ଧାମନଗର ଚିନ୍ତା: ୩୧ରେ ନବୀନଙ୍କୁ ମଇଦାନକୁ ଓହ୍ଲାଇବ ବିଜେଡି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧାମନଗର ଉପନିର୍ବାଚନ ପାଇଁ ଏବେ ପ୍ରଚାର ସରଗରମ ରହିଥିବାବେଳେ ବିଜେଡି ନିଜର ‘ଟ୍ରମ୍ପ କାର୍ଡ’ ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପ୍ରଚାର ମଇଦାନକୁ ଓହ୍ଲାଇବ ବୋଲି ସୂଚନା ମିଳିଛି । ଧାମନଗର ଆସନ ହାତେଇବାକୁ ବିଜେଡି ନିଜର ସବୁ କଳବଳକୌଶଳ ଲଗାଇବା ସତ୍ତ୍ୱେ ଦଳୀୟ ପ୍ରାର୍ଥୀ ଅବନ୍ତୀ ଦାସଙ୍କ ଜିତିବାକୁ ନେଇ ଅନିଶ୍ଚିତତା ଲାଗି ରହିଥିବାରୁ ଆସନ୍ତା ୩୧ତାରିଖରେ ବିଜେଡି ନିଜର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଚାର ମଇଦାନକୁ ଓହ୍ଲାଇ […]

bjd

bjd

Ordigital Desk
  • Published: Tuesday, 25 October 2022
  • Updated: 25 October 2022, 09:49 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧାମନଗର ଉପନିର୍ବାଚନ ପାଇଁ ଏବେ ପ୍ରଚାର ସରଗରମ ରହିଥିବାବେଳେ ବିଜେଡି ନିଜର ‘ଟ୍ରମ୍ପ କାର୍ଡ’ ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପ୍ରଚାର ମଇଦାନକୁ ଓହ୍ଲାଇବ ବୋଲି ସୂଚନା ମିଳିଛି । ଧାମନଗର ଆସନ ହାତେଇବାକୁ ବିଜେଡି ନିଜର ସବୁ କଳବଳକୌଶଳ ଲଗାଇବା ସତ୍ତ୍ୱେ ଦଳୀୟ ପ୍ରାର୍ଥୀ ଅବନ୍ତୀ ଦାସଙ୍କ ଜିତିବାକୁ ନେଇ ଅନିଶ୍ଚିତତା ଲାଗି ରହିଥିବାରୁ ଆସନ୍ତା ୩୧ତାରିଖରେ ବିଜେଡି ନିଜର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଚାର ମଇଦାନକୁ ଓହ୍ଲାଇ ବାଜିକୁ ନିଜ ସପକ୍ଷରେ ନେବାକୁ ରଣନୀତି ପ୍ରସ୍ତୁତ କରିିଛି । ତେବେ ଧାମନଗର ଉପନିର୍ବାଚନ ଫଳାଫଳ ଏବେ ବିଜେଡିର କିଛି ନେତାଙ୍କ(ଧାମନଗର ଦାୟିତ୍ୱରେ ଥିବା) ପାଇଁ ଉଭୟ ସମ୍ମାନ ଓ ସେମାନଙ୍କ ଭବିଷ୍ୟତ ନିର୍ଦ୍ଧାରଣ କରିବ ବୋଲି ଚର୍ଚ୍ଚା ହେଉଥିବାରୁ ଦଳୀୟ ପ୍ରାର୍ଥୀ ଶ୍ରୀମତୀ ଦାସଙ୍କ ଜିତିବାକୁ ଯେନତେନ ପ୍ରକାରେ ସୁନିଶ୍ଚିତ କରିବାକୁ ବିଜେଡିର ପ୍ରଭାବଶାଳୀ ଗୋଷ୍ଠୀ ପୂରା ଦମରେ ଲାଗି ପଡ଼ିଥିବା ଜଣାପଡ଼ିଛି । ମାତ୍ର ବିଜେଡିର ବିଦ୍ରୋହୀ ପ୍ରାର୍ଥୀ ରାଜେନ୍ଦ୍ର କୁମାର ଦାସଙ୍କ ପ୍ରତି ରହିଥିବା ଅନୁକମ୍ପାକୁ ନେଇ ବିଜେଡି ଏବେ ଆଶଙ୍କାରେ ରହିଛି ।

