ସୁବର୍ଣ୍ଣପୁର (ରବୀନ୍ଦ୍ର ହୋତା): ସୁବର୍ଣ୍ଣପୁର ଜିଲ୍ଲାରେ ଜାଲ ନୋଟ ରାକେଟ ଠାବ କରାଯାଇଛି। ଜାଲ ନୋଟ କାରବାର ଅଭିଯୋଗରେ ବୀରମହାରାଜପୁର ପୋଲିସ ୩ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୪୨ ହଜାର ୫ ଶହ ନକଲି ଟଙ୍କା ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବୌଦ୍ଧ ଜିଲ୍ଲା ମନମୁଣ୍ଡାର ରଂଜିତ ନାଏକ, ଗୁଡଭେଲିପଦରର ରାଜେଶ କୁମାର ସାହୁ ଓ ସୁବର୍ଣ୍ଣପୁର ପାଣିସିଆଲି ଗାଁର ସର୍ବେଶ୍ୱର ମିଶ୍ର। ଘଟଣାରେ ସଂପୃକ୍ତ ଅନ୍ୟଜଣେ ଅଭିଯୁକ୍ତ ରାମାନନ୍ଦ ପ୍ରଧାନ ଏବେବି ଫେରାର ରହିଛି।
ଗତ ୧୪ ତାରିଖରେ ଠେଙ୍ଗୋ ଅଞ୍ଚଳରେ ଏମାନେ ୪୦ ହଜାର ଟଙ୍କା ୫ ଶହ ଟଙ୍କାରେ ୪ଟି ଛେଳି କିଣିଥିଲେ। ବିକ୍ରେତାମାନେ ଉକ୍ତ ଟଙ୍କା ନକଲି ବୋଲି ଜାଣିବା ପରେ ଏନେଇ ବୀରମହାରାଜପୁର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଘଟଣାର ତଦନ୍ତ କରି ୩ ଜଣଙ୍କୁ ଗିରଫ କରିବା ସହ ୪୨ ହଜାର ୫ ଶହ ଟଙ୍କା ଜବତ କରିଛି। ତେବେ ବୌଦ୍ଧ ଜାଲ ନୋଟ କାରବାର ଘଟଣା ସହ ଏହାର ଲିଙ୍କ ଥିବା ପୋଲିସ କହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।