ଝାରସୁଗୁଡ଼ା (ଓଡ଼ିଶା ରିପୋର୍ଟର): ଖୁବ୍ଶୀଘ୍ର ଝାରସୁଗୁଡ଼ା ବିମାନ ବନ୍ଦରରୁ ଉଡ଼ାଣ ଆରମ୍ଭ ହୋଇପାରେ। ଏୟାରବସ୍-୩୨୦ ଚଳାଚଳ ପାଇଁ ଝାରସୁଗୁଡ଼ା ବିମାନ ବନ୍ଦରକୁ ଏବେ ମିଳିଛି ୪ ସି କ୍ୟାଟେଗୋରୀ ଲାଇସେନ୍ସ। ଡିଜିସିଏ ପକ୍ଷରୁ ଏହି ଲାଇସେନ୍ସ ମିଳିବା ପରେ ଏୟାରବସ୍- ୩୨୦ ଚଳାଚଳ ପାଇଁ ବାଟ ଫିଟିଯାଇଛି ବୋଲି କହିଛନ୍ତି ଝାରସୁଗୁଡ଼ା ବିମାନ ବନ୍ଦର ନିର୍ଦ୍ଦେଶକ ଏସ୍.କେ ଚୌହ୍ୱାନ।
ଦୁଇ ମାସ ପୂର୍ବରୁ ଏହି ବିମାନବନ୍ଦରକୁ ୨ବି ବର୍ଗର ଲାଇସେନ୍ସ ମିଳିଥିଲା। ବିମାନବନ୍ଦରକୁ 2B ବର୍ଗ ଲାଇସେନ୍ସରେ ଛୋଟ ଛୋଟ ବିମାନ ଉଡ଼ାଣ ପାଇଁ ଅନୁମତି ଥିବା ବେଳେ ୪ସି କ୍ୟାଟେଗୋରୀ ଲାଇସେନ୍ସରେ ବଡ଼ ବଡ଼ ବିମାନ ଉଡ଼ାଣ ନେଇ ଅନୁମତି ରହିଛି।
ଏଇ ଲାଇସେନ୍ସ ମିଳିବା ଫଳରେ ବିମାନ ବନ୍ଦରରୁ ବୋଇଙ୍ଗ୍ ଏବଂ ଏୟାରବସ୍ ବିମାନର ଉଡ଼ାଣ ସମ୍ଭବ ହୋଇପାରିବ। ଏଥିପାଇଁ ବିମାନ ବନ୍ଦରରେ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି ବିମାନ ବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।