କଲ୍ୟାଣସିଂହପୁର(ମାଉଡ଼ି ବାରିକ): ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ପଟାମୁଣ୍ଡ ଗାଁର ଜଣେ ଯୁବକ ୨ ମାସ ପୂର୍ବେ ଦାଦନ ଖଟିବାକୁ କେରଳ ଯାଇଥିବା ବେଳେ ତାଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ମୃତକଙ୍କ ନାଁ ଚନ୍ଦ୍ରମଣି ନାୟକ(୨୫)।
ନିଜର କିଛି ସାଙ୍ଗଙ୍କ ସହ ୨ ମାସ ପୂର୍ବେ ଚନ୍ଦ୍ରମଣି କେରଳର ତିସୁର୍ ସହରକୁ ଦାଦନ ଖଟିବାକୁ ଯାଇଥିଲେ । ହେଲେ ଗତ ୧୧ ତାରିଖରେ ତାଙ୍କର ଆକସ୍ମିକ ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କ ନିକଟକୁ ଖବର ଆସିଲା । ମୃତ୍ୟୁର ପୂର୍ବଦିନ ଚନ୍ଦ୍ରମଣି ପରିବାର ଲୋକଙ୍କ ସହ କଥା ହୋଇଥିଲେ ।
ତେଣୁ ପରିବାର ଲୋକେ ପୁଅର ମୃତ୍ୟୁକୁ ସହଜେ ଗ୍ରହଣ କରି ପାରୁ ନାହାନ୍ତି। ତାଙ୍କୁ କେହି ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। କାରଣ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି। ପରିବାର ଲୋକେ କେରଳରୁ ମୃତଦେହକୁ ଧରି ଘରକୁ ଫେରୁଥିବା ଜଣାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ବନ୍ଦ କୋଠରୀରୁ ୮ ଦିନ ପରେ ସ୍ୱାମୀ ଉଦ୍ଧାର, ଖାଇବାକୁ ନଦେଇ ନିସ୍ତୁକ ମାଡ଼ ମାରି ବନ୍ଦୀ କରିଥିଲେ ସ୍ତ୍ରୀ
କସ୍ତାନ୍ତିନ ପରିଛା ଓ ତାଙ୍କ ପତ୍ନୀ ପ୍ରାଣ ରଞ୍ଜନି ପରିଛାଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଝଗଡ଼ା ଲାଗି ରହିଥିଲା।
Accident
ଟୋଲଗେଟ୍କୁ ଧକ୍କା ଦେଇ ଜଳିଗଲା କଣ୍ଟେନର, ଡ୍ରାଇଭର ଜୀବନ୍ତଦଗ୍ଧ
ଗତକାଲି ବିଳମ୍ବିତ ରାତିରେ କଣ୍ଟେନରଟି ପଶ୍ଚିମବଙ୍ଗରୁ ତାମିଲନାଡୁ ଯାଉଥିବା ବେଳେ ଘଟିଛି ଏହି ଦୁର୍ଘଟଣା।
Miscellaneous
ଆଇଏଏସ ବଦଳି: ଚିତ୍ରାଙ୍କୁ ଶ୍ରମ ଓ ଇଏସଆଇ, ସୁଧାଂଶୁ ଓଡ଼ଶା ଖଣି ନିଗମ ଏମଡି
ଆଇଏଏସ୍ ସ୍ତରରେ ଅଦଳବଦଳ। ୧୨ଜଣ ଆଇଏଏସ୍ ଅଫିସରଙ୍କୁ ବିଭିନ୍ନ ପଦବୀରେ ଅବସ୍ଥାପିତ କଲେ ରାଜ୍ୟ ସରକାର।
Politics
ଶୁକ୍ରବାର 'ଲଲ'ଙ୍କ ବିରୋଧରେ FIR ଦେଇଥିଲେ; ଆଜି ଖାଲି ଥରୁଛନ୍ତି
ଶୁକ୍ରବାର ବବିଙ୍କ ଭାଇ ଲଲଙ୍କ ବିରୋଧରେ ଏଫ୍ଆଇଆର୍ ଦେଇଥିବା ପରିବା ବ୍ୟବସାୟୀଙ୍କ ୟୁ-ଟର୍ଣ୍ଣ। ବବିଙ୍କୁ ଭେଟିବା ପରେ ବଦଳାଇଲେ ମତ। କହିଲେ କାଲି ସବୁ ମିଛ କହିଥିଲି।