ପଂଚାୟତସ୍ତରରେ ପ୍ରସ୍ତୁତ ହେବ ବିପର୍ଯ୍ୟୟ ପରିଚାଳନା ଯୋଜନା: ପ୍ରଥମ ପର୍ଯ୍ୟାୟରେ ୫୦ ପଂଚାୟତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରାୟ ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟର ଶିକାର ହେଉଥିବା ଓଡ଼ିଶା ନିଜର ‘ବିପର୍ଯ୍ୟୟ ପ୍ରଶମନ ପରିଚାଳନା ମଡେଲ’କୁ ଏବେ ପଂଚାୟତ ଓ ବ୍ଲକସ୍ତରରେ ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନେଇଛି । ନିଜର ବିପର୍ଯ୍ୟୟ ପରିଚାଳନା ମଡେଲରେ ଜିରୋ କାଜୁଆଲିଟିକୁ ପ୍ରାଥମିକତା ଦେଇ ପ୍ରଶଂସା ସାଉଁଟିଥିବା ଓଡ଼ିଶା ଏବେ ପ୍ରଥମ ପର୍ଯ୍ୟାୟରେ ୩୦ଟି ଜିଲ୍ଲାର ୫୦ଟି ବ୍ଲକର ୫୦ଟି ପଂଚାୟତରେ ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖିଛି । ଏଥିପାଇଁ ପାଣ୍ଠି ବରାଦ ସହ […]

disaster

disaster

Ordigital Desk
  • Published: Saturday, 03 September 2022
  • Updated: 04 September 2022, 07:33 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରାୟ ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟର ଶିକାର ହେଉଥିବା ଓଡ଼ିଶା ନିଜର ‘ବିପର୍ଯ୍ୟୟ ପ୍ରଶମନ ପରିଚାଳନା ମଡେଲ’କୁ ଏବେ ପଂଚାୟତ ଓ ବ୍ଲକସ୍ତରରେ ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନେଇଛି । ନିଜର ବିପର୍ଯ୍ୟୟ ପରିଚାଳନା ମଡେଲରେ ଜିରୋ କାଜୁଆଲିଟିକୁ ପ୍ରାଥମିକତା ଦେଇ ପ୍ରଶଂସା ସାଉଁଟିଥିବା ଓଡ଼ିଶା ଏବେ ପ୍ରଥମ ପର୍ଯ୍ୟାୟରେ ୩୦ଟି ଜିଲ୍ଲାର ୫୦ଟି ବ୍ଲକର ୫୦ଟି ପଂଚାୟତରେ ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖିଛି । ଏଥିପାଇଁ ପାଣ୍ଠି ବରାଦ ସହ କେଉଁ ଜିଲ୍ଲାରୁ କେତେ ବ୍ଲକ ଓ ପଂଚାୟତରେ ଏହି ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତ ହେବ ତାହା ମଧ୍ୟ ସ୍ଥିର କରିଛି । ବ୍ଲକଗୁଡ଼ିକୁ ସେପ୍ଟେମ୍ବର ୩୦ ଓ ପଂଚାୟତକୁ ଅକ୍ଟୋବର ୧୦ତାରିଖ ସୁଦ୍ଧା ନିଜର ଚୂଡ଼ାନ୍ତ ବିପର୍ଯ୍ୟୟ ପରିଚାଳନା ଯୋଜନାକୁ ଯଥାକ୍ରମେ ପଂଚାୟତ ସମିତି ଓ ପଂଚାୟତରେ ଅନୁମୋଦନ କରି ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡଃ ଜ୍ଞାନ ଦାସ ଆଜି ସମସ୍ତ ଜିଲ୍ଲାପାଳଙ୍କୁ ଏହି ପଂଚାୟତ ଓ ବ୍ଲକସ୍ତରରେ ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତ ସମ୍ପର୍କରେ ଅବଗତ କରାଇବା ସହ ପଂଚାୟତିରାଜ ବିଭାଗର ଜୁନ୍ ୩୦ତାରିଖ ଓ ଓସଡମାରୁ ଜୁଲାଇ ୨ ତାରିଖ ଚିଠିକୁ ଅନୁସରଣ କରିବାକୁ କହିଛନ୍ତି । ଡଃ ଦାସ ସମସ୍ତ ଜିଲ୍ଲାପାଳଙ୍କୁ ଏ ସମ୍ପର୍କରେ ଚିଠି ଲେଖି ଦର୍ଶାଇଛନ୍ତି ଯେ ନିକଟ ଅତୀତରେ ଓଡ଼ିଶା ପଂଚାୟତ ସମିତି ଆଇନ-୧୯୫୯ ଓ ଓଡ଼ିଶା ଗ୍ରାମ ପଂଚାୟତ ଆଇନ-୧୯୬୪ରେ ସଂଶୋଧନ କରାଯାଇ ବ୍ଲକ ଓ ପଂଚାୟତସ୍ତରରେ ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତ କରିବାର ମାର୍ଗ ପ୍ରଶସ୍ତ ହୋଇଛି । ପ୍ରଥମ ପର୍ଯ୍ୟାୟରେ ସମସ୍ତ ୩୦ ଜିଲ୍ଲାର ୫୦ଟି ବ୍ଲକର ୫୦ଟି ପଂଚାୟତରେ ଏହି ଯୋଜନା ପ୍ରସ୍ତୁତ କରାଯିବ । ଏଥିପାଇଁ ୭.୫୦ଲକ୍ଷ ଟଙ୍କାର ପାଣ୍ଠି ମଧ୍ୟ ବ୍ୟୟବରାଦ କରାଯାଇଛି । ବ୍ଲକଗୁଡ଼ିକ ନିଜସ୍ୱ ବିପର୍ଯ୍ୟୟ ପରିଚାଳନାର ଚିଠା ଯୋଜନା ଓ ପଂଚାୟତଗୁଡ଼ିକ ନିଜସ୍ୱ ବିପର୍ଯ୍ୟୟ ପରିଚାଳନାର ଚିଠା ଯୋଜନାକୁ ଯଥାକ୍ରମେ ସେପ୍ଟେମ୍ବର ୧୫ତାରିଖ ଓ ସେପ୍ଟେମ୍ବର ୩୦ତାରିଖ ସୁଦ୍ଧା ଦାଖଲ କରିବାକୁ କୁହାଯାଇଛି । ସେହିପରି ଚୂଡ଼ାନ୍ତ ବିପର୍ଯ୍ୟୟ ପରିଚାଳନା ଯୋଜନାକୁ ବ୍ଲକଗୁଡ଼ିକ ସେପ୍ଟେମ୍ବର ୩୦ ଓ ପଂଚାୟତଗୁଡ଼ିକ ଅକ୍ଟୋବର ୧୦ତାରିଖ ସୁଦ୍ଧା ଦାଖଲ କରିବାକୁ ଡଃ ଦାସ ଜିଲ୍ଲାପାଳମାନଙ୍କୁ ଅନୁରୋଧ କରିଛନ୍ତି ।

ସୂଚନା ଅନୁସାରେ, ପ୍ରଥମ ପର୍ଯ୍ୟାୟରେ ସମସ୍ତ ୩୦ ଜିଲ୍ଲା ସାମିଲ ହୋଇଥିଲେ ମଧ୍ୟ ସର୍ବାଧିକ ପୁରୀ ଜିଲ୍ଲାର ୬ଟି ବ୍ଲକର ୬ଟି ପଂଚାୟତ, ଗଞ୍ଜାମ ଓ ବାଲେଶ୍ୱରର ୫ଟି ବ୍ଲକର ୫ଟି ପଂଚାୟତ ଲେଖାଏ, ଜଗତସିଂହପୁର ଓ ଭଦ୍ରକର ୩ଟି ବ୍ଲକର ୩ଟି ପଂଚାୟତ ଲେଖାଏଁ, କେନ୍ଦ୍ରାପଡ଼ା, କଟକ,ମୟୂରଭଞ୍ଜ ଜିଲ୍ଲାର ୨ଟି ବ୍ଲକର ୨ଟି ପଂଚାୟତ ଲେଖାଏଁରେ ଏହି ଯୋଜନା ପ୍ରସ୍ତୁତ ହେବ । ଅନ୍ୟ ସମସ୍ତ ଜିଲ୍ଲାରେ ଗୋଟିଏ ଲେଖାଏ ବ୍ଲକର ଗୋଟିଏ ଲେଖାଏଁ ପଂଚାୟତରେ ଏହି ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ବ୍ଲକଗୁଡ଼ିକ ଏହି ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତ ନିମନ୍ତେ ଓରିଏଣ୍ଟେସନ କାର୍ଯ୍ୟକ୍ରମ, ପଂଚାୟତ ପ୍ରତିନିଧିମାନଙ୍କ ପାଇଁ ଓରିଣ୍ଟେସନ କାର୍ଯ୍ୟକ୍ରମ ଓ ଶେଷରେ ପଂଚାୟତ ସମିତି ବୈଠକ ଡାକି ଏହି ବିପର୍ଯ୍ୟୟ ପରିଚାଳନା ଯୋଜନାକୁ ଅନୁମୋଦନ କରାଇବେ । ଏଥିପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନସ୍ତରରେ କାର୍ଯ୍ୟ ନିମନ୍ତେ ପାଣ୍ଠି ଆବଂଟିତ ହୋଇଛି । ୫୦ଟି ବ୍ଲକ ନିମନ୍ତେ ମୋଟ ୪.୨୫ଲକ୍ଷ ଟଙ୍କା ଦିଆଯାଇଛି । ସେହିପରି ପଂଚାୟତର କର୍ମଚାରୀ ଓ ୱାର୍ଡମେମ୍ବରଙ୍କ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ, ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତ ଓ ଏହାକୁ ପଂଚାୟତ ବୈଠକ ଡାକି ଅନୁମୋଦନ କରାଇବା ନିମନ୍ତେ ୫୦ଟି ପଂଚାୟତ ପାଇଁ ମୋଟ ୩ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଛି ।

ସୂଚନାଯୋଗ୍ୟ, ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ(ଓସଡମା) ପୂର୍ବରୁ ରାଜ୍ୟର ସମସ୍ତ ସହରଗୁଡ଼ିକର ନିଜସ୍ୱ ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତ ନିମନ୍ତେ ନିର୍ଦ୍ଦେଶ ଦେଇଥିଲାବେଳେ ଏବେ ପଂଚାୟତ ଓ ବ୍ଲକସ୍ତରରେ ନିଜସ୍ୱ ବିପର୍ଯ୍ୟୟ ପରିଚାଳନା ଯୋଜନା ମାଧ୍ୟମରେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲାକୁ ଅଧିକ ସୁଦୃଢ଼ କରାଇବାକୁ ଲକ୍ଷ୍ୟ ରଖିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story