ଯୋଡ଼ି ଭାଙ୍ଗିଲା: ବିଜେଡିରେ ମିଶିବେ ଦିଲୀପ ! ପୁଣି ବିଜେପିମୁହାଁ ବିଜୟ !

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ବିଜେଡିରେ ସାମିଲ କରିବା ଉଦ୍ୟମ ଫେଲ୍ ମାରିଛି। କେନ୍ଦ୍ରାପଡ଼ା ଜିଲ୍ଲା ରାଜନୀତିକ ସମୀକରଣ ଓ ତୀବ୍ର ବିରୋଧ ଯୋଗୁ ବିଜୟଙ୍କୁ ବିଜେଡିରେ ସାମିଲ କରିବା ସମ୍ଭବପର ହୋଇନାହିଁ। କେବଳ ଦିଲୀପ ରାୟ ହିଁ ଆସନ୍ତାକାଲି ବିଜେଡିରେ ସାମିଲ ହେଉଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ଦିଲୀପ ରାୟ ଗଞ୍ଜାମ ଜିଲ୍ଲାର ଗୋପାଳପୁରରୁ ଫେରି ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚି ସିଧା ନବୀନ ନିବାସ ଯାଇ ଆଲୋଚନା କରିଛନ୍ତି। […]

2

2

Manoranjan Sial
  • Published: Saturday, 16 March 2019
  • Updated: 16 March 2019, 08:24 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ବିଜେଡିରେ ସାମିଲ କରିବା ଉଦ୍ୟମ ଫେଲ୍ ମାରିଛି। କେନ୍ଦ୍ରାପଡ଼ା ଜିଲ୍ଲା ରାଜନୀତିକ ସମୀକରଣ ଓ ତୀବ୍ର ବିରୋଧ ଯୋଗୁ ବିଜୟଙ୍କୁ ବିଜେଡିରେ ସାମିଲ କରିବା ସମ୍ଭବପର ହୋଇନାହିଁ। କେବଳ ଦିଲୀପ ରାୟ ହିଁ ଆସନ୍ତାକାଲି ବିଜେଡିରେ ସାମିଲ ହେଉଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଦିଲୀପ ରାୟ ଗଞ୍ଜାମ ଜିଲ୍ଲାର ଗୋପାଳପୁରରୁ ଫେରି ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚି ସିଧା ନବୀନ ନିବାସ ଯାଇ ଆଲୋଚନା କରିଛନ୍ତି। ଏହାପରେ ରାଉରକେଲାରୁ ଆସିଥିବା ନିଜର ସମର୍ଥକଙ୍କ ସହ ଆଲୋଚନା କରିବା ପରେ ଆସନ୍ତାକାଲି ଏକ ବଡ଼ଧରଣର ମିଶ୍ରଣ ପର୍ବ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଶ୍ରୀ ରାୟଙ୍କ ଅନ୍ୟକିଛି ସମର୍ଥକ ମଧ୍ୟ ଆସନ୍ତାକାଲି ରାଉରକେଲାରୁ ଆସୁଥିବା ସୂଚନା ମିଳିଛି।

ତେବେ ଶ୍ରୀ ରାୟଙ୍କ ଘରବାହୁଡ଼ାକୁ ରାଉରକେଲା ବିଜେଡିରେ ତୀବ୍ର ବିରୋଧ କରାଯାଉଛି। ବିଶେଷକରି ରାଉରକେଲା ବିଜେଡିର ନେତା ସାରଦା ନାୟକଙ୍କ ସମର୍ଥକମାନେ ଖୋଲାଖୋଲି ଶ୍ରୀ ରାୟଙ୍କ ମିଶ୍ରଣକୁ ବିରୋଧ କରୁଛନ୍ତି। କିନ୍ତୁ ଆଗାମୀ ନିର୍ବାଚନରେ ଶ୍ରୀ ନାୟକଙ୍କୁ ହିଁ ରାଉରକେଲାରୁ ବିଜେଡି ପ୍ରାର୍ଥୀ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ଏହି ବିରୋଧ ଥମିବାର ନାଁ ନେଉନି। ଦିଲୀପ ରାୟଙ୍କୁ ବିଜେଡି ଆଗାମୀ ଦିନରେ ରାଜ୍ୟସଭାକୁ ପଠାଇପାରେ ବୋଲି ଚର୍ଚ୍ଚା ହେଉଛି।

ଅନ୍ୟପକ୍ଷରେ ବିଜୟ ମହାପାତ୍ରଙ୍କୁ ବିଜେଡିରେ ସାମିଲ କରିବା ପାଇଁ ଦିଲୀପ ରାୟ ଦୀର୍ଘଦିନ ଧରି ପ୍ରୟାସ କରୁଥିଲେ। କିନ୍ତୁ ତାହା ସମ୍ଭବପର ହୋଇନି। କେବଳ ସେହି କାରଣ ଯୋଗୁ ହିଁ ଦିଲୀପ ରାୟ ବିଜେଡିକୁ ଫେରିବାରେ ବିଳମ୍ବ ହୋଇଛି। ଏପଟେ ବିଜୟ ପୁଣିଥରେ ବିଜେପିରେ ସକ୍ରିୟ ଭୂମିକା ତୁଲାଇବାର ସମ୍ଭାବନା ରହିଛି। ପୂର୍ବରୁ ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂ ମଧ୍ୟ ଏନେଇ ସଙ୍କେତ ଦେଇଥିଲେ।

ବିଜେପି ସୂତ୍ର ଅନୁସାରେ, ବିଜୟଙ୍କ ଇସ୍ତଫା ପତ୍ରକୁ ଏପର୍ଯ୍ୟନ୍ତ ଦଳ ସ୍ୱୀକାର କରିନଥିବାରୁ ତାହା କାଏମ ରହିଛି। ସେ ପୁଣିଥରେ ଦଳର ସକ୍ରିୟ ଭୂମିକାକୁ ଫେରିବାରେ କୌଣସି ଅସୁବିଧା ନାହିଁ। ରାଜ୍ୟ ପ୍ରଭାରୀ ଶ୍ରୀ ସିଂ ଓ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ବିଜୟଙ୍କ ଫେରିବା ମାର୍ଗକୁ ପ୍ରଶସ୍ତ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story