ଦାରିଙ୍ଗିବାଡ଼ି ବ୍ଲକ ଅଧ୍ୟକ୍ଷା ଶୁଭେନ୍ତ୍ରୀ ପ୍ରଧାନଙ୍କ ସଭ୍ୟ ପଦ ରଦ୍ଦ

ଫୁଲବାଣୀ(ତ୍ରିନାଥ ସାହୁ): କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ବ୍ଲକ ଅଧ୍ୟକ୍ଷା ଶୁଭେନ୍ତ୍ରୀ ପ୍ରଧାନଙ୍କ ସଭ୍ୟ ପଦ ରଦ୍ଦ ହୋଇଛି। ଶୁଭେନ୍ତ୍ରୀଙ୍କର ୨ରୁ ଅଧିକ ସନ୍ତାନ ଥିବା ଅଭିଯୋଗରେ ସମିତି ସଭ୍ୟା ସହ ଅଧ୍ୟକ୍ଷା ପଦ ବି ରଦ୍ଦ ହୋଇଛି। ଏକ ନିର୍ବାଚନୀ ମାମଲାର ବିଚାର କରି ଜିଲ୍ଲା ଜଜ୍ ଏଭଳି ରାୟ ଶୁଣାଇଛନ୍ତି। ତାଜୁଙ୍ଗିଆ ପଞ୍ଚାୟତର ସମିତି ସଭ୍ୟା ରୁଦା ମଲ୍ଲିକ ଅଭିଯୋଗ ଉଠାଇବା ସହ ଏନେଇ କୋର୍ଟରେ ଆଶ୍ରୟ ନେଇଥିଲେ। ଶୁଭେନ୍ତ୍ରୀ  ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କ […]

phulbani

phulbani

Jyoshna Pradhan
  • Published: Tuesday, 01 October 2019
  • Updated: 01 October 2019, 03:16 PM IST

Sports

Latest News

ଫୁଲବାଣୀ(ତ୍ରିନାଥ ସାହୁ): କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ବ୍ଲକ ଅଧ୍ୟକ୍ଷା ଶୁଭେନ୍ତ୍ରୀ ପ୍ରଧାନଙ୍କ ସଭ୍ୟ ପଦ ରଦ୍ଦ ହୋଇଛି। ଶୁଭେନ୍ତ୍ରୀଙ୍କର ୨ରୁ ଅଧିକ ସନ୍ତାନ ଥିବା ଅଭିଯୋଗରେ ସମିତି ସଭ୍ୟା ସହ ଅଧ୍ୟକ୍ଷା ପଦ ବି ରଦ୍ଦ ହୋଇଛି। ଏକ ନିର୍ବାଚନୀ ମାମଲାର ବିଚାର କରି ଜିଲ୍ଲା ଜଜ୍ ଏଭଳି ରାୟ ଶୁଣାଇଛନ୍ତି।

ତାଜୁଙ୍ଗିଆ ପଞ୍ଚାୟତର ସମିତି ସଭ୍ୟା ରୁଦା ମଲ୍ଲିକ ଅଭିଯୋଗ ଉଠାଇବା ସହ ଏନେଇ କୋର୍ଟରେ ଆଶ୍ରୟ ନେଇଥିଲେ। ଶୁଭେନ୍ତ୍ରୀ  ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କ ପତ୍ନୀ।

ଏନେଇ ପ୍ରତିପକ୍ଷ ଓକିଲ ସିଦ୍ଧେଶ୍ୱର ଦାସ କହିଛନ୍ତି, “୨୦୧୭ ମସିହାରେ ଯେଉଁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହୋଇଥିଲା। ସେଥିରେ ଶୁଭେନ୍ତ୍ରୀ ପ୍ରଧାନ ସାନିକେତା ଗ୍ରାମ ପଞ୍ଚାୟତରୁ ସମିତି ମେମ୍ୱର ହିସାବରେ ବିଜୟୀ ହୋଇଥିଲେ। ତା’ପରେ ସେ ବ୍ଲକ୍‌ ଅଧ୍ୟକ୍ଷା ଭାବରେ ନିର୍ବାଚିତ ହୋଇଥିଲେ। ଶୁଭେନ୍ତ୍ରୀଙ୍କର ଦୁଇରୁ ଅଧିକ ଛୁଆ ଥିଲେ। ତେଣୁ ତାଙ୍କ ବିରୋଧରେ ତାଜୁଙ୍ଗିଆ ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ରୁଦା ମଲ୍ଲିକ ଜିଲ୍ଲା ଜଜ୍‌ଙ୍କ ଅଦାଲତରେ ମାମଲା ଦାୟର ହୋଇଥିଲା। ସେ ମାମଲାର ରାୟ ଆଜି ପ୍ରକାଶ ପାଇଛି। ଯେଉଁଥିରେ କି ଜିଲ୍ଲା ଜଜ୍ ଶୁଭେନ୍ତ୍ରୀ ପ୍ରଧାନଙ୍କ ସଭ୍ୟ ପଦକୁ ରଦ୍ଦ କରାଯାଇଛି । ଏଥିସହ ତାଙ୍କୁ ଅଯୋଗ୍ୟ ବିବେଚିତ କରାଯାଇଛି ।”

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos