ଫୁଟିଲା ଗୁଳି, ଭୟରେ ଛାତରୁ ଖସି ପଡ଼ିଲେ ଯୁବକ

ଢ଼େଙ୍କାନାଳ (ରାଜଶ୍ରୀ ଶତପଥୀ): ଗାଁ ଭିତରେ ଫୁଟିଲା ଗୁଳି। ତିନି ରାଉଣ୍ଡ ହେଲା ଗୁଳିମାଡ। ଗୁଳି ଫୁଟିବା ଦେଖି ଭୟରେ ଛାତରୁ ଖସିଡିଲେ ବ୍ୟକ୍ତି। ଏଭଳି କିଛି ଘଟଣା ଘଟିଛି ଢ଼େଙ୍କାନାଳ ଜିଲ୍ଲା କଙ୍କଡାପାଳ ଗାଁରେ। ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ କାଙ୍କଡପାଳ ଗାଁ ମଝିରେ ଫାଙ୍କା ଗୁଳିମାଡ ହୋଇଛି। ଶନିବାର ରାତିରେ କାଙ୍କଡପାଳ ଗାଁର କିଛି ଯୁବକ ନିକଟସ୍ଥ ରଞ୍ଜା ଛକକୁ ଚିକେନ କିଣିବାକୁ ଯାଇଥିଲେ। ସେଠାରେ କିଛି ଯୁବକ ତାଙ୍କୁ ବନ୍ଧୁକ ଦେଖାଇ […]

firing

firing

Madhupriya Mistry
  • Published: Sunday, 25 September 2022
  • Updated: 25 September 2022, 10:35 AM IST

Sports

Latest News

ଢ଼େଙ୍କାନାଳ (ରାଜଶ୍ରୀ ଶତପଥୀ): ଗାଁ ଭିତରେ ଫୁଟିଲା ଗୁଳି। ତିନି ରାଉଣ୍ଡ ହେଲା ଗୁଳିମାଡ। ଗୁଳି ଫୁଟିବା ଦେଖି ଭୟରେ ଛାତରୁ ଖସିଡିଲେ ବ୍ୟକ୍ତି। ଏଭଳି କିଛି ଘଟଣା ଘଟିଛି ଢ଼େଙ୍କାନାଳ ଜିଲ୍ଲା କଙ୍କଡାପାଳ ଗାଁରେ।

ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ କାଙ୍କଡପାଳ ଗାଁ ମଝିରେ ଫାଙ୍କା ଗୁଳିମାଡ ହୋଇଛି। ଶନିବାର ରାତିରେ କାଙ୍କଡପାଳ ଗାଁର କିଛି ଯୁବକ ନିକଟସ୍ଥ ରଞ୍ଜା ଛକକୁ ଚିକେନ କିଣିବାକୁ ଯାଇଥିଲେ। ସେଠାରେ କିଛି ଯୁବକ ତାଙ୍କୁ ବନ୍ଧୁକ ଦେଖାଇ ଟଙ୍କା ମାଗିଥିଲେ।

କିନ୍ତୁ ଟଙ୍କା ନଦେବାରୁ ସେମାନେ କାଙ୍କଡପାଳ ଗାଁକୁ ଆସି ସେଠାରେ ବନ୍ଧୁକ ଦେଖାଇ ଲୋକଙ୍କୁ ଭୟଭୀତ କରାଇ ଖରାପ ଭାଷାରେ ଗାଳିଗୁଲଜ କରିଥିଲେ। ପରେ ବଜରଙ୍ଗ କ୍ଲବ ପକ୍ଷରୁ ଗାଁର କ୍ଲବ ଘରେ ଗଣେଷ ପୂଜା ହିସାବ ଚାଲିଥିବା ବେଳେ ତିନିଜଣ ଯୁବକ ସେଠାରେ ପହଞ୍ଚି ତିନି ରାଉଣ୍ଡ ଫାଙ୍କା ଗୁଳି ମାଡ କରି ଫେରାର ହୋଇଯାଇଥିଲେ।

ସେପଟେ ଛାତ ଉପରେ ବସି ହିସାବ କରୁଥିବା କାଙ୍କଡପାଳ ଗାଁର ଅଜିତ କୁମାର ସାହୁ ବୋମାମାଡ ହେଉଥିବା ଭାବି ଛାତ ଉପରୁ ତଳକୁ ଡେଇଁ ପଡିଥିଲେ। ଫଳରେ ତାଙ୍କର ମୁଣ୍ଡ ଓ ଗୋଡରେ ଗଭୀର ଆଘାତ ଲାଗିଛି। ଆଖପାଖ ଅଞ୍ଚଳର କିଛି ଯୁବକ ଏଭଳି କାଣ୍ଡ ଘଟାଇଥିବା ସୂଚନା ରହିଛି। ଖବରପାଇ ଘଟଣାସ୍ଥଳରୁ ସଦର ଥାନା ପୁଲିସ ୩ଟି ଖୋକା ଜବତ କରିଛି। କୌଣସି ପୁର୍ବ ଶତ୍ରୁତା ନଥିବା ସତ୍ୟେ କାହିଁକି ଏଭଳି ଫାଙ୍କା ଗୁଳିଚାଳନା କରାଗଲା ସେନେଇ ଅଧିକ ତଦନ୍ତ କରୁଛି ସଦରଥାନା ପୁଲିସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos