କଟକ: ଛାତ୍ରୀଙ୍କୁ ଅଧ୍ୟାପକଙ୍କ ଅସଦାଚରଣ

କଟକ: କଟକ ଜିଲ୍ଲା ଅଡ଼ଶପୁର ଉଦ୍ୟନାଥ ସ୍ୱୟଂସହାୟକ ମହାବିଦ୍ୟାଳୟର ଅଧ୍ୟାପକ ଜଣେ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଆଜି ମହାବିଦ୍ୟାଳୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଛାତ୍ରଛାତ୍ରୀମାନେ ସମ୍ପୃକ୍ତ ଅଧ୍ୟାପକଙ୍କୁ ଗିରଫ କରିବାକୁ ଦାବି କରିଥିଲେ।

ଗତ ୨୯ ତାରିଖରେ ଛାତ୍ରୀ ଜଣକ ଟ୍ୟୁସନ୍‌ ହେବା ଯାଇଥିବା ବେଳେ ପରୀକ୍ଷା ବାହାନା କରି ଅଧ୍ୟାପକ ଜଣକ ତାଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ଦର୍ଶାଯାଇଛି।