୨୭ ସୁଦ୍ଧା ଫସଲ କ୍ଷୟକ୍ଷତି ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତ ବନ୍ୟା ଓ ଲଗାଣ ବର୍ଷା ଯୋଗୁ ଫସଲ, ମତ୍ସ୍ୟ ଓ ପଶୁସମ୍ପଦର କ୍ଷୟକ୍ଷତି ରିପୋର୍ଟ ଚଳିତମାସ ୨୭ତାରିଖ ସୁଦ୍ଧା ଦାଖଲ କରିବା ପାଇଁ କୃଷି, ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି । ମନ୍ତ୍ରୀ ଶ୍ରୀ ସ୍ୱାଇଁ ଆଜି କୃଷି ଭବନରେ ବିଭାଗର ପ୍ରମୁଖ ସଚିବ, ସମସ୍ତ ନିର୍ଦ୍ଦେଶକ, ସମସ୍ତ ଜିଲ୍ଲା କୃଷି ଅଧିକାରୀ, ଜିଲ୍ଲା ପଶୁସମ୍ପଦ ଅଧିକାରୀ ଓ କ୍ଷେତ୍ର ଅଧିକାରୀମାନଙ୍କ ସହ ଭିଡିଓ କନଫରେନ୍ସିଂ […]

flood

flood

Ordigital Desk
  • Published: Saturday, 20 August 2022
  • Updated: 20 August 2022, 09:25 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତ ବନ୍ୟା ଓ ଲଗାଣ ବର୍ଷା ଯୋଗୁ ଫସଲ, ମତ୍ସ୍ୟ ଓ ପଶୁସମ୍ପଦର କ୍ଷୟକ୍ଷତି ରିପୋର୍ଟ ଚଳିତମାସ ୨୭ତାରିଖ ସୁଦ୍ଧା ଦାଖଲ କରିବା ପାଇଁ କୃଷି, ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ମନ୍ତ୍ରୀ ଶ୍ରୀ ସ୍ୱାଇଁ ଆଜି କୃଷି ଭବନରେ ବିଭାଗର ପ୍ରମୁଖ ସଚିବ, ସମସ୍ତ ନିର୍ଦ୍ଦେଶକ, ସମସ୍ତ ଜିଲ୍ଲା କୃଷି ଅଧିକାରୀ, ଜିଲ୍ଲା ପଶୁସମ୍ପଦ ଅଧିକାରୀ ଓ କ୍ଷେତ୍ର ଅଧିକାରୀମାନଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏକ ବୈଠକ କରି ବନ୍ୟା ଓ ଲଗାଣ ବର୍ଷା ଯୋଗୁ ଉପୁଜିଥିବା ସ୍ଥିତି ସମ୍ପର୍କରେ ବିଚାରବିମର୍ଶ କରିଛନ୍ତି । ପ୍ରଭାବିତ ଚାଷୀଙ୍କ ଫସଲର ବିକଳ୍ପ ବ୍ୟବସ୍ଥା ଓ ପ୍ରଭାବିତ ମତ୍ସ୍ୟ ଓ ପଶୁସମ୍ପଦର ସୁରକ୍ଷା ଦିଗରେ ବିଭାଗୀୟ ଅଧିକାରୀମାନଙ୍କୁ କାର୍ଯ୍ୟ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ, ରାଜ୍ୟରେ ବନ୍ୟା ପରିସ୍ଥିତିରେ ପ୍ରାଣୀଧନ ଓ ମତ୍ସ୍ୟସମ୍ପଦର ସୁରକ୍ଷା, ତୁରନ୍ତ ଚିକିତ୍ସା ସୁବିଧା ଓ ଆନୁସଙ୍ଗିକ ବ୍ୟବସ୍ଥା ନିମନ୍ତେ ଜିଲ୍ଲା ଓ ନିର୍ଦ୍ଦେଶାଳୟରେ ଅଗଷ୍ଟ ୧୬ତାରିଖରୁ କାର୍ଯ୍ୟକ୍ଷମ କରାଯାଇଛି । ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ଅଧୀନରେ ଭୁବନେଶ୍ୱରରେ ୨୪ଘଂଟିଆ କଂଟ୍ରୋଲ ରୁମ୍ (ଫୋନ୍ ନମ୍ବର-୦୬୭୪୨୩୯୩୯୫୮) ଓ କୃଷି ଭବନରେ ୦୬୭୪-୨୩୯୩୨୪୨ ନମ୍ବର ସହ କଂଟ୍ରୋଲ ରୁମ୍ ମଧ୍ୟ ଖୋଲିଛି । ଏଠାରେ ବିଭାଗୀୟ ବରିଷ୍ଠ ଅଧିକାରୀମାନଙ୍କୁ ନୋଡାଲ ଅଫିସର ଭାବେ ନିୟୋଜିତ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।

ସୂଚନାଯୋଗ୍ୟ, ରାଜ୍ୟରେ ବନ୍ୟା ଜଳ ଏବେ ଛାଡ଼ିବାର ଲାଗିଥିବାବେଳେ ବିଭିନ୍ନ ବିଭାଗ ପକ୍ଷରୁ କ୍ଷୟକ୍ଷତି ଆକଳନ ପ୍ରକ୍ରିୟା ଆରମ୍ଭ ହେବ । ରାଜ୍ୟର ପ୍ରାୟ ୧୨ଟି ଜିଲ୍ଲାରେ ବନ୍ୟା ପରିସ୍ଥିତି ଓ ଲଗାଣ ବର୍ଷା ପ୍ରଭାବରେ ୧୦ଟି ଜିଲ୍ଲାରେ କ୍ଷୟକ୍ଷତି ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos