ଗାନ୍ଧୀଙ୍କ ହତ୍ୟା ସମ୍ପର୍କିତ ଭୁଲ୍‌ ତଥ୍ୟ ଦେଇ ଅଡୁଆରେ ସରକାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଅତି ବର୍ବରତା ଭାବେ ହତ୍ୟା କରାଯାଇଥିଲା। ଏକଥା ସମଗ୍ର ବିଶ୍ୱ ଜାଣିଛି। ହେଲେ ଏହାକୁ ଲୁଚାଇବାକୁ ଉଦ୍ୟମ କରିଥିଲା ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଯାହାକୁ ନେଇ ଆଜି ବିଧାନସଭାରେ ହୋ-ହାଲ୍ଲା ହୋଇଛି। ବିରୋଧୀ ବିଜେପି ଓ କଂଗ୍ରେସ ଗଣଶିକ୍ଷାମନ୍ତ୍ରୀଙ୍କ ବିବୃତ୍ତି ଦାବି କରିଥିଲେ। ବିରୋଧୀଙ୍କ ଦାବିକୁ ଗ୍ରହଣ କରିଥିଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ଏପରିକି ଆସନ୍ତାକାଲି ଏନେଇ ଗୃହରେ ବିବୃତ୍ତି ରଖିବାକୁ ଗଣଶିକ୍ଷାମନ୍ତ୍ରୀଙ୍କୁ ନିର୍ଦ୍ଦେଶ […]

gandhi

gandhi

Manoranjan Sial
  • Published: Friday, 15 November 2019
  • Updated: 15 November 2019, 03:55 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଅତି ବର୍ବରତା ଭାବେ ହତ୍ୟା କରାଯାଇଥିଲା। ଏକଥା ସମଗ୍ର ବିଶ୍ୱ ଜାଣିଛି। ହେଲେ ଏହାକୁ ଲୁଚାଇବାକୁ ଉଦ୍ୟମ କରିଥିଲା ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଯାହାକୁ ନେଇ ଆଜି ବିଧାନସଭାରେ ହୋ-ହାଲ୍ଲା ହୋଇଛି। ବିରୋଧୀ ବିଜେପି ଓ କଂଗ୍ରେସ ଗଣଶିକ୍ଷାମନ୍ତ୍ରୀଙ୍କ ବିବୃତ୍ତି ଦାବି କରିଥିଲେ। ବିରୋଧୀଙ୍କ ଦାବିକୁ ଗ୍ରହଣ କରିଥିଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ଏପରିକି ଆସନ୍ତାକାଲି ଏନେଇ ଗୃହରେ ବିବୃତ୍ତି ରଖିବାକୁ ଗଣଶିକ୍ଷାମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି।

ଗାନ୍ଧୀଙ୍କ ହତ୍ୟାକୁ ନେଇ ଆଜି ଗୃହରେ ସରଗରମ ଆଲୋଚନା ହୋଇଥିଲା। ପ୍ରଥମେ ଏହି ପ୍ରସଙ୍ଗ ଉଠାଇଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। କଟାକ୍ଷ କରି କହିଥିଲେ, ରାଜ୍ୟ ସରକାର ଗାନ୍ଧୀଜୀଙ୍କ ମୃତ୍ୟୁକୁ ଏକ ଆକସ୍ମିକ ମୃତ୍ୟୁ ଘଟଣା କହୁଛନ୍ତି। କେତେକ ଗାନ୍ଧୀଜୀଙ୍କ ହତ୍ୟାକାରୀ ନାଥୁରାମ ଗଡ଼ସେକୁ ପୂଜା କରୁଛନ୍ତି। ତେବେ ଗଡସେର ପ୍ରତିମୂର୍ତ୍ତି ତିଆରି କରିବେ କି? ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ, ନ ହେଲେ କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲେ ନରସିଂହ ମିଶ୍ର।

ନରସିଂହ ମିଶ୍ର କହିଛନ୍ତି-“ରାଜ୍ୟ ସରକାର ଓଡ଼ିଶାବାସୀଙ୍କୁ ଜଣାଇବାକୁ ଚାହୁଁଛନ୍ତି ମହାତ୍ମାଗାନ୍ଧୀଙ୍କୁ ହତ୍ୟା କରାଯାଇନଥିଲା ଓ ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡ଼ସେ ନୁହେଁ। ଏହା ହେଉଛି ସବୁଠାରୁ ଦୁର୍ଭାଗ୍ୟ ଜନକ ଘଟଣା।”

ବିଜେଡି ସଦସ୍ୟ ମଧ୍ୟ ଏଥିପାଇଁ ଉଦ୍‌ବେଗ ପ୍ରକାଶ କରିଥିଲେ। ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି-“ମହାତ୍ମା ଗାନ୍ଧୀଙ୍କ ସମ୍ପର୍କରେ ଭୁଲ୍‌ ତଥ୍ୟ ଦିଆଗଲେ ଦଳମତ ନିର୍ବିଶେଷରେ ସମସ୍ତେ ନିନ୍ଦା ଓ ବିରୋଧ କରିବା ଦରକାର। ମୁଁ ଜାଣିନି, ଗାନ୍ଧୀଙ୍କ ମୃତ୍ୟୁ ଆକସ୍ମିକ ଭାବେ ହେଲା ବୋଲି। ଯେଉଁଠୁ ଖବର ପ୍ରକାଶ ପାଇଛି, ତାହା କେଉଁଠାରୁ ଆସିଲା? ଆମେ ସମସ୍ତ ଜାଣୁ ଗାନ୍ଧୀଜୀ ପ୍ରାର୍ଥନା ସଭାକୁ ଗଲା ବେଳେ ଆତତାୟୀର ଗୁଳିରେ ପ୍ରାଣ ହରାଇଥିଲେ। ଏହାହିଁ ଇତିହାସ କହୁଛି।”

ରାଜ୍ୟ ସରକାରଙ୍କ ଏପରି କାର୍ଯ୍ୟକୁ ବିଜେପି ବିରୋଧ କରିଛି। ସେଥିପାଇଁ ବିଜେପିର ସମସ୍ତ ବିଧାୟକ ମୁହଁରେ କଳାପଟି ବାନ୍ଧି ଗୃହରେ ପ୍ରତିବାଦ କରିଥିଲେ। ଏହା ଉପରେ ରୁଲିଂ ଦେଇ କାଲି ଗୃହରେ ଉତ୍ତର ରଖିବାକୁ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି। ଏହା ପରେ ଗୃହକୁ ଦିନ ୩ଟା ଯାଏ ମୁଲତବୀ ରଖିଥିଲେ ବାଚସ୍ପତି।

ଆମ ବାପୁଜୀ ଏକ ଝଲକ ନାଁରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ପ୍ରକାଶ ପାଇଥିବା ପ୍ରଚାର ପତ୍ରରେ ଥିରେ ଗାନ୍ଧୀଜୀଙ୍କ ହତ୍ୟାକୁ ନେଇ ବିଭ୍ରାନ୍ତିକର ତଥ୍ୟ ରହିଛି। ଏଥିରେ ଲେଖା ହୋଇଛି ଯେ, ୩୦ ଜାନୁଆରୀ ୧୯୪୮ ରେ ଏକ ଆକସ୍ମିକ ଘଟଣା କ୍ରମେ ଗାନ୍ଧୀଜୀଙ୍କ ଦେହାବସାନ ହୋଇଥିଲା। ଯାହାକୁ ନେଇ ବିବାଦ ଦେଖାଦେଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos