ନିରବି ଗଲେ ‘ନିରବଝଡ଼’ର ଚିତ୍ରକର, ଝୁରୁଛି ଓଲିଉଡ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଓଡ଼ିଶାର ବିଶିଷ୍ଟ ଫିଲ୍ମ ନିର୍ମାତା, ଲେଖକ ତଥା ନିର୍ଦ୍ଦେଶକ ମନମୋହନ ମହାପାତ୍ର ଆଉ ନାହାନ୍ତି। ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ହୋଇଥିଲା। ତାଙ୍କ ବିୟୋଗରେ ଓଲିଉଡ୍‌ରେ ଶୋକର ଛାୟା ଖେଳିଯାଇଛି। ୧୯୫୧ ମସିହାରେ ମନମୋହନ ମହାପାତ୍ରଙ୍କ ଜନ୍ମ ହୋଇଥିଲା। ସେ ପୁନେ ଏଫ୍‌ଟିଆଇଆଇରୁ ପାସ୍‌ କରିବା ପରେ ୧୯୭୬ ମସିହାରେ ଓଡ଼ିଆ ଫିଲ୍ମ ‘ଶୀତରାତି’ ନିର୍ଦ୍ଦେଶନା ଦେଇଥିଲେ। ଏହି ଫିଲ୍ମ ଜାତୀୟ […]

b-7cc

b-7cc

Tapas Behera
  • Published: Monday, 13 January 2020
  • Updated: 13 January 2020, 06:05 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଓଡ଼ିଶାର ବିଶିଷ୍ଟ ଫିଲ୍ମ ନିର୍ମାତା, ଲେଖକ ତଥା ନିର୍ଦ୍ଦେଶକ ମନମୋହନ ମହାପାତ୍ର ଆଉ ନାହାନ୍ତି। ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ହୋଇଥିଲା। ତାଙ୍କ ବିୟୋଗରେ ଓଲିଉଡ୍‌ରେ ଶୋକର ଛାୟା ଖେଳିଯାଇଛି।

୧୯୫୧ ମସିହାରେ ମନମୋହନ ମହାପାତ୍ରଙ୍କ ଜନ୍ମ ହୋଇଥିଲା। ସେ ପୁନେ ଏଫ୍‌ଟିଆଇଆଇରୁ ପାସ୍‌ କରିବା ପରେ ୧୯୭୬ ମସିହାରେ ଓଡ଼ିଆ ଫିଲ୍ମ ‘ଶୀତରାତି’ ନିର୍ଦ୍ଦେଶନା ଦେଇଥିଲେ। ଏହି ଫିଲ୍ମ ଜାତୀୟ ପୁରସ୍କାର ପାଇଥିଲା। ଏହି ଫିଲ୍ମ ୧୯୮୨ ମସିହାରେ ଆନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ୍‌ରେ ପ୍ରଦର୍ଶିତ ହୋଇଥିଲା। ‘ନିଶିତ ସ୍ୱପ୍ନ‘, ‘ମଝି ପାହାଚ’, ‘ଟାୟାର୍ଡ ଆପ୍‌ଟରନୋନ୍‌’, ‘ନିରବଝଡ଼’, ‘ଶୀତରାତି’, ‘ଭିନ୍ନ ସମୟ’ ପରି ଫିଲ୍ମ ପାଇଁ ସେ ୮ ଥର ଜାତୀୟ ପୁରସ୍କାର ପାଇଛନ୍ତି। ଏହାଛଡ଼ା ‘କ୍ଲାନ୍ତ ଅପରାହ୍ନ’, ‘ଅନ୍ଧ ଦିଗନ୍ତ’, ‘ଅଗ୍ନିବୀଣା’ ଆଦି ଫିଲ୍ମ ମନମୋହନଙ୍କ ଅନ୍ୟତମ ସୃଷ୍ଟି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos