ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ବିଶିଷ୍ଟ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ପରଲୋକ । ୮୨ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଗତ କିଛି ଦିନ ହେବ ନିମୋନିଆରେ ପୀଡିତ ହୋଇ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତେବେ ଗତକାଲି ବିଳମ୍ବିତ ରାତିରେ ତାଙ୍କର ପରଲୋକ ହୋଇଥିବା ପୁଅ କୌଶିକ ମହାପାତ୍ର ସୂଚନା ଦେଇଛନ୍ତି । ହସ୍ପିଟାଲରୁ ଭୁବନେଶ୍ୱର ପଳାସପଲ୍ଲୀସ୍ଥିତ ବାସଭବନକୁ ନିଆଯାଇଛି ପାର୍ଥିବ ଶରୀର । ସେଠାରେ ବନ୍ଧୁ […]

Santanu-mahapatra

Santanu-mahapatra

Madhupriya Mistry
  • Published: Wednesday, 30 December 2020
  • Updated: 30 December 2020, 11:32 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ବିଶିଷ୍ଟ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ପରଲୋକ । ୮୨ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଗତ କିଛି ଦିନ ହେବ ନିମୋନିଆରେ ପୀଡିତ ହୋଇ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତେବେ ଗତକାଲି ବିଳମ୍ବିତ ରାତିରେ ତାଙ୍କର ପରଲୋକ ହୋଇଥିବା ପୁଅ କୌଶିକ ମହାପାତ୍ର ସୂଚନା ଦେଇଛନ୍ତି ।

ହସ୍ପିଟାଲରୁ ଭୁବନେଶ୍ୱର ପଳାସପଲ୍ଲୀସ୍ଥିତ ବାସଭବନକୁ ନିଆଯାଇଛି ପାର୍ଥିବ ଶରୀର । ସେଠାରେ ବନ୍ଧୁ ପରିଜନ ଓ ଶୁଭେଚ୍ଛୁମାନେ ଶାନ୍ତନୁଙ୍କ ମର ଶରୀରକୁ ଦର୍ଶନ କରୁଛନ୍ତି। ଏହାପରେ ସତ୍ୟନଗର ଶ୍ମଶାନରେ ତାଙ୍କର ଶେଷକୃତ୍ୟ କରାଯିବ ବୋଲି ସୂଚନା ମିଳିଛି ।

୧୯୩୬ ମସିହାରେ ବାରିପଦାରେ ଜନ୍ମଗ୍ରହଣ କରିଥିଲେ ଶାନ୍ତନୁ । ଆଇଆଇଟି ଖଡ଼ଗପୁରରୁ ଆପ୍ଲାଏଡ୍ ଜିଓଲଜି ଆଣ୍ଡ ଜିଓଫିଜିକ୍ସରେ ସେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ରାଜ୍ୟ ସରକାରଙ୍କ ମାଇନିଂ ଏବଂ ଜିଓଲଜି ବିଭାଗରେ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇଛନ୍ତି । ସଂଗୀତ ଗୁରୁ ବାଂଛାନିଧି ପଣ୍ଡାଙ୍କ ନିକଟରୁ ସଂଗୀତ ଶିକ୍ଷା କରିଥିଲେ ଶାନ୍ତନୁ ।

ଜଣେ ଗାୟକ ଏବଂ ସଂଗୀତ ନିର୍ଦ୍ଦେଶକ ଭାବେ ତାଙ୍କର ରହିଥିଲା ପ୍ରତିଭା । ଓଡ଼ିଆ , ହିନ୍ଦୀ, ବଙ୍ଗଳା, ଆସାମୀ, ତେଲୁଗୁ ଭାଷାରେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଶାନ୍ତନୁ ମହାପାତ୍ର  । ସଂଗୀତ ସାଧନା ପାଇଁ ତାଙ୍କୁ ଜାତୀୟ ଏବଂ ରାଜ୍ୟସ୍ତରରେ ଅନେକ ପୁରସ୍କାର ମିଳିଛି ।

ଚିଲିକା ତୀରେ, ପ୍ରିୟତମା, ଅଗ୍ନି ପରୀକ୍ଷା, ମେଘମୁକ୍ତି, ଶୀତ ରାତି, ଜୀବନ ସଂଗ୍ରାମ ପାଇଁ ତାଙ୍କୁ ଜାତୀୟ ପୁରସ୍କାର ମିଳିଛି । ବଙ୍ଗଳାରେ ମହାପୃଥିବୀ ଏବଂ ହିନ୍ଦୀ ଫିଲ୍ମ ‘ଶୋଧ’ ଲାଗି ସେ ଜାତୀୟ ପୁରସ୍କାର ପାଇଛନ୍ତି । ବିଭିନ୍ନ ଭାଷାରେ ସଂଗୀତ ଦେବାରେ ଶାନ୍ତନୁ ହେଉଛନ୍ତି ପ୍ରଥମ ଓଡ଼ିଆ  ସଙ୍ଗୀତ ନିର୍ଦ୍ଦେଶକ ।

ସଙ୍ଗୀତଜ୍ଞ ଶାନ୍ତନୁ ମହାପାତ୍ରଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶାନ୍ତନୁଙ୍କୁ ଭାରତୀୟ ସଙ୍ଗୀତ ଜଗତର ଅମଳିନ ପ୍ରତିଭା ଭାବେ ବର୍ଣ୍ଣନା କରିଛନ୍ତି ମୁଖ୍ୟମନ୍ତ୍ରୀ । ତାଙ୍କ ନିର୍ଦ୍ଦେଶିତ ସଙ୍ଗୀତ ସବୁଦିନ ପାଇଁ ଅମର ହୋଇ ରହିବ। ଜଣେ ଗୀତିକାର ଓ ସଙ୍ଗୀତ ନିର୍ଦ୍ଦେଶକ ଭାବେ ସେ ତାଙ୍କ ପ୍ରତିଭାର ଉଜ୍ୱଳ ସ୍ୱାକ୍ଷର ଛାଡି ଯାଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନିଜ ଶୋକବାର୍ତ୍ତାରେ ଲେଖିଛନ୍ତି।

ସେହିପରି ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି । ଶାନ୍ତନୁଙ୍କ ଦେହାନ୍ତରେ ଗଭୀର ଦୁଃଖ ପ୍ରକାଶ କରିବା ସହ ସେ ସଂଗୀତ ଦୁନିଆର ଏକ ମାଇଲ ଖୁଣ୍ଟ ଥିଲେ । ଯାହାଙ୍କ ମୃତ୍ୟୁ ଆମ ପାଇଁ ଅପୂରଣୀୟ କ୍ଷତି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଦୁଃଖଦ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ।

ସଙ୍ଗୀତଜ୍ଞ ଶାନ୍ତନୁ ମହାପାତ୍ରଙ୍କ ବିୟୋଗରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ଶୋକ ପ୍ରକାଶ କରିଛନ୍ତି। ଶାନ୍ତନୁ ମହାପାତ୍ର ଥିଲେ ପ୍ରଥମ ଓଡ଼ିଆ, ଯିଏ ବିଭିନ୍ନ ଭାଷାରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୋଲି ଟ୍ୱିଟ୍ କରିଛନ୍ତି ବୈଜୟନ୍ତ । ଶାନ୍ତନୁ ମହାପାତ୍ରଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହିତ ଦିବଂଗତ ଆତ୍ମାର ସଦଗତି କାମନା କରିଛନ୍ତି।

ଅନେକ ଓଡ଼ିଆ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶାନ୍ତନୁ। ସୂର୍ଯ୍ୟମୁଖୀ, ଅରୁନ୍ଧତି, ଚିଲିକାତୀରେ, ଡୋରା ଭଳି ସୁପର ହିଟ  ଓଡ଼ିଆ ଫିଲ୍ମରେ ସେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ପାଖାପାଖି ୧୯୦୦ ଗୀତର ସଂଯୋଜନା କରିଛନ୍ତି ଶାନ୍ତନୁ । ସେଥିରେ ୫୩ଟି ଫିଚର୍‌ ଓ ଟେଲି ଫିଲ୍ମ, ୧୦ ଯାତ୍ରା, ୬୦ ଆକାଶବାଣୀ ନାଟକ, ୧୦ ନୃତ୍ୟନାଟିକା ରହିଛି। ତାଙ୍କ ନିର୍ଦ୍ଦେଶିତ ଲୋକପ୍ରିୟ ଗୀତ ମଧ୍ୟରେ ‘ସେଇ ଚୁନା ଚୁନା’, ‘ମୟୂରୀ ଗୋ’, ‘ମୁଁ ତ ଥିଲି ଏକୁଟିଆ’, ‘ଏଇ ଜୀବନଟା ଏକ ନାଟକ’, ‘ଆଗୋ ଚନ୍ଦ୍ରିକା’ ଓ ‘ନୂପୂର ବଜାଏ କିଏ’ ଆଦି ଅନ୍ୟତମ ।

ଶ୍ରୀ ମହାପାତ୍ର ଓଡ଼ିଆ ସିନେମା ସଙ୍ଗୀତ ଜଗତରେ ଟ୍ରେଣ୍ଡ୍‌ ସେଟର୍‌ ଥିଲେ । ସର୍ବଦା ସଙ୍ଗୀତ ସାଧନାରେ ଲିପ୍ତ ରହିଆସିଥିଲେ ସେ । ଯେତେବେଳେ ସମୟ ପାଉଥିଲେ ନିଜର ହାର୍‌ମୋନିୟମ୍‌ ଧରି ସ୍ୱର ସଂଯୋଜନା କରୁଥିଲେ। ସେ ବଲିଉଡର ମହମ୍ମଦ ରଫିଙ୍କଠାରୁ ଆରମ୍ଭ କରି ଲତା ମଙ୍ଗେସକର, ଉଷା ମଙ୍ଗେସକର, ମାନ୍ନା ଦେ, ସୁରେଶ ୱାଡ଼େକର, ଅନୁରାଧା ପୌଡ଼ୱାଲ, ଉଷା ଉଥୁପ, କବିତା କ୍ରିଷ୍ଣାମୂର୍ତ୍ତିଙ୍କ ପର୍ଯ୍ୟନ୍ତ ଅନେକଙ୍କ କଣ୍ଠଶିଳ୍ପୀଙ୍କ ସହ ସେ ଓଡ଼ିଆ ଗୀତ ଗାଇଛନ୍ତି । ତାଙ୍କ ପରଲୋକରେ ଓଲିଉଡ ଫିଲ୍ମ ଜଗତରେ ଶୋକର ଛାୟା ଖେଳିଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story