ଧର୍ମକାର୍ଯ୍ୟରେ ଶାସନତନ୍ତ୍ରର ହସ୍ତକ୍ଷେପ କରିବାର ଅଧିକାର ନାହିଁ: ଶଙ୍କରାଚାର୍ଯ୍ୟ

ପୁରୀ: ଶୁକ୍ରବାର ଜଗତଗୁରୁ ନିଶ୍ଚଳାନନ୍ଦ ସରସ୍ୱତୀ ପୁରୀରେ ଏକ ପ୍ରେସମିଟରେ ଶ୍ରୀମନ୍ଦିରରେ ଚାଲିଥିବା ଅବ୍ୟବସ୍ଥାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଶ୍ରୀମନ୍ଦିରରେ ଅରାଜକତା ହୋଇଛି । ବିଧିବିଧାନ ଠିକରେ ପାଳନ କରାଯାଇନାହିଁ । ଧର୍ମକାର୍ଯ୍ୟରେ ଶାସନତନ୍ତ୍ରର ହସ୍ତକ୍ଷେପ କରିବାର ଅଧିକାର ନାହିଁ । ଏଠାରେ ଯାହା ଚାଲିଛି ତାହା ଆଗକୁ ବିସ୍ଫୋରକ ପରିସ୍ଥିତି ସୃଷ୍ଟି କାରିବାର ସଙ୍କେତ ଦେଉଛି ବୋଲି ସେ କହିଛନ୍ତି । ଯାହା ଚାଲିଛି ତାହାର ପରିଣାମ କିଛି ଭଲ ଦିଶୁନାହିଁ ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି ।