Advertisment

ଦେଶର ପ୍ରଥମ ସହିଦ ଥିଲେ ଆମ ଜୟୀ ରାଜଗୁରୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜୟକୃଷ୍ଣ ରାଜଗୁରୁ ମହାପାତ୍ର ଓରଫ୍‌ ଜୟୀ ରାଜଗୁରୁ। ଓଡ଼ିଶା ଇତିହାସ ଅମଳିନ ବ୍ୟକ୍ତିତ୍ୱ ରାଜଗୁରୁ ଆପଣେଙ୍କୁ ଏ ରାଜ୍ୟ ଆଜି ବି ସମ୍ମାନ ଦିଏ। ତାଙ୍କ ଗାରିମା, ବୀରତ୍ୱ ଓ ମାତୃଭୂମି ପ୍ରେମକୁ ଖାଲି ତାଙ୍କ ଜନ୍ମମାଟି ନୁହେଁ ସାରା ଦେଶ ସଗର୍ବେ ସମ୍ମାନ ଦେଉଛି। ଆଜି ଏହି ମହାନ୍‌ ଜନନାୟକଙ୍କ ତିରୋଧାନ ଦିବସ। ୬ ଡିସେମ୍ବର ୧୮୦୬ରେ ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ପଶ୍ଚିମ ବଙ୍ଗଳାର ମେଦିନିପୁର ଜେଲ୍‌ ନାଳ […]

author-image
Mihir Pattnayak
ଅଦ୍ୟତନ ହୋଇଛି
ଦେଶର ପ୍ରଥମ ସହିଦ ଥିଲେ ଆମ ଜୟୀ ରାଜଗୁରୁ

2

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜୟକୃଷ୍ଣ ରାଜଗୁରୁ ମହାପାତ୍ର ଓରଫ୍‌ ଜୟୀ ରାଜଗୁରୁ। ଓଡ଼ିଶା ଇତିହାସ ଅମଳିନ ବ୍ୟକ୍ତିତ୍ୱ ରାଜଗୁରୁ ଆପଣେଙ୍କୁ ଏ ରାଜ୍ୟ ଆଜି ବି ସମ୍ମାନ ଦିଏ। ତାଙ୍କ ଗାରିମା, ବୀରତ୍ୱ ଓ ମାତୃଭୂମି ପ୍ରେମକୁ ଖାଲି ତାଙ୍କ ଜନ୍ମମାଟି ନୁହେଁ ସାରା ଦେଶ ସଗର୍ବେ ସମ୍ମାନ ଦେଉଛି।

Advertisment

ଆଜି ଏହି ମହାନ୍‌ ଜନନାୟକଙ୍କ ତିରୋଧାନ ଦିବସ। ୬ ଡିସେମ୍ବର ୧୮୦୬ରେ ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ପଶ୍ଚିମ ବଙ୍ଗଳାର ମେଦିନିପୁର ଜେଲ୍‌ ନାଳ ନିକଟରେ ଥିବା ବାଘିତୋଟାସ୍ଥ ବରଗଛର ଦୁଇଟି ଡାଳକୁ ଭିଡ଼ିଆଣି ବିପ୍ଳବୀ ଜୟୀ ରାଜଗୁରୁଙ୍କର ହାତ ଓ ଗୋଡ଼କୁ ଉଭୟ ଡାଳରେ ବାନ୍ଧି ଛାଡ଼ି ଦିଆଗଲା। ଜୟୀ ରାଜଗୁରୁଙ୍କ ଶରୀର ଦୁଇଫାଳ ହୋଇ ଚିରିଗଲା। ଆଜିର ଦିନରେ ଲିଭି ଯାଇଥିଲା ଏହି ମହାନ୍‌ ବିପ୍ଲବିଙ୍କ ଜୀବନ ଦୀପ।

ଆସନ୍ତୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ତାଙ୍କ ଜୀବନର କିଛି ସ୍ମରଣୀୟ ଦିଗୁଡିକୁ ସ୍ମରଣ କରିବା।

