ବର୍ଷକରେ ଚାଲିଗଲେ ବାପପୁଅ; ଆଖିରୁ ଲୁହ ଶୁଖୁନି, ‍ବାହୁନି ହେଉଛନ୍ତି ପରିବାର ଲୋକ

ନବରଙ୍ଗପୁର(ନବଘନ ବିଶୋୟୀ): ପ୍ରଥମେ ବାପା ଏବଂ ପରେ ପୁଅ । ବର୍ଷକ ଭିତରେ ଚାଲିଗଲେ ପରିବାରର ଦୁଇଜଣ ରୋଜଗାରକ୍ଷମ ବ୍ୟକ୍ତି। ଏବେ କିଭଳି ଚଳିବେ, କଣ କରିବେ ସେ ଚିନ୍ତାରେ  ନବରଙ୍ଗପୁର ଇଚ୍ଛାବତୀଗୁଡ଼ାର ଗ୍ରାମରକ୍ଷୀ ସିଏଚ୍ ଶେସା ରାଓଙ୍କ ପରିବାର । ନିର୍ବାଚନ ଡ୍ୟୁଟି ସାରି ଘରକୁ ଫେରିବା ବେଳେ ଶେସା ରାଓ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବେଳେ ତାଙ୍କ ପରିବାର ଉପରେ କଳା ବାଦଲ ଘୋଟି ଯାଇଛି। ଶେସାଙ୍କ ପରିବାର କହିଲେ ପତ୍ନୀ, ପୁଅ ଝିଅ, […]

deadbody

deadbody

Niharika Rout
  • Published: Tuesday, 22 February 2022
  • Updated: 22 February 2022, 08:58 AM IST

Sports

Latest News

ନବରଙ୍ଗପୁର(ନବଘନ ବିଶୋୟୀ): ପ୍ରଥମେ ବାପା ଏବଂ ପରେ ପୁଅ । ବର୍ଷକ ଭିତରେ ଚାଲିଗଲେ ପରିବାରର ଦୁଇଜଣ ରୋଜଗାରକ୍ଷମ ବ୍ୟକ୍ତି। ଏବେ କିଭଳି ଚଳିବେ, କଣ କରିବେ ସେ ଚିନ୍ତାରେ  ନବରଙ୍ଗପୁର ଇଚ୍ଛାବତୀଗୁଡ଼ାର ଗ୍ରାମରକ୍ଷୀ ସିଏଚ୍ ଶେସା ରାଓଙ୍କ ପରିବାର । ନିର୍ବାଚନ ଡ୍ୟୁଟି ସାରି ଘରକୁ ଫେରିବା ବେଳେ ଶେସା ରାଓ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବେଳେ ତାଙ୍କ ପରିବାର ଉପରେ କଳା ବାଦଲ ଘୋଟି ଯାଇଛି।

ଶେସାଙ୍କ ପରିବାର କହିଲେ ପତ୍ନୀ, ପୁଅ ଝିଅ, ଓ ବୁଢ଼ି ମା’ । ୮ ମାସ ତଳେ ଶେସାଙ୍କ ବାପାଙ୍କର ଦେହାନ୍ତ ହୋଇଥିଲା । ଏହପରେ ଶେସା ହିଁ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ।  ଆଉ ଏବେ ହଠାତ୍‌ ଏକ ଧକ୍କାକୁ ସମ୍ଭାଳିବା ଅବସ୍ଥାରେ ନ ଥିବା ଶେସାଙ୍କ ପରିବାର ସଦସ୍ୟ ଏକ ପ୍ରକାର ମୁକ ପାଲଟି ଯାଇଛନ୍ତି। ପୁଅକୁ ବାହୁନି ବାହୁନି ମା’ କାନ୍ଦୁଥିବା ବେଳେ ସ୍ୱାମୀ ମୃତଦେହ ପାଖରେ ଛୁଆଙ୍କୁ ଧରି ବସି ଆଖିରୁ ଲୁହ ଗଡ଼ାଉଛନ୍ତି ଶେସାଙ୍କ ପତ୍ନୀ ।

[caption id="attachment_715483" align="aligncenter" width="650"]accident- ନିର୍ବାଚନ ଡ୍ୟୁଟିରୁ ଫେରିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଭ୍ୟାନ ।[/caption]

ଗତ ୧୮ ତାରିଖରେ ନିର୍ବାଚନ ଡ୍ୟୁଟି ସାରି ଘରକୁ ଫେରିବା ବାଟରେ ନବରଙ୍ଗପୁର ପାପଡାହାଣ୍ଡି ସୋରିଷପଦର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ପୋଲିଂ ପାର୍ଟି ବସ୍। ଏହି ଦୁର୍ଘଟଣାରେ ସି.ଏଚ. ସେଶାରାଓଙ୍କ ସମେତ ୩ ଜଣ ପ୍ରାଣ ହରାଇଥିଲେ ।

ନିର୍ବାଚନ ଡ୍ୟୁଟି ବେଳେ ମୃତ୍ୟୁ ଘଟିଲେ ୧୫ ଲକ୍ଷ ଟଙ୍କାର କ୍ଷତିପୂରଣ ପାଇଁ ଘୋଷଣା କରିଥିଲେ ରାଜ୍ୟ ନିର୍ବାଚନ କମିଶନ । ଏହାବାଦ ଜିଲ୍ଲା ପ୍ରଶାସନ ଦ୍ୱାରା ରେଡକ୍ରସ୍‌ ପକ୍ଷରୁ ୨୦ ହଜାର ଟଙ୍କା ଏବଂ ୱେଲଫେୟାର ଫଣ୍ଡରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ୨୫ ହଜାର ଟଙ୍କା ପ୍ରଦାନ କରିଛନ୍ତି।  ହେଲେ ମୃତ ସେଶାରାଓଙ୍କ ପତ୍ନୀଙ୍କୁ ଚାକିରି ସହ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବାକୁ ନିବେଦନ କରିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ।

[caption id="attachment_715484" align="aligncenter" width="650"]help ଶେସାଙ୍କ ପତ୍ନୀଙ୍କୁ ତହସିଲଦାର ସହାୟତା ପ୍ରଦାନ କରୁଛନ୍ତି।[/caption]

ଏନେଇ ନବରଙ୍ଗପୁର ତହସିଲଦାର ରବୀନ୍ଦ୍ର ରାଉତ କହିଛନ୍ତି,  ଆମେ ତାଙ୍କୁ ସମସ୍ତ ପ୍ରକାର ସରକାରୀ ସହାୟତା ପ୍ରଦାନ କରିଛୁ। ପରିବାରକୁ ଯଥାସାଧ୍ୟ ସାହାଯ୍ୟ କରିବୁ। ନିର୍ବାଚନ ଡ୍ୟୁଟି ବେଳେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଅନ୍ୟ ଦୁଇ ପୁଲିସ କର୍ମଚାରୀଙ୍କ ପରିବାରକୁ ମଧ୍ୟ ସହାୟତା ରାଶି ଯୋଗାଇ ଦେବାକୁ ଦାବି ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story