ରେଶମ ସହରରୁ ଠାବ ହେଲା ନକଲି ମସଲା ଓ ଲଙ୍କାଗୁଣ୍ଡ ଫ୍ୟାକ୍ଟ୍ରି

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): କଟକ, ଭୁବନେଶ୍ୱର ପରେ ଏବେ ବ୍ରହ୍ମପୁରରେ ନକଲି ଆତଙ୍କ । ଦକ୍ଷିଣ ଓଡ଼ିଶାର ବ୍ୟାବସାୟିକ ପେଣ୍ଠସ୍ଥଳୀ ବ୍ରହ୍ମପୁରରେ ନକଲି ମସଲା ଓ ଲଙ୍କାଗୁଣ୍ଡ ଫ୍ୟାକ୍ଟ୍ରି ଠାବ କରାଯାଇଛି । ସହରର ବଡ଼ବଜାର ପାଣ୍ଡବନଗରରେ ନକଲି ମସଲା ଓ ଲଙ୍କା ଗୁଣ୍ଡ ଫ୍ୟାକ୍ଟ୍ରିକୁ ସିଲ୍ କରାଯାଇଛି। ଏହାସହ କାରଖାନାର ନକଲି ସାମଗ୍ରୀ ପ୍ରସ୍ତୁତ ପାଇଁ ଥିବା ମେସିନ, ପଲି ପ୍ୟାକ ଆଦି ଜବତ ହୋଇଛି । କାରଖାନାର ମାଲିକ ଜଣକ ରାୟପୁରରୁ ମରିଚ ଗୁଣ୍ଡ […]

Nakli-Lankagunda

Nakli-Lankagunda

Niharika Rout
  • Published: Thursday, 21 January 2021
  • Updated: 21 January 2021, 11:45 AM IST

Sports

Latest News

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): କଟକ, ଭୁବନେଶ୍ୱର ପରେ ଏବେ ବ୍ରହ୍ମପୁରରେ ନକଲି ଆତଙ୍କ । ଦକ୍ଷିଣ ଓଡ଼ିଶାର ବ୍ୟାବସାୟିକ ପେଣ୍ଠସ୍ଥଳୀ ବ୍ରହ୍ମପୁରରେ ନକଲି ମସଲା ଓ ଲଙ୍କାଗୁଣ୍ଡ ଫ୍ୟାକ୍ଟ୍ରି ଠାବ କରାଯାଇଛି । ସହରର ବଡ଼ବଜାର ପାଣ୍ଡବନଗରରେ ନକଲି ମସଲା ଓ ଲଙ୍କା ଗୁଣ୍ଡ ଫ୍ୟାକ୍ଟ୍ରିକୁ ସିଲ୍ କରାଯାଇଛି। ଏହାସହ କାରଖାନାର ନକଲି ସାମଗ୍ରୀ ପ୍ରସ୍ତୁତ ପାଇଁ ଥିବା ମେସିନ, ପଲି ପ୍ୟାକ ଆଦି ଜବତ ହୋଇଛି ।

କାରଖାନାର ମାଲିକ ଜଣକ ରାୟପୁରରୁ ମରିଚ ଗୁଣ୍ଡ ଓ ମେସିନ ଆଣି ଏଠାରେ ପ୍ୟାକିଂ କରୁଥିଲା । ଏହାସହ ସେ ଗଞ୍ଜାମ ଜିଲ୍ଲା ଓ ଛତିଶଗଡ଼ର ରାୟପୁରରେ ଏହି ନକଲି ସାମଗ୍ରୀ ବିକ୍ରି କରୁଥିବା ସ୍ୱୀକାର କରିଛନ୍ତି । ତେବେ ପୁଲିସ୍‌ ଏହି  ଫ୍ୟାକ୍ଟ୍ରି ପାଖରେ ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ ଓ ମସଲା ତିଆରି କରୁଥିବା ଆଉ ୨ଟି କାରଖାନାରେ ମଧ୍ୟ ଚଢ଼ଉ କରିଛି ।

