ମହିଳାଙ୍କ ଶୁଦ୍ଧିକ୍ରିୟା ବେଳେ ସ୍ୱାମୀ ଓ ପୁଅର ମୃତ୍ୟୁ

ନୀଳଗିରି: ପତ୍ନୀଙ୍କ ଦଶାହ ଦିନ ଚାଲିଗଲା ପତି ଓ ପୁଅଙ୍କ ଜୀବନ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ପୋକଲଣ୍ଡା ଗାଁରେ। ଗାଁର ଗୋପୀନାଥ ପ୍ରଧାନଙ୍କ ପତ୍ନୀ ସୁମିତ୍ରା ପ୍ରଧାନ ଗତ ୧୧ ତାରିଖରେ ପକ୍ଷାଘାତ ରୋଗରେ ପୀଡ଼ିତ ହୋଇ ମୃତ୍ୟୁବରଣ କରିଥିଲେ। ଗତକାଲି ତାଙ୍କର ଦଶାହ କାର୍ଯ୍ୟକ୍ରମ ହୋଇଥିଲା। ଶୁଦ୍ଧିକ୍ରିୟା ପରେ ରାତିରେ ତାଙ୍କ ସ୍ୱାମୀ ଗୋପୀନାଥ ଓ ବଡ଼ ପୁଅ ରଞ୍ଜନଙ୍କର ମୃତ୍ୟୁ ହୋଇଯାଇଛି।

କେଉଁ କାରଣରୁ ବାପା ଓ ପୁଅଙ୍କ ମୃତ୍ୟୁ ହେଲା ତାହା ସ୍ପଷ୍ଟ ହୋଇନି। ତେବେ ମା, ବାପା ଓ ଭାଇଙ୍କ ମୃତ୍ୟୁକୁ ନେଇ ଗୋପୀନାଥଙ୍କର ସାନପୁଅ ପରେଶ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଗୋଟିଏ ପରିବାରର ତିନି ଜଣଙ୍କ ମୃତ୍ୟୁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।

ଏହି ଦୁଃଖଦ ଖବର ପାଇ ନୀଳଗିରି ବିଧାୟକ ଗାଁକୁ ଯାଇ ଏହି ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି।

Ordigital Desk
• Published: Tuesday, 21 November 2017
• Updated: 21 November 2017, 01:36 PM IST

Sports

Latest News

ନୀଳଗିରି: ପତ୍ନୀଙ୍କ ଦଶାହ ଦିନ ଚାଲିଗଲା ପତି ଓ ପୁଅଙ୍କ ଜୀବନ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ପୋକଲଣ୍ଡା ଗାଁରେ। ଗାଁର ଗୋପୀନାଥ ପ୍ରଧାନଙ୍କ ପତ୍ନୀ ସୁମିତ୍ରା ପ୍ରଧାନ ଗତ ୧୧ ତାରିଖରେ ପକ୍ଷାଘାତ ରୋଗରେ ପୀଡ଼ିତ ହୋଇ ମୃତ୍ୟୁବରଣ କରିଥିଲେ। ଗତକାଲି ତାଙ୍କର ଦଶାହ କାର୍ଯ୍ୟକ୍ରମ ହୋଇଥିଲା। ଶୁଦ୍ଧିକ୍ରିୟା ପରେ ରାତିରେ ତାଙ୍କ ସ୍ୱାମୀ ଗୋପୀନାଥ ଓ ବଡ଼ ପୁଅ ରଞ୍ଜନଙ୍କର ମୃତ୍ୟୁ ହୋଇଯାଇଛି।

କେଉଁ କାରଣରୁ ବାପା ଓ ପୁଅଙ୍କ ମୃତ୍ୟୁ ହେଲା ତାହା ସ୍ପଷ୍ଟ ହୋଇନି। ତେବେ ମା, ବାପା ଓ ଭାଇଙ୍କ ମୃତ୍ୟୁକୁ ନେଇ ଗୋପୀନାଥଙ୍କର ସାନପୁଅ ପରେଶ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଗୋଟିଏ ପରିବାରର ତିନି ଜଣଙ୍କ ମୃତ୍ୟୁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।

ଏହି ଦୁଃଖଦ ଖବର ପାଇ ନୀଳଗିରି ବିଧାୟକ ଗାଁକୁ ଯାଇ ଏହି ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos