ସେ ଗୀତଲେଖିଲେ ଛୁଙ୍କ ଦିଅନ୍ତି ଅସୀମା, ହ୍ୟୁମାନ ସାଗର ଓ ଦୀପ୍ତିରେଖା: କରୁଣାକରଙ୍କ ଏବେ କରୁଣ ଅବସ୍ଥା  

କାମାକ୍ଷାନଗର(ବିଦ୍ୟାଧର ବରାଳ): ସଙ୍ଗୀତ ଜଗତରେ ସେ ସାଉଁଟିଛନ୍ତି ଅନେକ ଲୋକପ୍ରିୟତା । ହେଲେ ତାଲା ବନ୍ଦ ଯୋଗୁ  ସଙ୍ଗୀତ ଜଗତ ଠପ୍‌ ହୋଇପଡ଼ିଥିବା ବେଳେ ତାଙ୍କୁ ଆଉ କାମ ମିଳୁନି।  ଆଜି କରୋନା କଷ୍ଟରେ ଭାଙ୍ଗି ପଡିଛନ୍ତି କରୁଣାକର । ପେଟ ପାଇଁ କରୁଛନ୍ତି ଆକୁଳ ନିବେଦନ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ବଡଝରା ଗାଁର କରୁଣାକର ସାହୁ । ହୋଟେଲରେ କାମ କରିବା ସହ ଭଜନ ଓ ଆଲବମ ଜଗତରେ ଜଣେ ସୁନାମଧନ୍ୟ ଗୀତିକାର […]

7901

7901

Tapas Behera
  • Published: Wednesday, 30 June 2021
  • Updated: 30 June 2021, 05:59 PM IST

Sports

Latest News

କାମାକ୍ଷାନଗର(ବିଦ୍ୟାଧର ବରାଳ): ସଙ୍ଗୀତ ଜଗତରେ ସେ ସାଉଁଟିଛନ୍ତି ଅନେକ ଲୋକପ୍ରିୟତା । ହେଲେ ତାଲା ବନ୍ଦ ଯୋଗୁ  ସଙ୍ଗୀତ ଜଗତ ଠପ୍‌ ହୋଇପଡ଼ିଥିବା ବେଳେ ତାଙ୍କୁ ଆଉ କାମ ମିଳୁନି।  ଆଜି କରୋନା କଷ୍ଟରେ ଭାଙ୍ଗି ପଡିଛନ୍ତି କରୁଣାକର । ପେଟ ପାଇଁ କରୁଛନ୍ତି ଆକୁଳ ନିବେଦନ ।

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ବଡଝରା ଗାଁର କରୁଣାକର ସାହୁ । ହୋଟେଲରେ କାମ କରିବା ସହ ଭଜନ ଓ ଆଲବମ ଜଗତରେ ଜଣେ ସୁନାମଧନ୍ୟ ଗୀତିକାର ହୋଇ ସାଉଁଟିଛନ୍ତି ଅନେକ ସଫଳତା । ୩ଶହରୁ ଊର୍ଦ୍ଧ୍ଵ ଗୀତ ଲେଖିଛନ୍ତି କରୁଣାକର । ୫୨ଟି ଗୀତ ତାଙ୍କର ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ମାନେ କଣ୍ଠଦାନ କରିଛନ୍ତି । ସେମାନଙ୍କ ଭିତରେ ଟି-ସୌରୀ ,କୁମାର ବାପି, ମହମ୍ମଦ ଅବିଦ୍ ,ଶ୍ରୀଚରଣ ,ହୁମ୍ୟାନ ସାଗର ,ଅସୀମା ପଣ୍ଡା, ଦୀପ୍ତିରେଖା ପାଢ଼ୀ ,ଶଶାଙ୍କ ଶେଖର ,ଚନ୍ଦ୍ରିକା ,ଜୟଦେବ ଭଳି କଣ୍ଠଶିଳ୍ପୀ ରହିଛନ୍ତି । ୧୯୯୭ ମସିହାରେ ସଙ୍ଗୀତକାର ତଥା କଣ୍ଠଶିଳ୍ପୀ ମହମ୍ମଦ ଅବିଦ୍ ଦ୍ୱାରା ଅନୁପ୍ରାଣୀତ ହୋଇ ସେ ନିଜର ପ୍ରଥମ ଗୀତ 'ପିମ୍ପୁଡି ମନ ମିଠାରେ, ବିରାଡ଼ି ମନ ଶିକାରେ' ଯାହା "ଲହୁଣୀ ଖିଆ କାହ୍ନା" କ୍ୟାସେଟ ମାଧ୍ୟମରେ ପ୍ରକାଶିତ ହୋଇଥିଲା ।