Advertisment

୧୭୩୯ ଖ୍ରୀ. ଅକ୍ଟୋବର ମାସ ୨୯:ଶ୍ରୀକ୍ଷେତ୍ର ପୁରୀଠାରୁ ମାତ୍ର ୫ କିମି ଦୁର ଗାଁ ବୀର ହରେକୃଷ୍ଣପୁରରେ ଚାନ୍ଦ ରାଜଗୁରୁ ଓ ହାରାମଣୀ ଦେବୀଙ୍କ ଔରସରୁ ଜନ୍ମ ଲଭିଥିଲେ ଜୟୀ। ପିବିତ୍ର ଅଁଳା ନବମୀ ତିଥି ଅକ୍ଟୋବର ୨୯ରେ ସେ ଭୂମିଷ୍ଠ ହୋଇଥିଲେ।

ଉତ୍କଳର ରାଜଧାନୀ ଖୋର୍ଦ୍ଧା ଗଡ଼ରେ ଗଜପତି ଦିବ୍ୟସିଂହ ଦେବ (୨ୟ)ଙ୍କ ରାଜଗୁରୁ ଥାଆନ୍ତି ପିତା ଚାନ୍ଦ ରାଜଗୁରୁ। ଏହି ସମୟରେ ପୁରୀର ବିଭିନ୍ନ ମଠବାଡିରେ ବିଦ୍ୟାଧ୍ୟୟନ ସାରନ୍ତି ଜୟୀ। ପିଲାଟି ବେଳୁ ଯୋଦ୍ଧା ହେବାକୁ ସେ ମନସ୍ଥ କରି ସାରିଥାନ୍ତି। ଏଣୁ ପିତାଙ୍କ ଅନ୍ତେ ସେ ଗଜପତିଙ୍କ ରାଜଗୁରୁ ଭାବେ ନିଯୁକ୍ତ ହୋଇଥାନ୍ତି।

୧୮୦୩ ସାଲ-  ଦୁର୍ଭାଗ୍ୟକୁ ଗଜପତି ଦିବ୍ୟସିଂହଦେବଙ୍କ ମୃତ୍ୟୁ ଘରେ। ଗଜପତି ପରମ୍ପରା କ୍ରମେ ସିଂହାସନରରେ ଉତ୍ତରାଧିକାରୀ ନ ବସିବା ଯାଏଁ ଦିବଙ୍ଗତ ରାଜାଙ୍କ ଅନ୍ତିମ ସଂସ୍କାର ହୁଏନାହିଁ ଓ ଶ୍ରୀ ମନ୍ଦିରରେ ଶ୍ରୀ ଜୀଉମାନଙ୍କ ନୀତି ବନ୍ଦ ରୁହେ। ଏଭଳି ସ୍ଥିତିରେ ଦିବ୍ୟସିଂହଙ୍କ ନାବାଳକୁ ପୁତ୍ର ମୁକୁନ୍ଦ ଦେବଙ୍କୁ ସିଂହାସନ ଆରୋହଣ କରାଇ ନିଜେ ଜୟୀ ରାଜଗୁରୁ ଆପଣେ ନିଜ  ହାତକୁ ନିଅନ୍ତି ଉତ୍କଳର ଶାସନ ଭାର। ମୁକୁନ୍ଦ ଦେବଙ୍କ ପ୍ରତିନିଧି ଭାବେ ସେ ବୁଝନ୍ତି ଶାସନ।

ପ୍ରଥମ ପଦକ୍ଷେପ ସ୍ୱରୂପ ମରହଟ୍ଟାମାନଙ୍କ କବଳରୁ ରାହାଙ୍ଗ, ଚବିଶକୁଦ, ଶିରେଇ ଓ ଲେମ୍ବେଇ(ସମ୍ଭବତଃ ଅବିଭକ୍ତ ପୁରୀ ତଥା ବର୍ତ୍ତମାନର ଖୋର୍ଦ୍ଧା ଅଞ୍ଚଳର କିଛି ଅଂଶ) ପ୍ରଗଣାକୁ ମୁକ୍ତ କରନ୍ତି। ଏହି ୪ ପ୍ରଗଣା ମହାପ୍ରଭୁ ଶ୍ରୀ ଜଗନ୍ନାଥ ସେବା ପାଇଁ ଉଦ୍ଧିଷ୍ଟ ଥାଏ।