ସୂଚନା ଅନୁସାରେ, ଧାମନଗର ଉପନିର୍ବାଚନ ପାଇଁ ଆସନ୍ତା ୩ତାରିଖରେ ହେବାକୁ ଥିବା ମତଦାନ ନିମନ୍ତେ ୧ ତାରିଖ ସନ୍ଧ୍ୟା ୬ଟା ସୁଦ୍ଧା ପ୍ରଚାର ଶେଷ ହେବ ।  ଆଉ ପ୍ରଚାର ଶେଷ ହେବାର ଦିନକ ପୂର୍ବରୁ ବିଜେଡି ଭର୍ଚୁଆଲ ମୋଡରେ ଧାମନଗରରେ ଭୋଟରଙ୍କୁ ନବୀନ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ମତଦାନ ନିମନ୍ତେ ନିବେଦନ କରିବେ ବୋଲି ଜଣାପଡ଼ିଛି । ବିଜେଡି ପକ୍ଷରୁୁ ଧାମନଗର ଓ ତିହିଡ଼ି ବ୍ଲକ ସମେତ ଧାମନଗର ଏନଏନସି ଅଂଚଳରେ ବିଶାଳ ଏଲଇଡି ଲଗାଯାଇ ନବୀନଙ୍କ ପ୍ରଚାରକୁ ସଫଳ କରାଇବାକୁ ଏବେଠୁ ପ୍ରସ୍ତୁତି ଆରମ୍ଭ ହୋଇଛି । ନବୀନ ଭର୍ଚୁଆଲ ମୋଡରେ ଚଳିତମାସ ୩୧ ଓ ଅକ୍ଟୋବର ୧ ତାରିଖରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିପାରନ୍ତି ବୋଲି ସୂଚନା ମିଳିଛି । ଏବେ ଉଭୟ ଯାଜପୁର ଓ ଅବିଭକ୍ତ ବାଲେଶ୍ୱର ଜିଲ୍ଲାର ବିଧାୟକ ଓ ସାଂସଦମାନଙ୍କୁ ଦାୟିତ୍ୱ ଦେଇ ଧାମନଗର ଉପନିର୍ବାଚନ ବୈତରଣୀ ପାର ହେବାକୁ ବିଜେଡି ଲକ୍ଷ୍ୟ ରଖିଥିଲେ ମଧ୍ୟ ଧାମନଗରରେ ଥିବା ପ୍ରାୟ ୬.୫ ପ୍ରତିଶତ ମୁସଲିମ୍ ଭୋଟ୍ କାହା ସପକ୍ଷରେ ଯିବ ତାକୁ ନେଇ ଆଶଙ୍କା ରହିଛି । ସେମାନଙ୍କ ଭୋଟ କାହା ସପକ୍ଷରେ ଯିବ ତାକୁ ନେଇ ବିଜେଡି ଆଶଙ୍କାରେ ରହିଥିବାବେଳେ ଦଳୀୟ ଅବନ୍ତୀ ଦାସଙ୍କ ନିଜସ୍ୱ ବ୍ଲକ ତିହିଡ଼ିର ୧୨ଟି ପଂଚାୟତ ମଧ୍ୟରୁ ପ୍ରାୟ ୬ରୁ ୭ଟି ପଂଚାୟତରେ ବିଜେଡି ତୀବ୍ର ଗୋଷ୍ଠୀକନ୍ଦଳ ଯୋଗୁ ବ୍ୟାକଫୁଟରେ ରହିଛି । ରାଜେନ୍ଦ୍ରଙ୍କ ପ୍ରତି ଅନୁକମ୍ପା ରହିଥିଲେ ମଧ୍ୟ ତାଙ୍କ ସହ ରହିଥିବା ଦଳୀୟ କର୍ମୀ ଓ ନେତାମାନଙ୍କୁ ବିଜେଡି ଧୀରେ ଧୀରେ ନିଜ ଆଡ଼କୁ ନେବାରେ ସକ୍ଷମ ହୋଇସାରିଲାଣି । ମାତ୍ର ନିର୍ବାଚନମଣ୍ଡଳୀର ଏକ ବୃହତ୍ ମୁସଲିମ୍ ଭୋଟ୍ ଏବେବି ରାଜେନ୍ଦ୍ରଙ୍କ ସପକ୍ଷରେ ରହିଛି ।

