ଛାତ୍ରଙ୍କ ନାଁରେ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଋଣ କରିଥିବା ଅଭିଯୋଗ

ବାରିପଦା (ମାଣିକଲାଲ୍ ପାଣି): ଛାତ୍ରମାନେ ଜାଣି ନାହାନ୍ତି, କିନ୍ତୁ ସେମାନଙ୍କ ନାଁରେ ଉଠା ହୋଇଛି ଷ୍ଟଡି ଲୋନ୍‌। ପୁଣି ଆଉ କେହି ନୁହେଁ, ସେମାନେ ଯେଉଁ ଶିକ୍ଷାନୁଷ୍ଠାନରେ ପଢ଼ନ୍ତି, ତା’ର କର୍ତ୍ତୃପକ୍ଷ କରିଛନ୍ତି ଏହି ବେଆଇନ୍ କାମ। ଏମିତି ଏକ ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲା ଚିତ୍ରଡ଼ା ବ୍ଲକର ପାଟପୁର ସ୍ଥିତ ଡିପ୍ଲୋମା ଇଂଜିନିୟରିଂ ସ୍କୁଲ୍‌ରୁ। ଏହି ସ୍କୁଲ୍‌ର ୫୬ ଜଣ ଛାତ୍ରଙ୍କ ନାଁରେ ଜଣ ପିଛା ୮୦ ହଜାରରୁ ଲକ୍ଷେ ଟଙ୍କା ମଧ୍ୟରେ ବ୍ୟାଙ୍କରୁ ଋଣ […]

baripada

baripada

Jyoshna Pradhan
  • Published: Tuesday, 24 September 2019
  • Updated: 24 September 2019, 09:18 AM IST

Sports

Latest News

ବାରିପଦା (ମାଣିକଲାଲ୍ ପାଣି): ଛାତ୍ରମାନେ ଜାଣି ନାହାନ୍ତି, କିନ୍ତୁ ସେମାନଙ୍କ ନାଁରେ ଉଠା ହୋଇଛି ଷ୍ଟଡି ଲୋନ୍‌। ପୁଣି ଆଉ କେହି ନୁହେଁ, ସେମାନେ ଯେଉଁ ଶିକ୍ଷାନୁଷ୍ଠାନରେ ପଢ଼ନ୍ତି, ତା’ର କର୍ତ୍ତୃପକ୍ଷ କରିଛନ୍ତି ଏହି ବେଆଇନ୍ କାମ। ଏମିତି ଏକ ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲା ଚିତ୍ରଡ଼ା ବ୍ଲକର ପାଟପୁର ସ୍ଥିତ ଡିପ୍ଲୋମା ଇଂଜିନିୟରିଂ ସ୍କୁଲ୍‌ରୁ। ଏହି ସ୍କୁଲ୍‌ର ୫୬ ଜଣ ଛାତ୍ରଙ୍କ ନାଁରେ ଜଣ ପିଛା ୮୦ ହଜାରରୁ ଲକ୍ଷେ ଟଙ୍କା ମଧ୍ୟରେ ବ୍ୟାଙ୍କରୁ ଋଣ କରାଯାଇଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ , ଗତକାଲି ସ୍କୁଲ୍‌ର କିଛି ଛାତ୍ର କୌଣସି କାର୍ଯ୍ୟରେ ବାରିପଦା ସ୍ଥିତ ବିଜୟା ବ୍ୟାଙ୍କକୁ ଯାଇଥିଲେ। ସେଠାରେ ସେମାନେ ଜାଣିବାକୁ ପାଇଥିଲେ ଯେ ସ୍କୁଲର ୫୬ ଜଣ ଛାତ୍ରଙ୍କ ନାଁରେ ଲୋନ୍ ହୋଇଛି। ଏ କଥା ପ୍ରଘଟ ହେବା ପରେ ସ୍କୁଲ୍‌ରେ ଉତ୍ତେଜନା ଦେଖାଦେଇଥିଲା। ଏହାପରେ ୫୬ ଜଣ ଛାତ୍ର ଏକାଠି ଯାଇ ଗତକାଲି ରାତିରେ ମୋରଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତେବେ ଅଭିଯୋଗ ପରେ ସେମାନଙ୍କୁ ଆଉ ସ୍କୁଲ୍‌ରେ ପୂରାଇ ଦିଆଯାଉ ନଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ଏନେଇ ସ୍କୁଲ୍ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳି ନାହିଁ।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos