ଚର୍ଚ୍ଚା ଚାଲିଥିଲା ‘ସାଇକୋକିଲର’: ମୁହଁ ଖୋଲିଲେ ପତ୍ନୀ, କହିଲେ-ମୋ ସ୍ୱାମୀଙ୍କୁ ଫସାଇ ଦିଆଯାଇଛି

ନୟାଗଡ଼ (ଆର୍ତ୍ତତ୍ରାଣ ସାହୁ): କଟକ ଟ୍ରିପଲ୍‌ ମର୍ଡର ଅଭିଯୋଗରେ ସାଇକୋକିଲର୍‌ କୁହାଯାଉଥିବା ନାରାୟଣ ସାହୁଙ୍କୁ କମିଶରେଟ୍‌ ପୁଲିସ ଗିରଫ କରିଛି। ଗତ ଦୁଇ ଦିନ ହେଲା ପୁଲିସ ତାକୁ ଘନଘନ ଜେରା କରୁଛି। ହେଲେ ହତ୍ୟା ନେଇ ନାରାୟଣ ମୁହଁ ଖୋଲୁ ନାହିଁ। ଏପଟେ ଏହି ମାମଲା ଭିନ୍ନ ମୋଡ଼ ନେଇଛି। କମିଶନରେଟ ପୁଲିସ ନାରାୟଣଙ୍କୁ ଫସାଇ ଦେଇଥିବା ତାଙ୍କ ପତ୍ନୀ ଗୀତାଞ୍ଜଳି ଆଜି ଅଭିଯୋଗ କରିଛନ୍ତି। ଏପରିକି ନ୍ୟାୟ ପାଇଁ ଗୀତାଞ୍ଜଳି ଓ ତାଙ୍କ ଗାଁ […]

sss-1-750x430

sss-1-750x430

Manoranjan Sial
  • Published: Wednesday, 31 July 2019
  • Updated: 31 July 2019, 05:22 PM IST

Sports

Latest News

ନୟାଗଡ଼ (ଆର୍ତ୍ତତ୍ରାଣ ସାହୁ): କଟକ ଟ୍ରିପଲ୍‌ ମର୍ଡର ଅଭିଯୋଗରେ ସାଇକୋକିଲର୍‌ କୁହାଯାଉଥିବା ନାରାୟଣ ସାହୁଙ୍କୁ କମିଶରେଟ୍‌ ପୁଲିସ ଗିରଫ କରିଛି। ଗତ ଦୁଇ ଦିନ ହେଲା ପୁଲିସ ତାକୁ ଘନଘନ ଜେରା କରୁଛି। ହେଲେ ହତ୍ୟା ନେଇ ନାରାୟଣ ମୁହଁ ଖୋଲୁ ନାହିଁ। ଏପଟେ ଏହି ମାମଲା ଭିନ୍ନ ମୋଡ଼ ନେଇଛି। କମିଶନରେଟ ପୁଲିସ ନାରାୟଣଙ୍କୁ ଫସାଇ ଦେଇଥିବା ତାଙ୍କ ପତ୍ନୀ ଗୀତାଞ୍ଜଳି ଆଜି ଅଭିଯୋଗ କରିଛନ୍ତି। ଏପରିକି ନ୍ୟାୟ ପାଇଁ ଗୀତାଞ୍ଜଳି ଓ ତାଙ୍କ ଗାଁ ଲୋକ ନୟାଗଡ଼ ଏସ୍‌ପିଙ୍କୁ ଭେଟି ଅନୁରୋଧ କରିଛନ୍ତି।

ଗୀତାଞ୍ଜଳିଙ୍କ କହିବା ଅନୁସାରେ ଗତ ୨୨ ତାରିଖରେ ନାରାୟଣ ତାଙ୍କ ଭଉଣୀ ଘର ଭୁବନେଶ୍ୱରରେ ରହିଥିଲେ। ୨୩ ତାରିଖରେ ସେ ରହୁଥିବା ଗଞ୍ଜାମ ଜିଲ୍ଲା କୁମ୍ପାପଡା ଚାଲିଯାଇ ଥିଲେ। ୨୪ ତାରିଖ ଦିନ ମଧ୍ୟ ଘରେ ରହିଥିଲେ। ତେଣୁ ଏପରିସ୍ଥିତିରେ ନାରାୟଣ କେମିତି କଟକରେ ହତ୍ୟାକାଣ୍ଡ ଘଟାଇଲେ? ଏଥିରୁ ସ୍ପଷ୍ଟ ଭାବେ ଜଣାପଡ଼ୁଛି ଏହି ହତ୍ୟାକାଣ୍ଡରେ ପୁଲିସ ଜାଣିଶୁଣି ତାଙ୍କୁ ଫସାଇ ଦେଉଛି।”

ସେ ଆହୁରି କହିଛନ୍ତି-“ମୋ ସ୍ୱାମୀ ବ୍ୟବସାୟ ପାଇଁ ବହୁ ଧାର କରଜ କରିଥିଲେ। ମାତ୍ର ବ୍ୟବସାୟରେ କ୍ଷତି ହେଲା। ତେଣୁ ଋଣ ଟଙ୍କା ସୁଝି ପାରିଲେ ନାହିଁ। ଋଣ ଶୁଝିବା ପାଇଁ ସେ ୧୮ ଲକ୍ଷର ଘରକୁ ୭ ଲକ୍ଷରେ ବନ୍ଧା ପକାଇଥିଲେ। ବନ୍ଧକ ରଖିଥିବା ଲୋକ ତାଙ୍କୁ ୩ ଲକ୍ଷ ଟଙ୍କା ଦେଇ ମାଡ଼ମାରି ରେଜିଷ୍ଟ୍ରୀ କରାଇ ନେଇଥିଲେ। ସେହି ଦିନଠାରୁ ତାଙ୍କର ମାନସିକ ସ୍ଥିତି ଠିକ୍‌ ରହୁନଥିଲା। ସେ ପାଗଳ ହୋଇ ଘର ଛାଡ଼ି ବୁଲୁଥିଲେ।”

ସୂଚନାରୁ ପ୍ରକାଶ, ନାରାୟଣଙ୍କ ପୈତୃକ ଗାଁ ହେଉଛି ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ସୁନାମୁହିଁ। ଏଠାରେ ତାଙ୍କ ବାପା- ମାଆ ରହୁଥିବା ବେଳେ ନାରାୟଣ, ଗଞ୍ଜାମ ଜିଲ୍ଲା କୁମ୍ପାପଡ଼ାରେ ରହୁଥିଲେ। ଗଞ୍ଜାମ ପୁଲିସ ସେଠାରୁ ତାଙ୍କୁ ଉଠାଇ ନେଇଥିଲା। ଖୁବ ଶୀଘ୍ର ନାରାୟଣଙ୍କୁ ତାଙ୍କ ପରିବାର ନିକଟରେ ଦେବାକୁ ଗ୍ରାମବାସୀମାନେ ନୟାଗଡ଼ ଏସ୍‌ପିଙ୍କ ନିକଟରେ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos