ପଶ୍ଚିମ ଓଡ଼ିଶାରେ ଫିକା ଫିକା ଅକ୍ଷୟ ତୃତୀୟା

ବଲାଙ୍ଗିର(ଘଟେଶ୍ୱର ମିଶ୍ର):ହିନ୍ଦୁ ଧର୍ମରେ ବାର ମାସରେ ତେର ପର୍ବ ପାଳନ କରାଯାଇଥାଏ । ଓଡିଶାର ପର୍ବପବାର୍ଣୀ ବିଶେଷ ଭାବରେ ଚାଷ ଓ ଚାଷୀଙ୍କ ସହିତ ଜଡ଼ିତ। ଚାଷୀଙ୍କ ଏକ ମୁଖ୍ୟ ପର୍ବ ହେଉଛି ଅକ୍ଷୟ ତୃତୀୟା। ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକୂଳ କରି ଚାଷ କାର୍ଯ୍ୟ ଆରମ୍ଭ କରିଥାଏ ଚାଷୀ । ସବୁ ବର୍ଷ ଭଳି ଏଥର ମଧ୍ୟ ବଲାଙ୍ଗିର ଜିଲ୍ଲା କୃଷକ ମହାସଂଘ ଏବଂ ଜିଲ୍ଲା ପ୍ରଶାସନ ଦ୍ୱାରା ଅକ୍ଷୟ ତୃତୀୟା ପର୍ବ ପାଳନ କରାଯାଇଛି […]

Untitled

Untitled

Tapas Behera
  • Published: Tuesday, 07 May 2019
  • Updated: 07 May 2019, 05:58 PM IST

Sports

Latest News

ବଲାଙ୍ଗିର(ଘଟେଶ୍ୱର ମିଶ୍ର):ହିନ୍ଦୁ ଧର୍ମରେ ବାର ମାସରେ ତେର ପର୍ବ ପାଳନ କରାଯାଇଥାଏ । ଓଡିଶାର ପର୍ବପବାର୍ଣୀ ବିଶେଷ ଭାବରେ ଚାଷ ଓ ଚାଷୀଙ୍କ ସହିତ ଜଡ଼ିତ। ଚାଷୀଙ୍କ ଏକ ମୁଖ୍ୟ ପର୍ବ ହେଉଛି ଅକ୍ଷୟ ତୃତୀୟା। ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକୂଳ କରି ଚାଷ କାର୍ଯ୍ୟ ଆରମ୍ଭ କରିଥାଏ ଚାଷୀ ।

ସବୁ ବର୍ଷ ଭଳି ଏଥର ମଧ୍ୟ ବଲାଙ୍ଗିର ଜିଲ୍ଲା କୃଷକ ମହାସଂଘ ଏବଂ ଜିଲ୍ଲା ପ୍ରଶାସନ ଦ୍ୱାରା ଅକ୍ଷୟ ତୃତୀୟା ପର୍ବ ପାଳନ କରାଯାଇଛି । ଏ ବର୍ଷ କିନ୍ତୁ ପୂର୍ବ ଓଡ଼ିଶାରେ ବାତ୍ୟା ଫୋନିର ତାଣ୍ଡବ ଯୋଗୁଁ ଚାଷୀ ମାନେ ବିଶେଷ ଭାବରେ ପ୍ରଭାବିତ ହୋଇଛନ୍ତି । ତେଣୁ ପଶ୍ଚିମ ଓଡିଶାର ଚାଷୀ ମାନେ ମଧ୍ୟ ସେଥିପାଇଁ ନିରାଡମ୍ବର ଭାବରେ ଅକ୍ଷୟ ତୃତୀୟା ଉତ୍ସବକୁ ପାଳନ କରିଛନ୍ତି । ଫୋନିର ପ୍ରଭାବରେ ବଲାଙ୍ଗିରରେ ମଧ୍ୟ ଫିକା ଫିକା ଲାଗିଥିଲା ଅକ୍ଷୟ ତୃତୃୟା ପର୍ବ ।

