ପାରିକରଙ୍କ ପାଇଁ ବିଜେପିର ଶ୍ରଦ୍ଧାଞ୍ଜଳି ସଭା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୋମବାର ରାଜ୍ୟ ବିଜେପି କାର୍ଯ୍ୟାଳୟଠାରେ ଆୟୋଜିତ ଏକ ଶ୍ରଦ୍ଧାଞ୍ଜଳି ସଭାରେ ରାଜ୍ୟ ବିଜେପି ନେତୃବୃନ୍ଦ ଗୋଆ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ମନୋହର ପାରିକରଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କର ସ୍ମୃତି ଚାରଣ କରିଥିଲେ। ସ୍ୱର୍ଗତଃ ପାରିକର ଗତ କିଛି ଦିନ ହେଲା ଅସୁସ୍ଥ ଥିବା ସତ୍ତ୍ୱେ ବି ନିଜର ଦୃଢ଼ ମନୋବଳ ଯୋଗୁଁ ଅଫିସ ଯାଉଥିଲେ ଏବଂ ବିଧାନସଭା ଯାଇ ବଜେଟ୍ ମଧ୍ୟ ଉପସ୍ଥାପନ କରିଥିଲେ। ସେ କେନ୍ଦ୍ରରେ ପ୍ରତିରକ୍ଷା ମନ୍ତ୍ରୀ ଥିବାବେଳେ […]

condolence-of-manohar-parrikar-in-bbsr-bjp-office

condolence-of-manohar-parrikar-in-bbsr-bjp-office

Manoranjan Sial
  • Published: Monday, 18 March 2019
  • Updated: 18 March 2019, 10:33 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୋମବାର ରାଜ୍ୟ ବିଜେପି କାର୍ଯ୍ୟାଳୟଠାରେ ଆୟୋଜିତ ଏକ ଶ୍ରଦ୍ଧାଞ୍ଜଳି ସଭାରେ ରାଜ୍ୟ ବିଜେପି ନେତୃବୃନ୍ଦ ଗୋଆ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ମନୋହର ପାରିକରଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କର ସ୍ମୃତି ଚାରଣ କରିଥିଲେ।

ସ୍ୱର୍ଗତଃ ପାରିକର ଗତ କିଛି ଦିନ ହେଲା ଅସୁସ୍ଥ ଥିବା ସତ୍ତ୍ୱେ ବି ନିଜର ଦୃଢ଼ ମନୋବଳ ଯୋଗୁଁ ଅଫିସ ଯାଉଥିଲେ ଏବଂ ବିଧାନସଭା ଯାଇ ବଜେଟ୍ ମଧ୍ୟ ଉପସ୍ଥାପନ କରିଥିଲେ। ସେ କେନ୍ଦ୍ରରେ ପ୍ରତିରକ୍ଷା ମନ୍ତ୍ରୀ ଥିବାବେଳେ ଭାରତୀୟ ସେନା ପାକ୍ ଅଧିକୃତ କାଶ୍ମୀରରେ ପ୍ରବେଶ କରି ସର୍ଜିକାଲ ଷ୍ଟ୍ରାଇକ୍ କରିଥିଲା। ଏପରି ଏକ ଜନନାୟକଙ୍କ ବିୟୋଗ ଦେଶବାସୀଙ୍କ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ବିଜେପି ନେତୃବୃନ୍ଦ କହିଥିଲେ।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ନବରଙ୍ଗପୁରର ସାଂସଦ ବଳଭ୍ରଦ ମାଝୀ, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ରାଜ୍ୟ ମୁଖପାତ୍ର, ସଜ୍ଜନ ଶର୍ମା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିରଞ୍ଚି ନାରାୟଣ ତ୍ରିପାଠୀ, ପ୍ରତାପ ମିଶ୍ର, ଭୁବନାନନ୍ଦ ତ୍ରିପାଠୀ, ପଞ୍ଚାନନ ନାୟକ, ରାଜ୍ୟ କୃଷକ ମୋର୍ଚ୍ଚାର ସାଧାରଣ ସଂପାଦକ ଶ୍ରୀ ସୁରଥ ବିଶ୍ୱାଳ, ଖୋର୍ଦ୍ଧା ଜିଲ୍ଲା ସଭାପତି ଶ୍ରୀ ସୁବାସ ଜେନା, ରାଜ୍ୟ କାର୍ଯ୍ୟାଳୟ ସଂପାଦକ ଦେବେନ୍ଦ୍ର ନନ୍ଦ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos