ଦେବୀ ସୁଭଦ୍ରାଙ୍କ ଦାରୁ ଛେଦନ ପାଇଁ ପ୍ରସ୍ତୁତି ଆରମ୍ଭ

ଜଗତସିଂହପୁର: ଜଗସିଂହପୁର ଜିଲ୍ଲା ବିରିଡି ବ୍ଲକ ଅଢ଼ଙ୍ଗଗଡ ନିକଟରେ ଚିହ୍ନଟ ହୋଇଥିବା ଦେବୀ ସୁଭଦ୍ରାଙ୍କ ଦିବ୍ୟ ଦାରଙ୍କୁ ଛେଦନ ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ମହାଯଜ୍ଞ ଓ ସେବାୟତଙ୍କ ରହିବା ପାଇଁ ତିଆରି ଚାଲିଛି ଯଜ୍ଞମଣ୍ଡପ ଓ ଶବରପଲ୍ଲୀ। ଉଭୟ ଯଜ୍ଞମଣ୍ଡପ ଓ ଶବରପଲ୍ଲୀ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚି ଯାଇଛି। ଆଜି କାର୍ଯ୍ୟ ଶେଷ ହୋଇଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ଗତକାଲି ବର୍ଷା ହେବା ଯୋଗୁଁ ନିର୍ମାଣ କାର୍ଯ୍ୟରେ ବାଧା ଉପୁଜିଥିଲା। ଅନ୍ୟପକ୍ଷରେ […]

vlcsnap

vlcsnap

Rakesh Mallick
  • Published: Sunday, 26 April 2015
  • Updated: 26 April 2015, 07:30 AM IST

Sports

Latest News

ଜଗତସିଂହପୁର: ଜଗସିଂହପୁର ଜିଲ୍ଲା ବିରିଡି ବ୍ଲକ ଅଢ଼ଙ୍ଗଗଡ ନିକଟରେ ଚିହ୍ନଟ ହୋଇଥିବା ଦେବୀ ସୁଭଦ୍ରାଙ୍କ ଦିବ୍ୟ ଦାରଙ୍କୁ ଛେଦନ ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ମହାଯଜ୍ଞ ଓ ସେବାୟତଙ୍କ ରହିବା ପାଇଁ ତିଆରି ଚାଲିଛି ଯଜ୍ଞମଣ୍ଡପ ଓ ଶବରପଲ୍ଲୀ। ଉଭୟ ଯଜ୍ଞମଣ୍ଡପ ଓ ଶବରପଲ୍ଲୀ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚି ଯାଇଛି। ଆଜି କାର୍ଯ୍ୟ ଶେଷ ହୋଇଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ଗତକାଲି ବର୍ଷା ହେବା ଯୋଗୁଁ ନିର୍ମାଣ କାର୍ଯ୍ୟରେ ବାଧା ଉପୁଜିଥିଲା। ଅନ୍ୟପକ୍ଷରେ ଅଢ଼ଙ୍ଗର ନୀଳକଣ୍ଠେଶ୍ୱର ମନ୍ଦିରରେ ଏବେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି।
ଶ୍ରୀ ବଳଭଦ୍ରଙ୍କ ଦାରୁ ଆସନ୍ତା ୨୮ତାରିଖରେ ଶାରଳାପୀଠ ଛାଡିବେ ଓ ପୁରୀ ଅଭିମୁଖେ ଯାତ୍ରା କରିବେ । ତହିଁ ପରଦିନ ଅର୍ଥାତ୍ ଆସନ୍ତା ୨୯ ତାରିଖ ସୁଦ୍ଧା ବନଯାଗ ଦଳ ଏହିଠାରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ତା’ପରେ ଏଠାରେ ମହାଯଜ୍ଞ ଆରମ୍ଭ ହେବ।
ଅଢଙ୍ଗଗଡରେ ଦେବୀ ସୁଭଦ୍ରାଙ୍କ ଦାରୁ ଚିହ୍ନଟ ହୋଇଥିବା ନେଇ ଶୁକ୍ରବାର ବନଯୋଗ ଦଳର ଦଳପତି ହଳଧର ଦାସମହାପାତ୍ର ଶ୍ରୀମନ୍ଦିର ପ୍ରଶାସନକୁ ଲିଖିତ ଭାବେ ଜଣାଇଥିଲେ । ଏହାପରେ ମା’ସୁଭଦ୍ରାଙ୍କ ଦାରୁ ଅଢଙ୍ଗଗଡରେଥିବା ନେଇ ବିଦ୍ଧିବଦ୍ଧ ଘୋଷଣା କରିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ର। ଏହି ଖବର ବିଜୁଳି ବେଗରେ ପ୍ରଚାର ହେବା ପରେ ଏଠାରେ ପ୍ରତିଦିନ ହଜାର ହଜାର ଭକ୍ତଙ୍କ ସମାଗମ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos