‘ଶୀଘ୍ର ମିଳିବ ବର୍ଷାଜନିତ ଫସଲହାନୀର କ୍ଷତିପୂରଣ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲଗାଣ ବର୍ଷାରେ ପ୍ରଭାବିତ ୧୫ ଜିଲ୍ଲାର କ୍ଷତିଗ୍ରସ୍ତ ଚାଷୀଙ୍କୁ ଖୁବଶୀଘ୍ର ଦିଆଯିବ କ୍ଷତିପୂରଣ। ଦୁଇ ଦିନର ବର୍ଷା ରିପୋର୍ଟ ଆସି ଯାଇଛି। ତୃତୀୟ ଦିନର ରିପୋର୍ଟକୁ ଅପେକ୍ଷା କରାଯାଇଛି। ଏହା ମିଳିଯିବା ପରେ କ୍ଷତିପୂରଣ ଦିଆଯିବାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି।

ସେ କହିଛନ୍ତି- “ଯେଉଁ ପ୍ରଭାବିତ ଅଞ୍ଚଳରେ ସାଧାରଣ ବର୍ଷାଠାରୁ ତିନି ଗୁଣା ଅଧିକ ରେକର୍ଡ ହୋଇଥିବ ତାକୁ ଅତ୍ୟଧିକ ବର୍ଷା ପ୍ରଭାବିତ ଅଞ୍ଚଳ ଭାବେ ଧରାଯିବ। ସେହି ଅନୁସାରେ କ୍ଷତିପୂରଣ ପ୍ରଦାନ କରାଯିବ।”

କୃଷିମନ୍ତ୍ରି ଦାମୋଦର ରାଉତ କହିଛନ୍ତି,“ ବର୍ଷା ପ୍ରଭାବିତ ଅଞ୍ଚଳରେ ଅମଳ ହେବାକୁ ଥିବା ଧାନକୁ ଚାଷୀମାନେ ଯେପରି ଯତ୍ନ ସହକାରେ ସାଇତି ରଖିବେ ସେଥିପାଇଁ କୃଷି ବିଭାଗ ଅଧିକାରୀମାନେ ଘର ଘର ବୁଲି ପରାମର୍ଶ ଦେଉଛନ୍ତି।”

ବର୍ଷା ଦାଉରୁ ଯେପରି ଧାନର ରଙ୍ଗ ପରିବର୍ତ୍ତନ ନହୁଏ ସେଥିପାଇଁ ମଧ୍ୟ ଚାଷୀଙ୍କୁ ସୂଚନା ଓ ପରାମର୍ଶ ଦେବା ଲାଗି କୃଷିମନ୍ତ୍ରୀ ଆଜି ୧୭ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଫୋନରେ ଆଲୋଚନା କରିଛନ୍ତି।

Ordigital Desk
• Published: Friday, 17 November 2017
• Updated: 17 November 2017, 09:06 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲଗାଣ ବର୍ଷାରେ ପ୍ରଭାବିତ ୧୫ ଜିଲ୍ଲାର କ୍ଷତିଗ୍ରସ୍ତ ଚାଷୀଙ୍କୁ ଖୁବଶୀଘ୍ର ଦିଆଯିବ କ୍ଷତିପୂରଣ। ଦୁଇ ଦିନର ବର୍ଷା ରିପୋର୍ଟ ଆସି ଯାଇଛି। ତୃତୀୟ ଦିନର ରିପୋର୍ଟକୁ ଅପେକ୍ଷା କରାଯାଇଛି। ଏହା ମିଳିଯିବା ପରେ କ୍ଷତିପୂରଣ ଦିଆଯିବାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି।

ସେ କହିଛନ୍ତି- “ଯେଉଁ ପ୍ରଭାବିତ ଅଞ୍ଚଳରେ ସାଧାରଣ ବର୍ଷାଠାରୁ ତିନି ଗୁଣା ଅଧିକ ରେକର୍ଡ ହୋଇଥିବ ତାକୁ ଅତ୍ୟଧିକ ବର୍ଷା ପ୍ରଭାବିତ ଅଞ୍ଚଳ ଭାବେ ଧରାଯିବ। ସେହି ଅନୁସାରେ କ୍ଷତିପୂରଣ ପ୍ରଦାନ କରାଯିବ।”

କୃଷିମନ୍ତ୍ରି ଦାମୋଦର ରାଉତ କହିଛନ୍ତି,“ ବର୍ଷା ପ୍ରଭାବିତ ଅଞ୍ଚଳରେ ଅମଳ ହେବାକୁ ଥିବା ଧାନକୁ ଚାଷୀମାନେ ଯେପରି ଯତ୍ନ ସହକାରେ ସାଇତି ରଖିବେ ସେଥିପାଇଁ କୃଷି ବିଭାଗ ଅଧିକାରୀମାନେ ଘର ଘର ବୁଲି ପରାମର୍ଶ ଦେଉଛନ୍ତି।”

ବର୍ଷା ଦାଉରୁ ଯେପରି ଧାନର ରଙ୍ଗ ପରିବର୍ତ୍ତନ ନହୁଏ ସେଥିପାଇଁ ମଧ୍ୟ ଚାଷୀଙ୍କୁ ସୂଚନା ଓ ପରାମର୍ଶ ଦେବା ଲାଗି କୃଷିମନ୍ତ୍ରୀ ଆଜି ୧୭ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଫୋନରେ ଆଲୋଚନା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos