ସ୍ୱାମୀର ଭୁଜାଲି ଚୋଟରେ ସ୍ତ୍ରୀ ମୃତ

ବଣାଇ(ରଣଜିତ୍ ଚୌଧୁରୀ): ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ଧାତିକିପୋସ ଗାଁରେ ଘରୋଇ କଳିକୁ ନେଇ ଜଣେ ମହିଳାଙ୍କୁ ଭୁଜାଲିରେ ହାଣି ତାଙ୍କ ସ୍ୱାମୀ ହତ୍ୟା କରିଛି । ମୃତ ମହିଳାଙ୍କ ନାଁ ରାଇବାରି। ଅଭିଯୁକ୍ତ ସ୍ୱାମୀର ନାଁ ଗୋବିନ୍ଦ କିଷାନ। ଆଜି ସକାଳ ପ୍ରାୟ ୮ଟା ବେଳେ ଗୋବିନ୍ଦ ଓ ରଇବାରିଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଗୋବିନ୍ଦ ଘରେ ଥିବା ଭୁଜାଲି ଆଣି ରାଇବାରିଙ୍କ ଛାତିକୁ ଛୋଟ ମାରିଥିଲା। ଘଟଣାସ୍ଥଳରେ ହିଁ […]

murder

murder

Jyoshna Pradhan
  • Published: Friday, 15 November 2019
  • Updated: 15 November 2019, 02:31 PM IST

Sports

Latest News

ବଣାଇ(ରଣଜିତ୍ ଚୌଧୁରୀ): ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ଧାତିକିପୋସ ଗାଁରେ ଘରୋଇ କଳିକୁ ନେଇ ଜଣେ ମହିଳାଙ୍କୁ ଭୁଜାଲିରେ ହାଣି ତାଙ୍କ ସ୍ୱାମୀ ହତ୍ୟା କରିଛି । ମୃତ ମହିଳାଙ୍କ ନାଁ ରାଇବାରି। ଅଭିଯୁକ୍ତ ସ୍ୱାମୀର ନାଁ ଗୋବିନ୍ଦ କିଷାନ।

ଆଜି ସକାଳ ପ୍ରାୟ ୮ଟା ବେଳେ ଗୋବିନ୍ଦ ଓ ରଇବାରିଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଗୋବିନ୍ଦ ଘରେ ଥିବା ଭୁଜାଲି ଆଣି ରାଇବାରିଙ୍କ ଛାତିକୁ ଛୋଟ ମାରିଥିଲା। ଘଟଣାସ୍ଥଳରେ ହିଁ ରାଇବାରିଙ୍କ ମୃତ୍ୟୁ ଘଟିଥିଲା। ତେବେ ଚିତ୍କାର ଶୁଣି ପଡ଼ୋଶୀ ଘଟଣାସ୍ଥଳରେ ପହଞ୍ଚିଯିବାରୁ ଗୋବିନ୍ଦ ଫେରାର୍ ହୋଇ ଯାଇଛି।

ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ଘଟଣାର ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos