କରୋନା ମୁକାବିଲା ପାଇଁ କେତେ ପ୍ରସ୍ତୁତ ଓଡ଼ିଶା ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱର ସଂକ୍ରମିତ ଦେଶରୁ ୪ ହଜାରୁ ଊର୍ଦ୍ଧ୍ୱ ଓ ଭାରତର ସଂକ୍ରମିତ ବିଭିନ୍ନ ରାଜ୍ୟରୁ ଓଡ଼ିଶାକୁ ଫେରିଛନ୍ତି ୭୮ ହଜାର ଲୋକ। ଏମାନଙ୍କ ଭିତରୁ ସଂକ୍ରମିତ ନାହାଁନ୍ତି ବୋଲି ଭାବିବା ଭୁଲ୍ ହେବ । ଖୋଦ୍ କରୋନା ମୁକାବିଲା ଟିମର ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗ୍‌ଚୀଙ୍କ ଏ ସୂଚନା ପରେ ଚିନ୍ତା ବଢିଛି।  ଏବେ ସମସ୍ତଙ୍କ ମନରେ ପ୍ରଶ୍ନ, ଆଗକୁ ଓଡ଼ିଶାରେ ପଜିଟିଭ୍ ରୋଗୀଙ୍କ ସଂଖ୍ୟା ବଢିଲେ କେତେ ପ୍ରସ୍ତୁତ ଆମ ସ୍ୱାସ୍ଥ୍ୟ ଭିତ୍ତିଭୂମୀ । […]

coronavirus-test

coronavirus-test

Tapaswini Nayak
  • Published: Wednesday, 25 March 2020
  • Updated: 25 March 2020, 08:26 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱର ସଂକ୍ରମିତ ଦେଶରୁ ୪ ହଜାରୁ ଊର୍ଦ୍ଧ୍ୱ ଓ ଭାରତର ସଂକ୍ରମିତ ବିଭିନ୍ନ ରାଜ୍ୟରୁ ଓଡ଼ିଶାକୁ ଫେରିଛନ୍ତି ୭୮ ହଜାର ଲୋକ। ଏମାନଙ୍କ ଭିତରୁ ସଂକ୍ରମିତ ନାହାଁନ୍ତି ବୋଲି ଭାବିବା ଭୁଲ୍ ହେବ । ଖୋଦ୍ କରୋନା ମୁକାବିଲା ଟିମର ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗ୍‌ଚୀଙ୍କ ଏ ସୂଚନା ପରେ ଚିନ୍ତା ବଢିଛି।  ଏବେ ସମସ୍ତଙ୍କ ମନରେ ପ୍ରଶ୍ନ, ଆଗକୁ ଓଡ଼ିଶାରେ ପଜିଟିଭ୍ ରୋଗୀଙ୍କ ସଂଖ୍ୟା ବଢିଲେ କେତେ ପ୍ରସ୍ତୁତ ଆମ ସ୍ୱାସ୍ଥ୍ୟ ଭିତ୍ତିଭୂମୀ । ଏଭଳି ସ୍ଥିତିରେ ସରକାରୀ ଡାକ୍ତର ଓ ନର୍ସଙ୍କୁ ୪ ମାସର ଆଗୁଆ ଦରମା ସହ ଠିକାରେ ଅଧିକ ଡାକ୍ତର ଓ ନର୍ସ ନିଯୁକ୍ତି ପାଇଁ ସରକାର ପଦକ୍ଷେପ ନେଇଛନ୍ତି।

