‘ମ୍ୟାଡାମ୍ ଆମକୁ ଲୁଗାସଫା ଓ ବାସନ ମଜା କାମ କରିବାକୁ କହିଲେ’

ଜଳେଶ୍ୱର (ଅଜିତ କୁମାର ଦାସ): ଜଣେ ତହସିଲଦାରଙ୍କ ପତ୍ନୀଙ୍କ ନାଁରେ ନିର୍ଯାତନା ଅଭିଯୋଗ ଆଣିଲେ ଚତୁର୍ଥ ଶ୍ରେଣୀ କର୍ମଚାରୀ। ଏନେଇ କର୍ମଚାରୀମାନେ ଆଜି ବାଲେଶ୍ୱର ଜିଲ୍ଲାପାଳଙ୍କ ପାଖରେ ଫେରାଦ ହୋଇଛନ୍ତି। ଅନ୍ୟପକ୍ଷରେ ତହସିଲ୍‌ଦାରଙ୍କ ପତ୍ନୀ ମଧ୍ୟ, ସମ୍ପୃକ୍ତ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ନାଁରେ ଭୋଗରାଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। କର୍ମଚାରୀମାନେ ତାଙ୍କୁ ଦୁର୍ବ୍ୟବହାର କରିଥିବା ଏଥିରେ ସେ ଦର୍ଶାଇଛନ୍ତି। ଭୋଗରାଇ ତହସିଲ ଅଫିସ୍‌ର, ରବିଶଙ୍କର ନନ୍ଦି ନାମକ ଚତୁର୍ଥ ଶ୍ରେଣୀ କର୍ମଚାରୀ ଆଜି ବାଲେଶ୍ୱର ଜିଲ୍ଲାପାଳଙ୍କ […]

Complaint-against-Bhograi-Tehsildar's-wife-for-engaging-class-4-employees-&-clerks-in-personal-work

Manoranjan Sial
  • Published: Saturday, 09 March 2019
  • Updated: 09 March 2019, 09:56 PM IST

Sports

Latest News

ଜଳେଶ୍ୱର (ଅଜିତ କୁମାର ଦାସ): ଜଣେ ତହସିଲଦାରଙ୍କ ପତ୍ନୀଙ୍କ ନାଁରେ ନିର୍ଯାତନା ଅଭିଯୋଗ ଆଣିଲେ ଚତୁର୍ଥ ଶ୍ରେଣୀ କର୍ମଚାରୀ। ଏନେଇ କର୍ମଚାରୀମାନେ ଆଜି ବାଲେଶ୍ୱର ଜିଲ୍ଲାପାଳଙ୍କ ପାଖରେ ଫେରାଦ ହୋଇଛନ୍ତି। ଅନ୍ୟପକ୍ଷରେ ତହସିଲ୍‌ଦାରଙ୍କ ପତ୍ନୀ ମଧ୍ୟ, ସମ୍ପୃକ୍ତ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ନାଁରେ ଭୋଗରାଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। କର୍ମଚାରୀମାନେ ତାଙ୍କୁ ଦୁର୍ବ୍ୟବହାର କରିଥିବା ଏଥିରେ ସେ ଦର୍ଶାଇଛନ୍ତି।

ଭୋଗରାଇ ତହସିଲ ଅଫିସ୍‌ର, ରବିଶଙ୍କର ନନ୍ଦି ନାମକ ଚତୁର୍ଥ ଶ୍ରେଣୀ କର୍ମଚାରୀ ଆଜି ବାଲେଶ୍ୱର ଜିଲ୍ଲାପାଳଙ୍କ ପାଖରେ କରିଥିବା ଅଭିଯୋଗ ଅନୁଯାୟୀ, ଗତକାଲି ଭୋଗରାଇ ତହସିଲଦାର ସନତ କୁମାର ନାୟକ, କାର୍ଯ୍ୟାଳୟର ଦୁଇଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ତାଙ୍କ କ୍ୱାର୍ଟର୍ସକୁ ପଠାଇଥିଲେ। ସେଥିରେ ରବି ଶଙ୍କର ବି ଥିଲେ। ସାର୍‌ଙ୍କ ନିର୍ଦ୍ଦେଶରେ ସେମାନେ କ୍ୱାର୍ଟର୍ସକୁ ଯାଇ ମାଡ଼ାମ (ତହସିଲଦାରଙ୍କ ପତ୍ନୀ)ଙ୍କୁ ଭେଟିଥିଲେ। ଏହାପରେ ମାଡ଼ାମ ସଙ୍ଗେସଙ୍ଗେ ଦୁହିଁଙ୍କୁ ବିଭିନ୍ନ କାମ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଯେମିତି କି- ଲୁଗାସଫା, ବାସନ ଧୁଆ ଓ ଚଟାଣ ପୋଛା ଇତ୍ୟାଦି କାମ କରିବାକୁ ମାଡ଼ାମ ବତେଇବାରୁ, ସେଥିରେ ରାଜି ହୋଇନଥିଲେ ରବିଶଙ୍କର ଓ ତାଙ୍କ ଅନ୍ୟ ସହକର୍ମୀ। ଫଳରେ ମାଡ଼ାମ ସେମାନଙ୍କୁ ଅଶ୍ଲୀଳ ଭାଷାରେ ଗାଳି ଦେବା ସହିତ ଆଣ୍ଠେଇବାକୁ କହିଲେ ବୋଲି ରବିଶଙ୍କର ଅଭଯୋଗ କରିଛନ୍ତି।

ଏହି ଘଟଣା ଜଣାପଡ଼ିବା ପରେ ଭୋଗରାଇ ତହସିଲର କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଆଜି ସମସ୍ତ ଚତୁର୍ଥ ଶ୍ରେଣୀ ଓ କିରାଣୀମାନେ ଜିଲ୍ଲାପାଳଙ୍କୁ ଭେଟି ତହସିଲଦାରଙ୍କ ପତ୍ନୀଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଜିଲ୍ଲାପାଳ ଅଭିଯୋଗ ଶୁଣି ଘଟଣାର ତଦନ୍ତ ପାଇଁ ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପକ୍ଷରେ ତହସିଲଦାରଙ୍କ ପତ୍ନୀ ଆଜି ଭୋଗରାଇ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ତହସିଲର ଦୁଇ ଚତୁର୍ଥ ଶ୍ରେଣୀ କର୍ମଚାରୀ ତାଙ୍କୁ ଅସଦାଚରଣ କରିଥିବା ଏଫ୍‌ଆଇଆର୍‌ ସେ ଦର୍ଶାଇଛନ୍ତି। ମାତ୍ର ବର୍ତ୍ତମାନ ସୁଦ୍ଧା ପୁଲିସ ମାମଲା ରୁଜୁ କରିନାହିଁ।

(ଭିଡିଓରେ ଶୁଣନ୍ତୁ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଅଭିଯୋଗ)

https://youtu.be/JGAmQpquU04

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story