ଯେଉଁ ଗୀତ ପାଇଁ ସେ ୨୦୦୩ ମସିହାରେ "ଚିନ୍ତା ଓ ଚେତନା' ପକ୍ଷରୁ ବୈଶାଖୀ ପୁରସ୍କାର ପାଇଥିଲେ । ହୋଟେଲରେ କାମ କରିବା ସହ ଗୀତ ଲେଖା ତାଙ୍କର ବନ୍ଦ ହୋଇ ନ ଥିଲା । ରିସ୍ତା , ସୁନେଲି ସଂନ୍ଧ୍ୟା, ଅଚିହ୍ନା ମୁହଁ , ଜିଦିଆ ପ୍ରିୟା ,ଫଁ ଫଁ , ଲଭ ୟୁ ବେବି ଭଳି ଗୀତ ଲେଖି ସେ ବେଶ ନାଁ କରି ପାରିଛନ୍ତି । ପରଦା ପଛରେ ରହିଲେ ବି ସଙ୍ଗୀତକାର ମାନଙ୍କ ପାଇଁ ସେ ଜଣେ ଚିହ୍ନା ମୁହଁ । ଶେଷଥର ପାଇଁ ତାଙ୍କର ଗୀତ "ଲଭ ୟୁ ବେବି" ଚଳିତ ବର୍ଷ ଅପ୍ରେଲ ମାସରେ କଣ୍ଠଶିଳ୍ପୀ ଅସୀମା ପଣ୍ଡା ଓ ଜୟଦେବଙ୍କ ଦ୍ୱାରା  ରିଲିଜ ହୋଇଛି। କେବଳ ସେତିକି ନୁହେଁ ସେ ମଧ୍ୟ ମାଉସୀ, ପଣତକାନୀ ଭଳି ଧାରାବାହିକରେ ଜଣେ କଳାକାର ଭାବେ ନଜରକୁ ଆସିଛନ୍ତି ।

ପିଲା ଦିନୁ ପରିବାରର ଅଭାବ ଅନଟନ ଯୋଗୁଁ ତାଙ୍କର ପାଠ ପଢ଼ାରେ ଡୋରି ଲାଗି ଯାଇଥିଲା । ମାଟ୍ରିକର ବନ୍ଧକୁ ସେ ଡେଇଁ ପାରିନଥିଲେ । ୧୯୯୬ ମସିହାରେ ଭୁବନେଶ୍ୱରରେ  ଏକ ହୋଟେଲରେ ସେ କାମ କରୁଥିଲେ । ୨୦୦୦ ମସିହା ପରଠାରୁ ଆଜି ପର୍ଯ୍ୟନ୍ତ ସେ ହୋଟେଲ ଭେନସ୍ରେ ହୋଟେଲ କର୍ମଚାରୀ ଭାବେ କାର୍ଯ୍ୟ କରୁଛନ୍ତି । ପାରିବାରିକ ପରିସ୍ଥିତି ଭଲ ନଥିବା କାରଣରୁ ହୋଟେଲ କାର୍ଯ୍ୟକୁ ଆପଣେଇ ନେଇଥିଲେ କରୁଣାକର । ଏଥିସହିତ ସେ ଗୀତ ଲେଖା ଲେଖି କାର୍ଯ୍ୟ କରୁଛନ୍ତି । କରୋନା ଯୋଗୁଁ ଦୁଇ ବର୍ଷ ହେବ ତାଙ୍କ ଜୀବନ ଜୀବିକା ବାଧାପ୍ରାପ୍ତ ହୋଇଛି ।

ହୋଟେଲ ବନ୍ଦ ହୋଇଥିବା କାରଣରୁ  ବହୁତ ଅଭାବ ଅନଟନ ଭିତରେ ଗତି କରୁଛନ୍ତି ସେ । ଭୁବନେଶ୍ୱର ଛାଡି ଏବେ ଘରେ ରହି ପରିବାର ଲୋକଙ୍କୁ ସମୟ ଦେଉଛନ୍ତି । ସ୍ତ୍ରୀ ଡଲି ସାହୁ ତାଙ୍କୁ ସବୁ କ୍ଷେତ୍ରରେ ବହୁତ ସାହାଯ୍ୟ ସହଯୋଗ କରୁଛନ୍ତି । ଡଲି ନିଜ ଘରେ ଗୋଟିଏ ଟେଲର ମେସିନଟିଏ ରଖିଛନ୍ତି । ଯେଉଁ ଦୁଇ ପଇସା ହେଉଛି ପିଲା ଛୁଆଙ୍କ ଖର୍ଚ୍ଚ ମେଣ୍ଟେଇ ହୋଇ ପାରୁଛି । କିନ୍ତୁ ପରିବାର ଚଲେଇବା ତାଙ୍କ ପକ୍ଷେ ବହୁତ କଷ୍ଟ ହୋଇପଡିଛି । ଏ ଦୁର୍ଦ୍ଦିନ ସମୟରେ ତାଙ୍କ ପରିବାରକୁ ସରକାର ସାହାଯ୍ୟ ସହଯୋଗ କରିବାକୁ ଡଲି ନିବେଦନ କରିଛନ୍ତି । କରୋନାର କରାଳ ରୂପ ଯୋଗୁଁ କରୁଣ କଷ୍ଟରେ ଥିବା କରୁଣାକରଙ୍କ ଭାଗ୍ୟ କେବେ ଖୋଲୁଛି ଏବଂ ସରକାର ଏହି କଳାକାର ମାନଙ୍କ ପାଇଁ କେବେ ସାହାଯ୍ୟ ଓ ସହଯୋଗର ହାତ ବଢ଼ାଉଛନ୍ତି ସେହି ଦିନକୁ ଅପେକ୍ଷା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story