ଗ୍ରାଉଣ୍ଡ ଜିରୋରୁ ମିଳିଥିବା ତଥ୍ୟ ଅନୁସାରେ, ବିଜେଡି ପ୍ରାୟ ୩୦୦ରୁ ଅଧିକ ଆଗଧାଡ଼ିର ନେତା ଓ କର୍ମୀଙ୍କୁ ନେଇ ସେଠାରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାରକୁ ଜୋରଦାର କରିବା ସହ ଘରକୁ ଘର ପହଂଚି ଭୋଟରଙ୍କୁ ଆକୃଷ୍ଟ କରୁଥିଲେ ମଧ୍ୟ ବିଜେଡିର ଆଭ୍ୟନ୍ତରୀଣ ଗୋଷ୍ଠୀକନ୍ଦଳ ଦଳ ପାଇଁ ଚିନ୍ତାର କାରଣ ପାଲଟିଛି । ରାଜେନ୍ଦ୍ର ଦଳରୁ ବହିଷ୍କୃତ ହୋଇଥିଲେ ମଧ୍ୟ ରାଜ୍ୟସ୍ତରର କିଛି ବିଜେଡି ନେତାଙ୍କ ପ୍ରୋତ୍ସାହନରେ ସେ ଏବେବି ମଇଦାନରେ ତିଷ୍ଠି ରହିଛନ୍ତି । ଯଦିଓ ତାଙ୍କର ପ୍ରଚାର ଧୀମା ରହିଛି । ରାଜେନ୍ଦ୍ରଙ୍କ ପ୍ରତି ଅନୁକମ୍ପା ଭୋଟ ଓ ବିଜେଡିର ଗୋଷ୍ଠୀକନ୍ଦଳର ପ୍ରତିକୂଳ ପ୍ରଭାବ ବିଜେଡି ପ୍ରାର୍ଥୀ ଶ୍ରୀମତୀ ଦାସଙ୍କୁ ଭୋଗିବାକୁ ପଡ଼ିବାର ଆଶଙ୍କା କରି ବିଜେଡି ଏବେ କଂଗ୍ରେସ ଭୋଟରଙ୍କୁ ହାତେଇବା ଆରମ୍ଭ କରିଥିବା ଜଣାପଡ଼ିଛି । ଏପଟେ ନବନିର୍ମାଣ କୃଷକ ସଂଗଠନ ମଧ୍ୟ ବିଜେଡିର ଚିନ୍ତା ବଢ଼ାଇଛି । ଏହି କୃଷକ ସଂଗଠନ ନିଜର ସଦସ୍ୟମାନଙ୍କ ଜରିଆରେ ବିଜେଡି ପ୍ରାର୍ଥୀଙ୍କ ବିରୁଦ୍ଧରେ ଧାମନଗରରେ ପ୍ରଚାର କରିବ ବୋଲି ଚେତାବନୀ ଦେଇଥିବାରୁ ସେଠାର ସର୍ବାଧିକ ଭୋଟର(ଚାଷୀ)ଙ୍କୁ କିଭଳି ହାତେଇବ ତାହା ଏବେ ବିଜେଡଇ ପାଇଁ ସମସ୍ୟା ପାଲଟିଛି । ଯେଉଁଥିପାଇଁ ବ୍ରଜରାଜନଗର ଉପନିର୍ବାଚନରେ ନବୀନଙ୍କୁ ମଇଦାନକୁ ଓହ୍ଲାଇ ନଥିବା ବିଜେଡି ଏବେ ଧାମନଗରରେ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି ।

ଏହି ଧାମନଗର ଉପନିର୍ବାଚନ ଫଳାଫଳ ବିଜେଡିର କିଛି ନେତାଙ୍କ ଭବିଷ୍ୟତ ବିଶେଷକରି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କର ଆଗାମୀ ଦିନରେ ଦଳରେ ସ୍ଥିତି କ’ଣ ରହିବ ତାହା ନିର୍ଦ୍ଧାରଣ କରିବ ବୋଲି ଦଳୀୟ ମହଲରେ ଚର୍ଚ୍ଚା ହେଉଛି ।

ଅନ୍ୟପକ୍ଷରେ ଧାମନଗର ଉପନିର୍ବାଚନରେ କଂଗ୍ରେସ ଏବେବି ମଇଦାନରେ ନାଁକୁ ମାତ୍ର ରହିଛି । ଦଳୀୟ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀଙ୍କ ସପକ୍ଷରେ ଗୋଟିଏ ଜାତୀୟ ଦଳ ଯେଭଳି ପ୍ରଚାର କରିବା କଥା ତାହା ଏପର୍ଯ୍ୟନ୍ତ ପରିଲକ୍ଷିତ ହୋଇପାରିନି ।

ସେହିପରି ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ପାଇଁ ଦଳ ପକ୍ଷରୁ ପ୍ରଚାର ଜୋରଦାର ହୋଇଥିଲେ ମଧ୍ୟ ବିଜେଡିର ଆଭ୍ୟନ୍ତରୀଣ ଗୋଷ୍ଠୀକନ୍ଦଳ ଓ ବିଦ୍ରୋହୀ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କ ଲଢ଼େଇରୁ ବିଜେପି ଯେଭଳି ଫାଇଦା ନେବା କଥା ତାହା ଏପର୍ଯ୍ୟନ୍ତ ନେବାରେ ସକ୍ଷମ ହୋଇନି । ବିଶେଷକରି ବିଜେଡି ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ପ୍ରଶାସନିକ କଳ ଯେଭଳି ସୁଚିନ୍ତିତ ଉପାୟରେ ପ୍ରଚାରର ମଙ୍ଗ ଧରିଛନ୍ତି ତାକୁ ଭେଦ କରିବା ବିଜେପି ପାଇଁ ସହଜ ହୋଇପାରୁନଥିବା ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story