ଲକ୍ଷ୍ମୀ ନୃସିଂହ ସପ୍ତମ ଲେନ୍ ଓ ଥାନା ସମ୍ମୁଖ  ନୂଆ ରାଜା ସାହିରେ ଥିବା ୨ଟି ମସଲା ଫ୍ୟାକ୍ଟ୍ରି ଉପରେ ଚଢ଼ଉ ହୋଇଛି । ଏଠାରୁ କାଠ ଗୁଣ୍ଡ, ତସୁ ଓ ରାସାୟନିକ ସାମଗ୍ରୀ ଜବତ ହୋଇଛି । ନକଲି ମସଲା ତିଆରି କାରଖାନା ଚାଲିଥିବା ଖବର ପାଇ ବଡ଼ ବଜାର ଥାନା  ଓ ଗୋଶାଣି ନୂଆଗାଁ ଥାନା ପୁଲିସ୍‌  ମିଳିତ ଭାବେ ଚଢ଼ଉ କରିଥିଲେ।

ଅପରପକ୍ଷେ ଏହାର ମାଲିକ କହିଛନ୍ତି, ହଳଦି, ମରିଚରେ କେବଳ ଖୁଦ ମିଶୁଛି । ବ୍ରହ୍ମପୁରରରେ ବହୁ ଜାଗାରେ ଏପରି ଜିନିଷ ତିଆରି ହେଉଥିବା ବେଳେ ଲାଇସେନ୍ସ ନ ଥିବାରୁ ଆମକୁ ଧରିଲେ।

ସୂଚନାଯୋଗ୍ୟ ଗତକାଲି ଭୁବନେଶ୍ୱର ଉପକଣ୍ଠ ପାହାଳରୁ ଜବତ ହୋଇଥିଲା ଅସ୍ୱାସ୍ଥ୍ୟକର ପରିବେଶରେ ତିଆରି ହେଉଥିବା ନକଲି  ଆଚାର ଓ ସସ୍। ଏହାର ପ୍ରସ୍ତୁତି ପ୍ରଣାଳୀ ଦେଖିଲେ  ଆଚାର ନାଁରେ କିପରି ବିଷ ଦେଉଛନ୍ତି ତାହା ଜାଣି ତାଜୁବ ହୋଇଯିବେ। ଆଚାର ପ୍ରସ୍ତୁତିର କଞ୍ଚାମାଲକୁ ଏକ ପ୍ଲାଷ୍ଟିକ୍ କଣ୍ଟେନରରେ ସଢୁଛି। ଲଙ୍କା ଆଉ କଣ୍ଟେନର୍ ସାରା ସାଲୁବାଲୁ ପୋକ। ଏହାବ୍ୟତୀତ ଯେତେ କଣ୍ଟେନରରେ ଲୁଣ, ଭିନେଗାର ଓ ଆମ୍ବ ପଡ଼ି କଞ୍ଚାମାଲ ଗଚ୍ଛିତ ଅଛି ସବୁ ବହୁ ପୁରୁଣା ଓ ଖାଦ୍ୟ ଅନୁପୋଯୋଗୀ।

ସସ୍ ଅବସ୍ଥା ମଧ୍ୟ ନ କହିଲେ ଭଲ।   ଟମାଟୋ ସସ୍‌ରେ  ଟମାଟୋର ନାଁ ଗନ୍ଧ। ଟମାଟୋ ବଦଳରେ ବ୍ୟବହାର ହେଉଛି ଏକ ପ୍ରକାର ସେମି ଲିକ୍ୟୁଡି। ଏହାପରେ କେମିକାଲ ପ୍ରୟୋଗ କରାଯାଇ ଆଚାର ଓ ସସକୁ ଗାଢ ନାଲି କରାଯାଉଛି।  ଏମିତି ଢଙ୍ଗରେ ପ୍ରସ୍ତୁତ ପରେ ଚକାଚକ୍ ଲେବଲ ଓ ବଟଲରେ ପ୍ୟାକିଂ ହୋଇ ପଲ୍ପିନା ନାଁରେ ବଜାରକୁ ଆସୁଥିଲା ସସ୍ ଓ ଆଚାର। ଏସବୁ ସାମଗ୍ରୀ ଜବତ ସହ ପରୀକ୍ଷା ପାଇଁ ନମୁନା ନେଇଛି ଫୁଡ୍ ସେଫ୍ଟି ବିଭାଗ।

ଏହାପୂର୍ବରୁ କଟକରୁ ମଧ୍ୟ ନକଲି, ତେଲ, ଘିଅ, ଚା’ପତି, ସସ୍‌ ପ୍ରସ୍ତୁତ ଫ୍ୟାକ୍ଟ୍ରି ଉପରେ ଚଢ଼ାଉ କରିସାରିଛି ଫୁଡ୍ ସେଫ୍ଟି ବିଭାଗ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story