ରାଜା ବିହିନ ରାଜ୍ୟକୁ ଇଂରେଜମାନେ କୋପଦୃଷ୍ଟି ପକାନ୍ତି। ଏହି ସମୟରେ ଶ୍ରୀକ୍ଷେତ୍ର ପୁରୀ ଆଗମନ ପଥଗୁଡିକୁ ବନ୍ଦ କରିଦିଆଯାଏ। ଇଂରେଜ ସୈନ୍ୟମାନଙ୍କୁ  ରାଜଗୁରୁଙ୍କ ଦୁର୍ଦ୍ଦଶ ଉତ୍କଳ ପାଇବ ଖୋର୍ଦ୍ଧା, ଗଡ଼ ରଥିପୁରର (ଜଟଣୀ), ଡେଲାଙ୍ଗ ଆଦି ସ୍ଥାନରେ ହତ୍ୟା କରନ୍ତି।

ଏହାପରେ ବୀବାଦ ତ୍ରୀବ୍ର ହୁଏ।

୧୮୦୪ ନେଭେମ୍ବର-ପ୍ରତିଶୋଧ ପରାୟଣ ଇଂରେଜ ସୈନ୍ୟ ଖୋର୍ଦ୍ଧାଗଡ଼ ଆକ୍ରମଣ କରନ୍ତି।

୫ ଡିସେମ୍ବର ୧୮୦୪-ଧ୍ୱସ୍ତ ହୁଏ ଖୋର୍ଦ୍ଧା ଗଡ଼। ମେଜର ଫ୍ଲେଚର ଖୋର୍ଦ୍ଧାଗଡ଼ ଶାସକ ଭାବେ ନିଜକୁ ଘୋଷଣା କରନ୍ତି। ବନ୍ଦୀ ହୁଅନ୍ତି ଜୟୀ ରାଜଗୁରୁ।

୩ ଜାନୁୟାରୀ ୧୮୦୫- ବନ୍ଦୀ ହୁଅନ୍ତି ଉତ୍କଳ ଗଜପତି ମୁକୁନ୍ଦ ଦେବ। ମୁକୁନ୍ଦଦେବଙ୍କ ସିରସ୍ତାଦାର ୱାଦି ମହମ୍ମଦର ବିଶ୍ୱାସଘାତକତା ଯୋଗୁ ଗଜପତି ବନ୍ଦୀ ହେବା ପରେ ସେ ଇଂରେଜମାନଙ୍କ ଦ୍ୱାରା ପୁରସ୍କୃତ ହୁଅନ୍ତି।

୫ ମାର୍ଚ୍ଚ ୧୮୦୬-  କର୍ଣ୍ଣେଲ ହାର୍‌କୋଟ ଜୟୀ ରାଜଗୁରୁଙ୍କୁ ନିର୍ମମ ମୃତ୍ୟୁ ଦଣ୍ଡାଦେଶ ଘୋଷଣା କରନ୍ତି। ପ୍ରଥମେ ମୁକୁନ୍ଦଦେବ ଓ ଜୟୀ ରାଜଗୁରୁଙ୍କୁ ବାରବାଟୀ ଦୁର୍ଗରେ ବନ୍ଦୀ କରାଯାଏ। ଏହାପରେ ବିରାଟ ଗଣ ବିପ୍ଳବର ଆଶଙ୍କାରେ ଜୟୀ ରାଜଗୁରୁଙ୍କୁ ପଶ୍ଚିମବଙ୍ଗଳାର ମେଦିନିପୁର ଜେଲ୍‌କୁ ସ୍ଥାନାନ୍ତରିତ କରାଯାଏ।

୬ ଡିସେମ୍ବର ୧୮୦୬- ଅତି ନିର୍ମମ ଭାବେ ରାଜଗୁରୁଙ୍କୁ ହତ୍ୟା କରାଯାଏ। ଲିଭିଯାଏ ବିପ୍ଲବର ଦୀପଶିଖା। କିନ୍ତୁ ତାଙ୍କ ମୃତ୍ୟୁ ପରେ ସ୍ୱାଧୀନତା ସଂଗ୍ରାମର ବିଗୁଲ୍‌ ଜୋର୍‌ରେ ବାଜିଉଠେ। ବକ୍ସି ଜଗବନ୍ଦୁ ପୁଣି ଆରମ୍ଭ ହୁଏ ବିପ୍ଲବ।