ଯାହାକୁ ଜେଲ୍‌ ପଠେଇବାକୁ ଚାହୁଁଥିଲି, ସେ ତା ଗଡ୍‌ ଫାଦର ପାଖରେ ପହଞ୍ଚିଗଲା...

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡିର ବରିଷ୍ଠ ନେତା ଦାମୋଦର ରାଉତ ରାଜ୍ୟ ସରକାରଙ୍କୁ ଲକ୍ଷ୍ୟ କରି ପୁଣିଏକ ବାଣ ମାରିଛନ୍ତି। ୧୭ କୋଟି ଟଙ୍କା ନୁହେଁ, ୧୦୦ କୋଟି ଟଙ୍କାର ଚାରା ଘୋଟାଲା ହୋଇଥିବା ସେ ଅଭିଯୋଗ କରିଛନ୍ତି। ଗତକାଲି ଗୃହରେ କୃଷିମନ୍ତ୍ରୀଙ୍କ ଉତ୍ତର ଉପରେ ଆଜି ଦାମୋଦର ପ୍ରତିକ୍ରିୟା ଦେଇ କହିଛନ୍ତି- “ଚାରା କିଣାରେ ୧୭ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ସରକାର ସ୍ୱୀକାର କରିଛନ୍ତି। କିନ୍ତୁ ଏହା ୧୭ କୋଟି ଟଙ୍କା ନୁହେଁ, ୧୦୦ […]

dam

dam

Tapaswini Nayak
  • Published: Wednesday, 05 September 2018
  • Updated: 05 September 2018, 09:30 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡିର ବରିଷ୍ଠ ନେତା ଦାମୋଦର ରାଉତ ରାଜ୍ୟ ସରକାରଙ୍କୁ ଲକ୍ଷ୍ୟ କରି ପୁଣିଏକ ବାଣ ମାରିଛନ୍ତି। ୧୭ କୋଟି ଟଙ୍କା ନୁହେଁ, ୧୦୦ କୋଟି ଟଙ୍କାର ଚାରା ଘୋଟାଲା ହୋଇଥିବା ସେ ଅଭିଯୋଗ କରିଛନ୍ତି।

ଗତକାଲି ଗୃହରେ କୃଷିମନ୍ତ୍ରୀଙ୍କ ଉତ୍ତର ଉପରେ ଆଜି ଦାମୋଦର ପ୍ରତିକ୍ରିୟା ଦେଇ କହିଛନ୍ତି- “ଚାରା କିଣାରେ ୧୭ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ସରକାର ସ୍ୱୀକାର କରିଛନ୍ତି। କିନ୍ତୁ ଏହା ୧୭ କୋଟି ଟଙ୍କା ନୁହେଁ, ୧୦୦ କୋଟି ଟଙ୍କାର ଘୋଟାଲା। ମୟୂରଭଂଜ ଜିଲ୍ଲା ପାଇଁ ୫୯ କୋଟିର ଅର୍ଗାନିକ୍ ବା ଜୈବିକ ସାର ଆସିଥିଲା। ଗଛ ମୂଳରେ ସାର ଦିଆଯାଇଥାନ୍ତା, କିନ୍ତୁ ଗଛ ଲାଗି ନଥିଲା।”

ସେ ଆହୁରି କହିଛନ୍ତି- “ଚାରା ଘୋଟାଲାର ତଦନ୍ତ ପାଇଁ ମୁଁ ଏକ ୪ ଜଣିଆ କମିଟି ଗଠନ କରିଥିଲି। ଏହି ଘଟଣାର ତଦନ୍ତ କରାଇଥିଲି। ଦୁର୍ନୀତିରେ ସଂପୃକ୍ତ ଜଣେ ଭଦ୍ରଲୋକଙ୍କୁ ନିଲମ୍ବିତ କରିଥିଲି। ପରେ ଭଦ୍ରଲୋକ ମୋତେ ଉତ୍କୋଚ ଦେଇ ଖଲାସ ହେବା ପାଇଁ ଚାହିଁଥିଲେ। ହେଲେ ତାଙ୍କୁ ନିଲମ୍ବିତ କରାଯିବା ସହ ଜେଲ୍ ପଠାଇବାକୁ ମୁଁ ଚାହିଁଥିଲି। ଏହାପରେ ସଂପୃକ୍ତ ବ୍ୟକ୍ତି ଜଣକ ତାଙ୍କ ‘ଗଡ୍ ଫାଦର’ ପାଖରେ ପହଞ୍ଚିଥିଲେ। ତାଙ୍କଠାରୁ ଅଭୟବାଣୀ ମଧ୍ୟ ପାଇଥିଲେ।

ଦାମ କହିଥିଲେ ଯେ-“ଗଡ୍ ଫାଦର କହିଥିଲେ, ମନ୍ତ୍ରୀ ନେଲାନି ତ ! ହଉ, ଅପେକ୍ଷା କର। ସେ ଯେଉଁ ଅଭିଯୋଗ ଆଣିଛନ୍ତି, ତାକୁ ଚାର୍ଜସିଟ୍‌ କଲାବେଳକୁ ମାସେ ଦେଢ଼ମାସ ସମୟ ଲାଗିଯିବ। ୧୫/୨୦ ଦିନ ଅପେକ୍ଷା କର। ସେ ପର୍ଯ୍ୟନ୍ତ ତାଙ୍କ ମନ୍ତ୍ରିପଦ ରହିଲେ ତ !’’

ହେଲେ ଏହି ଗଡ୍‌ ଫାଦର ଜଣକ କିଏ, ସେ ସରକାରଙ୍କ କେଉଁ ପୋଷ୍ଟରେ ଅଛନ୍ତି, ସେ ଜଣେ ନେତା ନା ସରକାରୀ ଅଫିସର ସେ ସଂପର୍କରେ ଦାମୋଦର କିଚି କହିନାହାଁନ୍ତି। କିନ୍ତୁ ସେ ଯେ ରାଜ୍ୟ ସରକାର ଓ ତୃତୀୟ ମହଲାକୁ ଲକ୍ଷ୍ୟ କରି ଏହା କହିଛନ୍ତି ତାହା ସ୍ପଷ୍ଟ ହୋଇଯାଇଛି।

ଦାମୋଦର ଆହୁରି ମଧ୍ୟ କହିଛନ୍ତି- “ଖାଲି ମୟୂରଭଂଜ ଜିଲ୍ଲା ନୁହେଁ, ଓଡ଼ିଶାର ଅନେକ ଜିଲ୍ଲାରେ ଚାରା ଦୁର୍ନୀତି ହୋଇଛି।”

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos