍ୟ, ପାନୀୟ ଜଳ ଓ ଶୁଖିଲା ଖାଦ୍ୟ, ଆଲୋକ ସୁବିଧା ଯୋଗାଇ ଦେବା ପାଇଁ କହିଛନ୍ତି। ଆଶ୍ରୟ ସ୍ଥଳରେ ସ୍ୱାସ୍ଥ୍ୟ ଟିମକୁ ମୁତୟନ କରିବା ସହ ନଦୀ ବନ୍ଧ ଭାଙ୍ଗିବା ଆଶଙ୍କା ଥିବା ସ୍ଥାନଗୁଡ଼ିକ ଓ କେନାଲ ବନ୍ଧରେ ତୁରନ୍ତ ମରାମତି ପାଇଁ ଇଞ୍ଜିନିୟରିଂ ବିଭାଗଗୁଡ଼ିକର ଅଫିସରମାନଙ୍କୁ ସତର୍କ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବନ୍ଧ ଭାଙ୍ଗିବାର ଆଶଙ୍କା ଥିବା ସ୍ଥାନରେ ଯୁଦ୍ଧକାଳୀନ ମରାମତି ପାଇଁ ଆବଶ୍ୟକ ସାମଗ୍ରୀ ରଖିବାକୁ କୁହାଯାଇଛି। ଦୁର୍ଗମ ଅଞ୍ଚଳଗୁଡ଼ିକରେ ଖାଦ୍ୟସାମଗ୍ରୀ ଓ ଶୁଖିଲା ଖାଦ୍ୟ ମହଜୁଦ ରଖିବାକୁ ପରାମର୍ଶ ଦିଆଯାଇଛି। ବର୍ଷାରେ ଯେଉଁମାନଙ୍କର ଘର କ୍ଷତିଗ୍ରସ୍ତ ହେବ ସେମାନଙ୍କୁ ତୁରନ୍ତ ପଲିଥିନ୍ ଶୀଟ୍ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାର କେଉଁ ସବୁ ସ୍ଥାନରେ ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍ ଟିମକୁ ମୁତୟନ କରାଯିବାର ଆବଶ୍ୟକତା ଅଛି, ତାହା ଆଜି ସୁଦ୍ଧା ଜଣାଇବାକୁ ଶ୍ରୀ ସେଠୀ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story