ସୁବ୍ରତୋ ବାଗଚୀ କହିଥିଲେ ସତର୍କ ନ ହେଲେ ମେ ମାସ ବେଳକୁ ଅତି ବେଶୀରେ ରାଜ୍ୟର ୩୬ ହଜାର ଲୋକଙ୍କୁ ଆକ୍ରାନ୍ତ କରିବ କରୋନା। ଏଭଳି ସମ୍ଭାବ୍ୟ ସ୍ଥିତି ପାଇଁ କିଭଳି ପ୍ରସ୍ତୁତ ହେଉଛି ଓଡିଶା ? ପୁରୀ ଜିଲ୍ଲା ଗୋପୀନାଥପୁର ପ୍ରାଥମିକ ବିଦ୍ୟାଳୟରେ ପ୍ରସ୍ତୁତ ହେଉଛି ଆଇସୋଲେସନ୍ ବେଡ୍ । ଗୋଟିଏ ପ୍ରକୋଷ୍ଠରେ ପ୍ରାୟ ୧ ମିଟର ଅନ୍ତରରେ ପଡିଛି ତିନିଟି ବେଡ । ରାଜ୍ୟର ୬୭୯୮ ପଞ୍ଚାୟତରେ ଏମିତି ଅସ୍ଥାୟୀ ମେଡିକାଲ କ୍ୟାମ୍ପ କରି ୭୨୭୬ ଲୋକଙ୍କ ପାଇଁ ଆଇସୋଲେସନ ବ଼େଡର ପ୍ରସ୍ତୁତି ଲାଗି ନିର୍ଦ୍ଦେଶ ଦେଇଛନ୍ତି ସରକାର । ସବୁ ସରକାରୀ ହସ୍ପିଟାଲ ଓ ମେଡିକାଲ କଲେଜରେ  ୩୧୮୩ ଟି ଆଇସୋଲେସନ ବେଡ ପ୍ରସ୍ତୁତ କରିବାକୁ କୁହାଯାଇଛି। ତା ବାଦ୍ ସବୁ ଘରୋଇ ହସପିଟାଲରେ ବି କରୋନା କର୍ଣ୍ଣର କରି ସ୍ୱତନ୍ତ୍ର ଭାବେ ବେଡ ପ୍ରସ୍ତୁତ ରଖିବାକୁ ବି ନିର୍ଦ୍ଦେଶ ଦିଆଯାଇଛି । ସହରର ୪୫୦ ବିଲିଡିଂକୁ ଚିହ୍ନଟ କରାଯାଇ ଏଥିରେ ୫୧ ହଜାର ୬୦ ବେଡ୍ ରଖିବାକୁ କୁହାଯାଇଛି।

ସେହିପରି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ତଥ୍ୟ କହୁଛି ରାଜ୍ୟରେ ପ୍ରାୟ ୨ ହଜାର ୮୫୧ ଡାକ୍ତର ପଦ ଖାଲି ପଡ଼ିଛି। ସେମିତି ପାରାମେଡିକାଲ ଷ୍ଟାଫ୍ ପଦବୀରେ ବି ପ୍ରାୟ ୧୬ ହଜାର ଖାଲି । ଏପଟେ ନୀତି ଆୟୋଗର ହେଲଥ୍‌ ଇଣ୍ଡେକ୍ସରେ ବି ତଳ ଆଡୁ ୫ଟି ରାଜ୍ୟ ଭିତରେ ଓଡ଼ିଶା । ତେଣୁ ଏପରି ସ୍ଥିତିରେ କରୋନାର ଭୟାବହତାରୁ ରକ୍ଷା କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ଠିକାରେ ଡାକ୍ତର ନର୍ସ ଓ ଫାର୍ମାସିଷ୍ଟ ନିଯୁକ୍ତି ପାଇଁ ବିଜ୍ଞାପନ ଦେଇଛି।  ବିଶେଷଜ୍ଞ ଡାକ୍ତରଙ୍କୁ ଦିନକୁ ୫ ହଜାର ଓ ମେଡିକାଲ ଅଫିସରଙ୍କୁ ୩ ହଜାର ମିଳିବ। ପାରାମେଡିକାଲ ଷ୍ଟାଫ ଭାବେ ଅନ୍ୟମାନଙ୍କୁ ମଧ୍ୟ ପ୍ରତିଦିନର ପାରିତୋଷିକ ଦେବାକୁ ଏଥିରେ କୁହାଯାଇଛି। ସେହିପରି ସରକାରୀ ଡାକ୍ତର ଓ ନର୍ସଙ୍କୁ ୪ ମାସର ଆଗୁଆ ଦରମା ଦେବାକୁ ନିଷ୍ପତ୍ତି ନିଆଯାଇଛି।

ଗୋଟିଏ ପଟେ ଆମେରିକା, ଇଟାଲି, ଫ୍ରାନ୍ସ ପରି ବିକାଶଶୀଳ ଦେଶରେ ସ୍ୱାସ୍ଥ୍ୟ ଭିତ୍ତି ଭୂମି ବେଶ ସୁଦୃଢ ସତ୍ତ୍ୱେ କରୋନା କାୟା ବଢାଉଛି। ଏବେ ଦେଶରେ ଦୁର୍ବଳ ଭିତ୍ତିଭୂମିରେ କରୋନାର ମୁକାବିଲା ନେଇ ନିଜେ ଚିନ୍ତା ପ୍ରକଟ କରିଛନ୍ତି ପ୍ରଧାନମନ୍ତ୍ରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story