ବଲାଙ୍ଗିରର ଚାଷୀ ମାନେ ନିରାଡମ୍ବର ସହକାରେ ଅଖିମୁଠି ଅନୁକୂଳ କରିଛନ୍ତି । ଗାଁର ମାଉସୀ ମନ୍ଦିରରେ ଲଗ୍ନ ନିର୍ଦ୍ଧାରଣ ପରେ ଚାଷ ଜମିରେ ପୂଜାର୍ଚ୍ଚନା କରାଯାଇଥିଲା। ପରେ ଗାଁ ଗଉଁନ୍ତିଆ ଓ ମୁଖିଆ ପ୍ରଥମେ ଚାଷ ଜମିରେ ଧାନ ପକାଇ ଅଖିମୁଠି ଅନୂକୁଳ କରିଥିଲେ। ଆଗାମୀ ଦିନରେ ଭଲ ବର୍ଷା ହେବା ସହିତ ବାତ୍ୟା, ବନ୍ୟା ଓ ମରୁଡି ଦାଉରୁ ଚାଷକୁ ରକ୍ଷା କରିବା ପାଇଁ ଭଗବାନଙ୍କୁ ପ୍ରାର୍ଥନା କରିଥିଲେ ଚାଷୀ । ବଲାଙ୍ଗିର ଜିଲ୍ଲା କୃଷି ବିଭାଗ ଦ୍ୱାରା ମଧ୍ୟ ଅକ୍ଷୟ ତୃତୀୟା ଉତ୍ସବ ପାଳନ କରାଯାଇଛି । ଲର୍କିପାଲି ଠାରେ ଥିବା ରାଜେନ୍ଦ୍ର କୃଷି ଫାର୍ମ ଠାରେ ଆୟୋଜିତ ହୋଇଥିଲା ଅକ୍ଷୟ ତୃତୀୟା ଉତ୍ସବ ।

ଚାଷ ଜମିରେ ପୂଜାର୍ଚ୍ଚନା ପରେ ଜିଲ୍ଲାପାଳ ଅରିନ୍ଦମ ଡାକୁଆ ଅଖିମୁଠି ଅନୁକୂଳ କରିଥିଲେ । ଏହା ସହିତ ନିଜେ ଚାଷ ଜମିରେ ହଳଲଙ୍ଗଳ ବୁଲାଇଥିଲେ । ଜିଲ୍ଲା କୃଷି ଉପନିଦେର୍ଶକ ଶ୍ରୀଧର ଦାସ ମଧ୍ୟ  ଚାଷ ଜମିରେ ହଳଲଙ୍ଗଳ ବୁଲାଇ ଅଖିମୁଠି ଅନୁକୂଳ କରିଥିଲେ । ଏ ବର୍ଷ ୩ ଲକ୍ଷ ୪୫ ହଜାର ହେକ୍ଟର ଚାଷ ଜମିରେ ଚାଷ ହେବ ବୋଲି ଅନୁମାନ କରିଛି କୃଷି ବିଭାଗ । ଏଥର ବର୍ଷା ସ୍ୱାଭାବିକ ହେବ ବୋଲି  ପାଣିପାଗ ବିଭାଗ ଆକଳନ କରିଛି ।

ତଥାପି ବଲାଙ୍ଗିରରେ ପ୍ରତ୍ୟେକ ବର୍ଷ  ବର୍ଷାର ଅଭାବରୁ ମରୁଡି ପରିସ୍ଥିତି ଦେଖା ଯାଉଥିବାରୁ, କୃଷି ବିଭାଗ ଚାଷୀ ମାନଙ୍କୁ ଛୋଟ ଧାନ ଚାଷ କରିବା ପାଇଁ ପରାମର୍ଶ ଦେଇଛି । ଗତ ବର୍ଷ ୪୦ ହଜାର କୁଇଣ୍ଟାଲ ଛୋଟ ଧାନ ବିହନ ଚାଷୀମାନଙ୍କୁ ଯୋଗାଇ ଦିଆଯାଇଥିବା ବେଳେ ଏ ବର୍ଷ ୫୦ ହଜାର କୁଇଣ୍ଟାଲ ଧାନ ବିହନ ଯୋଗାଇଦେବା ପାଇଁ ଲକ୍ଷ୍ୟ ରଖିଛି ଜିଲ୍ଲା କୃଷି ବିଭାଗ । ଚାଷୀମାନଙ୍କୁ ମରୁଡ଼ି ସମୟରେ କିଭଳି ଧାନକୁ ବଞ୍ଚାଇ ରଖିହେବ ସେ ସଂର୍ପକରେ ସଚେତନ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos