୨୦ରୁ ରାଜ୍ୟବ୍ୟାପୀ ବିକ୍ଷୋଭ କରିବ କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅର୍ଥନୀତିକ ମାନ୍ଦାବସ୍ଥା, ବେକାରୀ ସମସ୍ୟା, ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ଅହେତୁକ ମୂଲ୍ୟ ବୃଦ୍ଧି ଏବଂ କେନ୍ଦ୍ରର ବିଜେପି ଓ ରାଜ୍ୟର ବିଜେଡ଼ି ସରକାରଙ୍କ କୃଷକ ଓ ଜନମାରଣ ନୀତି ବିରୋଧରେ ରାଜ୍ୟ କଂଗ୍ରେସ ବିକ୍ଷୋଭ ଓ ପ୍ରତିବାଦ କରିବ। ଚଳିତମାସ ୨୦ରୁ ୨୨ତାରିଖ ମଧ୍ୟରେ ଏହି ବିକ୍ଷୋଭ କାର୍ଯ୍ୟକ୍ରମ ଜିଲ୍ଲାୱାରି କରାଯିବ। ତା’ପରେ ୨୩ତାରିଖରେ ଭୁବନେଶ୍ୱରଠାରେ ଏକ ବିଶାଳ ପ୍ରତିବାଦ ସଭା ଆୟୋଜନ କରାଯିବାକୁ ନିଷ୍ପତ୍ତି ହୋଇଛି। ଆଜି କଂଗ୍ରେସ ଭବନରେ ପିସିସି ସଭାପତି […]

congress

congress

Manoranjan Sial
  • Published: Thursday, 14 November 2019
  • Updated: 14 November 2019, 10:54 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅର୍ଥନୀତିକ ମାନ୍ଦାବସ୍ଥା, ବେକାରୀ ସମସ୍ୟା, ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ଅହେତୁକ ମୂଲ୍ୟ ବୃଦ୍ଧି ଏବଂ କେନ୍ଦ୍ରର ବିଜେପି ଓ ରାଜ୍ୟର ବିଜେଡ଼ି ସରକାରଙ୍କ କୃଷକ ଓ ଜନମାରଣ ନୀତି ବିରୋଧରେ ରାଜ୍ୟ କଂଗ୍ରେସ ବିକ୍ଷୋଭ ଓ ପ୍ରତିବାଦ କରିବ। ଚଳିତମାସ ୨୦ରୁ ୨୨ତାରିଖ ମଧ୍ୟରେ ଏହି ବିକ୍ଷୋଭ କାର୍ଯ୍ୟକ୍ରମ ଜିଲ୍ଲାୱାରି କରାଯିବ। ତା’ପରେ ୨୩ତାରିଖରେ ଭୁବନେଶ୍ୱରଠାରେ ଏକ ବିଶାଳ ପ୍ରତିବାଦ ସଭା ଆୟୋଜନ କରାଯିବାକୁ ନିଷ୍ପତ୍ତି ହୋଇଛି।

ଆଜି କଂଗ୍ରେସ ଭବନରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସାଂଗଠନିକ ପ୍ରସଙ୍ଗରେ ଦଳୀୟ ନେତାମାନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଦଳୀୟ ସଂଗଠନକୁ ଜିଲ୍ଲାସ୍ତରରେ କ୍ରିୟାଶୀଳ କରିବା ପାଇଁ ଦାୟିତ୍ୱରେ ଥିବା ପର୍ଯ୍ୟବେକ୍ଷକମାନେ ସେମାନଙ୍କର ରିପୋର୍ଟ ପିସିସି ସଭାପତିଙ୍କୁ ପ୍ରଦାନ କରିଥିଲେ। ଦଳୀୟ ସଂଗଠନକୁ ସୁଦୃଢ଼ କରିବା ପାଇଁ ନିଜ ଦାୟିତ୍ୱରେ ଥିବା ଜିଲ୍ଲାକୁ ଗସ୍ତ କରି କଂଗ୍ରେସ ନେତୃବୃନ୍ଦ ଓ ବିଭିନ୍ନ ବର୍ଗର ଲୋକଙ୍କୁ ଭେଟି ସଂଗ୍ରହ କରିଥିବା ମତାମତ ଓ ତଥ୍ୟକୁ ସେମାନେ ପିସିସି ସଭାପତିଙ୍କୁ ଅବଗତ କରିଥିଲେ। କିଛି ପର୍ଯ୍ୟବେକ୍ଷକ ଏପର୍ଯ୍ୟନ୍ତ ଜିଲ୍ଲା ଗସ୍ତରେ ଯାଇନଥିବାରୁ ସେମାନଙ୍କୁ ପିସିସି ସଭାପତି ଚାହିଁଲେ ପରିବର୍ତ୍ତନ କରି ପ୍ରକ୍ରିୟାକୁ ସମାପ୍ତ କରିପାରିବେ ବୋଲି ବୈଠକରେ ଉପସ୍ଥିତ ନେତାମାନେ ମତ ଦେଇଥିଲେ।

