କରୋନା ବେଳେ ବରିଷ୍ଠ ଓଏଏସ ସ୍ତରରେ ଅଦଳବଦଳ କଲେ ସରକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଆଜି ବରିଷ୍ଠ ଓଏଏସ୍ ଅଫିସରସ୍ତରରେ ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ବାଲେଶ୍ୱର ଡିଆରଡିଏ ପିଡି ରାମଚନ୍ଦ୍ର ଜେନାଙ୍କୁ ଦେବଗଡ଼ ଡିଆରଡିଏ ପିଡି, ରବିନ୍ଦ୍ର କୁମାର ସାହୁଙ୍କୁ ବାଲେଶ୍ୱର ଡିଆରଡିଏ ପିଡି, ରାଜେନ୍ଦ୍ର କୁମାର ରଞ୍ଜିତଙ୍କୁ ଗଜପତି ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ)ଙ୍କୁ ବଦଳି ସହ ମହେନ୍ଦ୍ରଗଡ଼ସ୍ଥିତ ଛେଳିଆଗଡ଼ ଜଳସେଚନ ପ୍ରକଳ୍ପର ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀର ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହୋଇଛି। ସେହିପରି ପଦ୍ମନାଭ ବେହେରାଙ୍କୁ ଗଞ୍ଜାମ […]

secretariat-odisha

secretariat-odisha

Manoranjan Sial
  • Published: Thursday, 06 August 2020
  • Updated: 06 August 2020, 07:48 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଆଜି ବରିଷ୍ଠ ଓଏଏସ୍ ଅଫିସରସ୍ତରରେ ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ବାଲେଶ୍ୱର ଡିଆରଡିଏ ପିଡି ରାମଚନ୍ଦ୍ର ଜେନାଙ୍କୁ ଦେବଗଡ଼ ଡିଆରଡିଏ ପିଡି, ରବିନ୍ଦ୍ର କୁମାର ସାହୁଙ୍କୁ ବାଲେଶ୍ୱର ଡିଆରଡିଏ ପିଡି, ରାଜେନ୍ଦ୍ର କୁମାର ରଞ୍ଜିତଙ୍କୁ ଗଜପତି ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ)ଙ୍କୁ ବଦଳି ସହ ମହେନ୍ଦ୍ରଗଡ଼ସ୍ଥିତ ଛେଳିଆଗଡ଼ ଜଳସେଚନ ପ୍ରକଳ୍ପର ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀର ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହୋଇଛି।

ସେହିପରି ପଦ୍ମନାଭ ବେହେରାଙ୍କୁ ଗଞ୍ଜାମ ଜିଲ୍ଲାର କୋଭିଡ୍ ମୁକାବିଲା ଦାୟିତ୍ୱରୁ କାଢ଼ି ନେଇ ରେଢାଖୋଲ ସବଡିଭିଜିନାଲ ମାଜିଷ୍ଟ୍ରେଟ୍ ଭାବେ ବଦଳି କରାଯାଇଛି। ଦେବେନ୍ଦ୍ର କୁମାର ନନ୍ଦଙ୍କୁ ସମ୍ବଲପୁର ଆରଟିଓ, ଲଳିତ ମୋହନ ବେହେରାଙ୍କୁ ଆଠମଲ୍ଲିକ ସବ୍ କଲେକ୍ଟର, ନିହାର ରଞ୍ଜନ କଅଁରଙ୍କୁ କନ୍ଧମାଳ ସବକଲେକ୍ଟର, ସରୋଜ କୁମାର ଦତ୍ତଙ୍କୁ ଆନନ୍ଦପୁର ସବକଲେକ୍ଟର ଓ ସୁରେଶ ଚନ୍ଦ୍ର ପ୍ରଧାନଙ୍କୁ ବାଲିଗୁଡ଼ା ଆଇଟିଡିଏ ପ୍ରକଳ୍ପ ଅଧିକାରୀ ଭାବେ ବଦଳି କରାଯାଇଛି। ଓଏଏସ୍ ଅନାମ ଚରଣ ପାତ୍ର ଜୁଲାଇ ୨୪ ଓ ରଞ୍ଜିତ ପରିଡ଼ାଙ୍କ ଜୁଲାଇ ୨୬ତାରିଖର ବଦଳି ନିର୍ଦ୍ଦେଶକୁ ବାତିଲ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos