ରାଉରକେଲା/ସୁନ୍ଦରଗଡ଼(ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ନାଁରେ ଖୋଲାଯାଇଛି ଫେକ୍ ଫେସ୍ବୁକ୍ ଆକାଉଣ୍ଟ। ଆଉ ଏହି ଆକାଉଣ୍ଟ ମାଧ୍ୟମରେ ଲୋକଙ୍କୁ ଲାଞ୍ଚ ମଗାଯାଉଛି । ଏଥିସହ ଦାମୀ ଦାମୀ ଉପହାର, ମୋବାଇଲ ଦେବାକୁ ବି କୁହାଯାଉଛି। ଏପରି ଘଟଣା ସାମ୍ନାକୁ ଆସିବା ପରେ ସ୍ପଷ୍ଟୀକରଣ ରଖିଛନ୍ତି ଖୋଦ୍ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ।
ମିଳିଥିବା ସୂଚନା ମୁତାବକ, କିଛି ଦିନ ହେବ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ନାଁରେ କେହି ଦୁର୍ବୃତ୍ତ ଫେକ୍ ଫେସ୍ବୁକ୍ ଆକାଉଣ୍ଟ କରି ଠକେଇ କରୁଥିବା ଅଭିଯୋଗ ହୋଇ ଆସୁଛି। ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଏ ସମ୍ପର୍କରେ ନିଜର ଜଣେ ବନ୍ଧୁଙ୍କଠାରୁ ଜାଣିବାକୁ ପାଇଲେ। ଏହା ପରେ ଉକ୍ତ ଆକାଉଣ୍ଟ ତାଙ୍କର ନୁହେଁ ବୋଲି ନିଜ ଫେସବୁକ୍ ପେଜ୍ରେ ସେ ସ୍ପଷ୍ଟୀକରଣ ଦେଇଛନ୍ତି । ତା’ ସହ ଫେକ୍ ଆଉଣ୍ଟର ଲିଙ୍କ୍ ଦେଇ ଲୋକଙ୍କୁ ଏପରି ଠକାମୀର ଶିକାର ନ ହୋଇ ସଚେତନ ରହିବାକୁ ନିବେଦନ କରିଛନ୍ତି । ଉକ୍ତ ଆକାଉଣ୍ଟକୁ ବ୍ଲକ କରି ଦିଆଯାଇଛି । ଅଧିକ ଖୋଳତାଡ଼ ପରେ ଅଭିଯୁକ୍ତଙ୍କ ସମ୍ପର୍କରେ ସୂଚନା ମିଳିବ ବୋଲି ଜିଲ୍ଲାପାଳ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ଆମ୍ବ ଟାକୁଆ ମୃତ୍ୟୁ: ପୁଣି ବିଜେଡି-ବିଜେପି ମୁହାଁମୁହିଁ, ଆରଡିସି ତଦନ୍ତ ରିପୋର୍ଟକୁ ଅପେକ୍ଷା
ଆମ୍ବ ଟାକୁଆ ଖାଇ କଟକ ବଡ଼ମେଡିକାଲରେ ଚିକିତ୍ସାଧୀନ ଥିବା ଦାରିଙ୍ଗିବାଡ଼ି ବ୍ଲକର ମାଣ୍ଡିପଙ୍କା ଗାଁର ଜିତା ମାଝୀଙ୍କର ଆଜି ମୃତ୍ୟୁ ହେବାପରେ ରାଜନୀତି ସରଗରମ ହୋଇଛି ।
Miscellaneous
୨୩ରେ ମନ୍ତ୍ରିମଣ୍ଡଳ ଓ ମନ୍ତ୍ରିପରିଷଦ ବୈଠକ, ଅତିରିକ୍ତ ଚିଠା ବଜେଟକୁ ମିଳିବ ମଞ୍ଜୁରୀ
ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା ୨୬ତାରିଖରେ ବିଧାନସଭାରେ ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ ଉପସ୍ଥାପନ କରିବେ ।
Miscellaneous
୨୦୪୭ ମସିହା ସୁଦ୍ଧା ‘ସମସ୍ତଙ୍କ ପାଇଁ ବୀମା’
ଓଡ଼ିଶାରେ ବୀମାହାର ଜାତୀୟସ୍ତର ତୁଳନାରେ କମିଥିବାରୁ ୨୦୪୭ ସୁଦ୍ଧା ‘ସମସ୍ତଙ୍କ ପାଇଁ ବୀମା’ ଲକ୍ଷ୍ୟ ହାସଲ କରିବାକୁ ବୀମା କଭରେଜରେ ଉନ୍ନତି ଆଣିବା ନିମନ୍ତେ ରଣନୀତି ଉପରେ ଆଲୋଚନା ହୋଇଛି ।
Miscellaneous
ସରକାରୀ ଜମିରେ ତିଆରି ହୋଇଛି ବାବାଙ୍କ ବୈକୁଣ୍ଠ ଧାମ ଆଶ୍ରମ
ଭୁବନେଶ୍ୱର ଖଣ୍ଡଗିରି ପାଦ ଦେଶରେ ରହିଛି ବାବାଙ୍କ ବୈକୁଣ୍ଠ ଧାମ୍ ଆଶ୍ରମ। ଏଠାରେ କଳକୀରାମ ଶ୍ରୀଶ୍ରୀଶ୍ରୀ ସତ୍ୟ ଅନନ୍ତ ମାଧବ ପୂଜା ପାଉଛନ୍ତି। ପ୍ରବଚନ ଦେଉଛନ୍ତି। ଭକ୍ତଙ୍କୁ ଆଶୀର୍ବାଦ ଦେଉଛନ୍ତି।
Special
ଦୁଇ ଘଣ୍ଟା ବନ୍ଦ ହୋଇଥିଲା ହାର୍ଟ ବିଟ୍; ତଥାପି ପୁନର୍ଜନ୍ମ ପାଇଲେ ଯବାନ
ଏମ୍ସ ଡାକ୍ତର ଔଷଧ ଦେଇ ଶୁଭକାନ୍ତଙ୍କ ବିପି ବଢ଼ାଇବାକୁ ଚେଷ୍ଟା କରିଥିଲେ। ହେଲେ ହାର୍ଟ ବିଟ୍ କିନ୍ତୁ କମି ଚାଲିଥିଲା। ଏହାରି ଭିତରେ ହଠାତ ହୋଇଥିଲା କର୍ଡିଆକ୍ ଆରେଷ୍ଟ। ବନ୍ଦ ହୋଇଗଲା ହାର୍ଟ ବିଟ୍। ତେଣୁ ଡାକ୍ତର ତାଙ୍କୁ CPR ଦେବା ଆରମ୍ଭ କରିଥିଲେ।