ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନକ୍ସଲ ନେତା ସବ୍ୟସାଚୀ ପଣ୍ଡାଙ୍କୁ କୋର୍ଟ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ବ୍ରହ୍ମପୁର ଏଡିଜେ-୧ ସଞ୍ଜୟ ସାହୁ ଏହି ରାୟ ଶୁଣାଇଛନ୍ତି।
ଏନେଇ ସରକାରୀ ଓକିଲ ଜ୍ଞାନେନ୍ଦ୍ର ଜେନା ସୂଚନା ଦେଇ କହିଛନ୍ତି,“ ଆଇପିସି ଧାରା ୧୨୧ ଅନୁସାରେ ଆଜୀବନ ସଜା ହୋଇଛି। ଆଇପିସି ଧାରା ୧୨୧- ଦେଶଦ୍ରୋହ ଅପରାଧରେ ଏହି ଦଣ୍ଡାଦେଶ ଦିଆଯାଇଛି।”
ତେବେ ଏହି କାରାଦଣ୍ଡାଦେଶ ଉପରେ ଆମେ ଉପର କୋର୍ଟକୁ ଯିବୁ ବୋଲି କହିଛନ୍ତି ସବ୍ୟସାଚୀଙ୍କ ଓକିଲ।
ବିଭିନ୍ନ ନକ୍ସଲ କାର୍ଯ୍ୟକଳାପରେ ସଂପୃକ୍ତ ଥିବା ସବ୍ୟସାଚୀ ୨୦୧୪ ଜୁଲାଇ ୧୭ ତାରିଖରେ ଗିରଫ ହୋଇଥିଲେ। ପୁଲିସ୍ ତାଙ୍କୁ ବ୍ରହ୍ମପୁର ମଙ୍ଗଳବାରପେଟା ସାହିରୁ ମଧ୍ୟରାତ୍ରିରେ ଗିରଫ କରିଥିଲା। ଗିରଫ ବେଳେ ତାଙ୍କ ଠାରୁ ଟଙ୍କା ସୁନା ସହ ମାରଣାସ୍ତ୍ର ଜବତ କରାଯାଇଥିଲା। ପୂର୍ବରୁ ସେ ୫୨ଟି ମାମଲାରେ ଖଲାସ ହୋଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
୨ ମାସ ଧରି ଚଳାଇଥିଲେ ଲୁଟ, ୬ ଲୁଟେରାଙ୍କୁ ଧରିଲା ପୁଲିସ
ବାଲେଶ୍ୱର ଏସ୍ପି ରାଜ ପ୍ରସାଦ କହିଛନ୍ତି ଯେ ପୁଲିସ୍ ସ୍ୱତନ୍ତ୍ର ଅପରେସନ ଜରିଆରେ ୬ ଜଣ ଭଦ୍ରକରୁ ଗିରଫ କରିଛି।
Crime
ଗୁଳିମାଡ଼ କରି ୮ ଜଣଙ୍କୁ ଛଡ଼ାଇ ନେଲେ ମାଛ ମାଫିଆ
ବେଆଇନ ଭାବେ ମାଛ ମାରୁଥିବା 'ତାରିଣୀ-୩' ଟ୍ରଲର ସହିତ ୯ ମତ୍ସ୍ୟଜୀବୀଙ୍କୁ ବନବିଭାଗ କାବୁ କରି ଆଣୁଥିଲା। ୬ଟି ଟ୍ରଲର ବନବିଭାଗର କର୍ମଚାରୀଙ୍କ ଉପରକୁ ସଂଘବଦ୍ଧ ଆକ୍ରମଣ କରି ୮ ମତ୍ସ୍ୟଜୀବୀଙ୍କୁ ଛଡାଇ ନେଲେ ମାଛ ମାଫିଆ।
Crime
ଆଶ୍ରମ ବିଦ୍ୟାଳୟରୁ ଛାତ୍ର ନିଖୋଜ, ୬ ଦିନ ହେଲା ମିଳୁନି ପତ୍ତା
ଘଟଣା ସମ୍ପର୍କରେ ବିଦ୍ୟାଳୟ କର୍ତ୍ତୃପକ୍ଷ ବଡ଼ମ୍ବା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅନ୍ୟପଟେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତାକୁ ଦାୟୀ କରିଛନ୍ତି ଛାତ୍ରଙ୍କ ପରିବାର।
Crime
ଯୌତୁକ ପାଇଁ ମାରିଦେଲେ! ୧୦ ମାସ ତଳେ ହୋଇଥିଲା ବାହାଘର
ବାପ ଘର ଲୋକ ଅଭିଯୋଗ କରିଛନ୍ତି ଯେ ଯୌତୁକ ପାଇଁ ଝିଅକୁ ହତ୍ୟା କରାଯାଇଛି। ଶ୍ୱଶୁର ଘର ଲୋକେ କହିଛନ୍ତି ଯେ ସେ ଆତ୍ମହତ୍ୟା କରିଛନ୍ତି। ଯଦି ଆତ୍ମହତ୍ୟା କରିଛନ୍ତି, ତା’ହେଲେ ତା’ର କାରଣ ଯୌତୁକ ନିର୍ଯାତନା ନୁହେଁ ତ?