ସେହିପରି ଜିଲ୍ଲା ସ୍ତରରେ ପ୍ରତ୍ୟେକ ଜିଲ୍ଲା ସଦର ମହାକୁମାଠାରେ କଂଗ୍ରେସର ସାଂସଦ ପ୍ରାର୍ଥୀମାନଙ୍କ ନେତୃତ୍ୱରେ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଗ୍ରହଣ କରାଯିବାକୁ ବୈଠକରେ ନିଷ୍ପତ୍ତି ହୋଇଛି । ସମସ୍ତ ବିଧାୟକ ପ୍ରାର୍ଥୀମାନଙ୍କ ସହ ଆଲୋଚନା ଓ ପରାମର୍ଶ କରି ସାଂସଦ ପ୍ରାର୍ଥୀମାନେ ନଭେମ୍ବର ୨୦, ୨୧ ଓ ୨୨ ରିଖ ମଧ୍ୟରେ ଧାରଣା ପ୍ରତିବାଦ ଓ ବିକ୍ଷୋଭ କାର୍ଯ୍ୟକ୍ରମକୁ ଆୟୋଜନର ତାରିଖ ସମ୍ପର୍କରେ ପିସିସି ସଭାପତିଙ୍କୁ ଅବଗତ କିରବେ। ଏହାସହିତ ଜିଲ୍ଲା ଦାୟିତ୍ୱରେ ଥିବା ପର୍ଯ୍ୟବେକ୍ଷକମାନେ ଏସବୁ କାର୍ଯ୍ୟକ୍ରମକୁ ଅନୁଧ୍ୟାନ ଓ ନିରୀକ୍ଷଣ କରି ପିସିସିକୁ ତଥ୍ୟ ପ୍ରଦାନ କରିବେ।

ଏସବୁ ବ୍ୟତୀତ ଆସନ୍ତା ୨୩ତାରିଖ ଶନିବାର ପୂର୍ବାହ୍ନରେ ପିସିସି ପକ୍ଷରୁ ଭୁବନେଶ୍ୱରଠାରେ ଏକ ବିଶାଳ ପ୍ରତିବାଦ ସଭା ଆୟୋଜନ କରାଯିବ। ଏହି କାର୍ଯ୍ୟକ୍ରମରେ ଏଆଇସିସି ପର୍ଯ୍ୟବେକ୍ଷକ ଦୀପାଦାସ ମୁନସି ଓ ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂ ଯୋଗ ଦେବେ। ଏହି କାର୍ଯ୍ୟକ୍ରମରେ ଦଳର ସମସ୍ତ ନେତୃମଣ୍ଡଳୀ, ବିଧାୟକ,ସାଂସଦ ପୂର୍ବତନ ବିଧାୟକ, କଂଗ୍ରେସ କର୍ମୀଙ୍କଠୁ ଆରମ୍ଭ କରି ୱାର୍ଡ ସଭ୍ୟ ପର୍ଯ୍ୟନ୍ତ ଲୋକପ୍ରତିନିଧି ଓ ପରାଜିତ ପ୍ରାର୍ଥୀମାନେ ଯୋଗ ଦେବାକୁ ପିସିସି ପକ୍ଷରୁ ଅନୁରୋଧ କରାଯାଇଛି।

ଆଜିର ଏହି ଜିଲ୍ଲା ପର୍ଯ୍ୟବେକ୍ଷକ ବୈଠକରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ସମେତ ବିଧାୟକ ତାରାପ୍ରସାଦ ବାହିନୀପତି, ରମେଶ ଜେନା, ଅଧିରାଜ ମୋହନ ପାଣିଗ୍ରାହୀ, ଦାଶରଥି ଗମାଙ୍ଗୋ, କୋରାପୁଟ ଲୋକସଭା ସାଂସଦ ସପ୍ତଗିରୀ ଉଲ୍ଲାକା, ବିଜୟଲକ୍ଷ୍ମୀ ସାହୁ, ଗଣେଶ୍ୱର ବେହେରା, ଭୁଜବଳ ମାଝୀ, ଜଜେ୍ଞଶ୍ୱର ବାବୁ, ଦେବାଶିଷ ପଟ୍ଟନାୟକ, ନବୀନ ନନ୍ଦ, ଉମାବଲ୍ଲଭ ରଥ, ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ସତ୍ୟପ୍ରକାଶ ନାୟକ, ଜ୍ଞାନଦେବ ବେହୁରା, ଯୋଗେଶ ଅଗ୍ରୱାଲ, ସମରେନ୍ଦ୍ର ମିଶ୍ର, ବିସ୍ମୟ ମହାପାତ୍ର ପ୍ରମୁଖ ଜିଲ୍ଲା କଂଗ୍ରେସ ପର୍ଯ୍ୟବେକ୍ଷକମାନେ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story