ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>କଟକ(ଓଡ଼ିଶା ରିପୋର୍ଟର): କଟକର ବିଜନ ପାଲଙ୍କ ଘରକୁ ଗୁଳିମାଡ଼ ଘଟଣାର ପର୍ଦ୍ଦାଫାସ୍ କରିଛି ପୋଲିସ। ଏହି ଘଟଣାରେ ଅଭିଯୁକ୍ତ ମୃତ୍ୟୁଞ୍ଜୟ ନାୟକ ଓରଫ ମିକୁକୁ ପୋଲିସ ଗିରଫ କରିଛି। ମିକୁ ଠାରୁ ୨ଟି ବିଦେଶୀ ବନ୍ଧୁକ ଓ ୨୯ ରାଉଣ୍ଡ ଗୁଳି ଜବତ କରାଯାଇଛି।</p> <p>ଏହି ଗୁଳିମାଡ଼ ପଛରେ ଡି-ବ୍ରଦର୍ସଙ୍କ ହାତ ଥିବା କଟକ ଡିସିପି ଅଖିଳେଶ୍ୱର ସିଂ ସୂଚନା ଦେଇଛନ୍ତି। ସେ କହିଛନ୍ତି,“ଝାରପଡ଼ା ଜେଲ୍‌ରେ ଥିବା ସୁଶାନ୍ତ ଧଳସାମନ୍ତଙ୍କ ନିର୍ଦ୍ଦେଶରେ ଗୁଳିମାଡ଼ ହୋଇଛି। ବଟି ନ ମିଳିବାରୁ ବିଜନ ପାଲଙ୍କ ଘରକୁ ଗୁଳିମାଡ଼ କରିବା ପାଇଁ ସୁଶାନ୍ତ କହିଥିବା ଅଭିଯୁକ୍ତ ମାନିଛି।”</p> <p>ସୁଶାନ୍ତ ଧଳସାମନ୍ତଙ୍କୁ ପୁଣି ରିମାଣ୍ଡରେ ଆଣିବାକୁ ଆବେଦନ କରାଯିବ ବୋଲି ଡିସିପି କହିଛନ୍ତି।</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।