ଧାନବିଲରେ ମେଞ୍ଚା ମେଞ୍ଚା ଚକଡ଼ା ପୋକ; ଚିନ୍ତାରେ ଚାଷୀ

ବିନିକା(ଦୀଲିପ କୁମାର ସାହୁ): କେତେବେଳେ ଅଦିନିଆ ବର୍ଷା ତ’ ଆଉ କେତେବେଳେ ରୋଗ ପୋକର ଦାଉ। ଫସଲରୁ ଫଳ ଧରିବା ପୂର୍ବରୁ ଏହା ନଷ୍ଟ ହେବାକୁ ବସିଲାଣି। ଶହଶହ ହେକ୍ଟର ଧାନବିଲରେ ମେଞ୍ଚା ମେଞ୍ଚା ଚକଡ଼ା ପୋକ ଚାଷୀଙ୍କ ନିଦ ହଜାଇ ଦେଇଛି। ଫଳରେ ଚାଷୀ ମୁଣ୍ଡରେ ଚକଡ଼ା ପୋକର ଚଡ଼କ ପଡିଛି। ଏଭଳି ଅଭିଯୋଗ ଆସିଛି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଅଞ୍ଚଳରୁ। ହୀରାକୁଦ ଜଳସେଚିତ ଡୁଙ୍ଗୁରିପାଲି ବ୍ଲକ ଅଞ୍ଚଳର ନାଇକେନପାଲି,ଏସ୍‌ ରାମପୁର, ମାୟାବର୍‌ହା, ପଣ୍ଡକିଟାଲ, ସାରସମାଲ, […]

binika

binika

Jyoshna Pradhan
  • Published: Friday, 11 October 2019
  • Updated: 11 October 2019, 12:49 PM IST

Sports

Latest News

ବିନିକା(ଦୀଲିପ କୁମାର ସାହୁ): କେତେବେଳେ ଅଦିନିଆ ବର୍ଷା ତ’ ଆଉ କେତେବେଳେ ରୋଗ ପୋକର ଦାଉ। ଫସଲରୁ ଫଳ ଧରିବା ପୂର୍ବରୁ ଏହା ନଷ୍ଟ ହେବାକୁ ବସିଲାଣି। ଶହଶହ ହେକ୍ଟର ଧାନବିଲରେ ମେଞ୍ଚା ମେଞ୍ଚା ଚକଡ଼ା ପୋକ ଚାଷୀଙ୍କ ନିଦ ହଜାଇ ଦେଇଛି। ଫଳରେ ଚାଷୀ ମୁଣ୍ଡରେ ଚକଡ଼ା ପୋକର ଚଡ଼କ ପଡିଛି। ଏଭଳି ଅଭିଯୋଗ ଆସିଛି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଅଞ୍ଚଳରୁ।

ହୀରାକୁଦ ଜଳସେଚିତ ଡୁଙ୍ଗୁରିପାଲି ବ୍ଲକ ଅଞ୍ଚଳର ନାଇକେନପାଲି,ଏସ୍‌ ରାମପୁର, ମାୟାବର୍‌ହା, ପଣ୍ଡକିଟାଲ, ସାରସମାଲ, ସାଧପାଲି, ବେହେରାମାଲ ଗାଁର ଚାଷ ଜମିଗୁଡ଼ିକରେ ଚକଡ଼ା ପୋକର ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ଚାଷୀ ଜମିରେ ଔଷଧ ପକାଇଲେ ମଧ୍ୟ କିଛି କାମ ଦେଉ ନାହିଁ। ଚକଡ଼ା ପୋକର ପ୍ରାଦୁର୍ଭାବ ଧୀରେ ଧୀରେ ବଢ଼ି ଚାଲିଥିବା ବେଳେ ଧାନ ଗଛଗୁଡ଼ିକ ପାଳ ହେବାରେ ଲାଗିଛି। ଫଳରେ ଧାନ  ଅମଳ କରିବାର ଆଶା କରିଥିବା ଚାଷୀ ଏବେ ହତାଶ ହୋଇପଡ଼ିଛି।

ଏନେଇ ନାଇକେନପାଲିର ଜଣେ ଚାଷୀ ସୁଶୀଲ ନାଏକ କହିଛନ୍ତି, “ଆମର ୫ ଏକର ଜମିରେ ଚାଷ କରିଛୁ। ଆମ ଗାଁର ମଧ୍ୟ ବହୁତ ଲୋକ ଚାଷ କରିଛନ୍ତି। ହେଲେ ଚକଡ଼ା ପୋକ ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ଯେତେ ଔଷଧ ପକାଇଲେ ମଧ୍ୟ ତାହା କାମ କରୁ ନାହିଁ । ସରକାରଙ୍କୁ ଜଣାଇଲେ ମଧ୍ୟ ଆମ କଥା କେହି କେହି ଶୁଣୁ ନାହାନ୍ତି। ଏନେଇ ଥରେ  ଗାଁର ଚାଷୀମାନେ ମିଟିଂ କରି ଆନ୍ଦୋଳନ କରିଥିଲୁ। ହେଲେ କ୍ଷତିପୂରଣ କିଛି ମିଳିଲା ନାହିଁ। ଆମ ଅଞ୍ଚଳର ସବୁ ଜମିରେ ଚକଡ଼ା ପୋକ  ଲାଗିବାରେ ଲାଗିଛି। ତେଣୁ ଚାଷୀମାନେ ଚିନ୍ତାରେ ରହିଛନ୍ତି।”

ସୁବର୍ଣ୍ଣପୁର ଉପ କୃଷି ନିର୍ଦ୍ଦେଶକ ସନ୍ତୋଶ କୁମାର ଜେନା କହିଛନ୍ତି, “ପ୍ରତି ପଞ୍ଚାୟତରେ ଚକଡ଼ା ପୋକର ଦମନ ନିମନ୍ତେ ମିଟିଂ କରି ସଚେତନ କରିବାକୁ ଗ୍ରାମ ସେବକମାନଙ୍କୁ କୁହାଯାଉଛି।”

କୃଷି ବିଭାଗର ଦୂରଦୂଷ୍ଟିର ଅଭାବ ସାଙ୍ଗକୁ ସଠିକ୍‌ ସମୟରେ କୃଷି ପରାମର୍ଶ ଓ ଚକଡ଼ା ପୋକ ନିୟନ୍ତ୍ରଣ ଔଷଧ ନପାଇବାରୁ ଚାଷୀମାନେ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି । ଯାହାଫଳରେ ଲକ୍ଷାଧିକ ଟଙ୍କା ଋଣ କରି ଚାଷ କରିଥିବା ଚାଷୀ ଋଣ କେମିତି ଶୁଝିବେ ତାକୁ ନେଇ ଚିନ୍ତାରେ ପଡ଼ିଯାଇଛି। ଏହି ଅଞ୍ଚଳର ଚାଷୀମାନଙ୍କୁ ତୁରନ୍ତ କୃଷି ସହାୟତା ପ୍ରଦାନ କରିବା ପାଇଁ ସରକାର ଯତ୍ନବାନ ହେବାର ଆବଶ୍ୟକତା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story