କ୍ରାନ୍ତି ଦିବସରେ ସ୍ୱାଧୀନତା ସଂଗ୍ରାମୀଙ୍କୁ ସମ୍ୱର୍ଦ୍ଧନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ରାନ୍ତି ଦିବସ ଅବସରରେ ସ୍ୱାଧୀନତା ସଂଗ୍ରାମୀଙ୍କୁ ସମ୍ମାନିତ କରାଯାଇଛି।  ପ୍ରତିବର୍ଷ ଅଗଷ୍ଟ ୯ ତାରିଖ କ୍ରାନ୍ତି ଦିବସ ଅବସରରେ ରାଷ୍ଟ୍ରପତି ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସମ୍ମାନିତ କରିଥାନ୍ତି। ତେବେ ଚଳିତବର୍ଷ ମହାମାରୀ କରୋନା କଟକଣା ଯୋଗୁଁ ସ୍ୱାଧୀନତା ସଂଗ୍ରାମୀଙ୍କୁ ନିଜ ବାସ ଭବନରେ ସମ୍ମାନିତ କରାଯାଇଛି। ରଣପୁର ବ୍ଲକ ମଝିଆଁଖଣ୍ଡ ଗାଁର ସ୍ୱାଧୀନତା ସଂଗ୍ରାମୀ ଈଶ୍ୱର ଚନ୍ଦ୍ର ବିଶୋଇଙ୍କୁ ସମ୍ମାନିତ କରିଛନ୍ତି। ନୟାଗଡ଼ ଉପଜିଲ୍ଲାପାଳ ଲଗ୍ନଜିତ ରାଉତ ରାଷ୍ଟ୍ରପତି ଭବନରୁ ଏକ ସ୍ୱତନ୍ତ୍ର ଖାମରେ ଆସିଥିବା […]

august-kranti-devas

august-kranti-devas

Manoranjan Sial
  • Published: Sunday, 09 August 2020
  • Updated: 09 August 2020, 04:56 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ରାନ୍ତି ଦିବସ ଅବସରରେ ସ୍ୱାଧୀନତା ସଂଗ୍ରାମୀଙ୍କୁ ସମ୍ମାନିତ କରାଯାଇଛି।  ପ୍ରତିବର୍ଷ ଅଗଷ୍ଟ ୯ ତାରିଖ କ୍ରାନ୍ତି ଦିବସ ଅବସରରେ ରାଷ୍ଟ୍ରପତି ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସମ୍ମାନିତ କରିଥାନ୍ତି। ତେବେ ଚଳିତବର୍ଷ ମହାମାରୀ କରୋନା କଟକଣା ଯୋଗୁଁ ସ୍ୱାଧୀନତା ସଂଗ୍ରାମୀଙ୍କୁ ନିଜ ବାସ ଭବନରେ ସମ୍ମାନିତ କରାଯାଇଛି। ରଣପୁର ବ୍ଲକ ମଝିଆଁଖଣ୍ଡ ଗାଁର ସ୍ୱାଧୀନତା ସଂଗ୍ରାମୀ ଈଶ୍ୱର ଚନ୍ଦ୍ର ବିଶୋଇଙ୍କୁ ସମ୍ମାନିତ କରିଛନ୍ତି। ନୟାଗଡ଼ ଉପଜିଲ୍ଲାପାଳ ଲଗ୍ନଜିତ ରାଉତ ରାଷ୍ଟ୍ରପତି ଭବନରୁ ଏକ ସ୍ୱତନ୍ତ୍ର ଖାମରେ ଆସିଥିବା ରାଷ୍ଟ୍ରପତିଙ୍କ ବାର୍ତ୍ତା ଓ ଉପଢୌକନ ସ୍ୱାଧୀନତା ସଂଗ୍ରାମୀ ଈଶ୍ୱର ଚନ୍ଦ୍ର ବିଶୋଇଙ୍କୁ ପ୍ରଦାନ କରିଛନ୍ତି।

ସେହିପରି କେନ୍ଦ୍ରାପଡା ଜିଲ୍ଲା ହାଟବାଣପୁରର ସ୍ୱାଧୀନତା ସଂଗ୍ରାମୀ ମକରଧ୍ୱଜ ଦାସଙ୍କୁ ତାଙ୍କ ବାସଭବନରେ ସମ୍ମାନିତ କରିଛନ୍ତି ଜିଲ୍ଲା ପ୍ରଶାସନ। ରାଷ୍ଟ୍ରପତିଙ୍କ ପକ୍ଷରୁ ଆସିଥିବା ଶୁଭେଚ୍ଛା ପତ୍ର ଓ ଉପଢୌକନ ପ୍ରଦାନ କରି ସମ୍ମାନିତ କରିଛନ୍ତି ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ।

ଜଗତସିଂହପୁର ଜିଲ୍ଲା ବାଲିକୁଦା ଭଗବାନ ସିଣ୍ଢୋଳ ଗାଁର ସ୍ୱାଧୀନତା ସଂଗ୍ରାମୀ ବିଶ୍ୱନାଥ ଦାସଙ୍କୁ କ୍ରାନ୍ତି ଦିବସ ଅବସରରେ ସମ୍ମାନୀତ କରାଯାଇଛି। ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସଂଗ୍ରାମୀ ବିଶ୍ୱନାଥ ଦାସଙ୍କ ବାସଭବନକୁ ଯାଇ ରାଷ୍ଟ୍ରପତିଙ୍କ ତରଫରୁ ଆସିଥିବା ଉତ୍ତରୀୟ ଓ ଶୁଭେଚ୍ଛା ପତ୍ର ଦେଇ ସମ୍ମାନିତ କରିଛନ୍ତି।

ଭଦ୍ରକ ଜ଼ିଲ୍ଲାର ତିନି ଜଣ ସ୍ୱାଧୀନତା ସଂଗ୍ରାମୀଙ୍କୁ କ୍ରାନ୍ତି ଦିବସ ଅବସରରେ ସମ୍ବର୍ଦ୍ଧିତ କରାଯାଇଛି। ଧାମନଗର ବ୍ଲକ ସୂର୍ଯ୍ୟପୁର ଅଞ୍ଚଳର ରାମହରି ଗୋସ୍ୱାମୀ, ଗୌରୀଶ୍ୟାମ ଗୋସ୍ୱାମୀଙ୍କୁ ଜିଲ୍ଲାପାଳ ରାଷ୍ଟ୍ରପତିଙ୍କ ପାଖରୁ ଆସିଥିବା ଶୁଭେଚ୍ଛା ବାର୍ତ୍ତା ଓ ଉତ୍ତରୀୟ ଦେଇ ସମ୍ମାନୀତ କରିଛନ୍ତି। କମାରବନ୍ଧ ଗାଁରେ କଣ୍ଟେନମେଣ୍ଟ ଜୋନ ଥିବାରୁ ସ୍ୱାଧୀନତା ସଂଗ୍ରାମୀ ବ୍ରଜ କିଶୋର ରାଉତଙ୍କୁ ଧାମନଗର ବିଡ଼ିଓ ଓ ଥାନା ଅଧିକାରୀ ସମ୍ମାନିତ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos