ଫୁଲୁଛି ବୁଢ଼ାବଳଙ୍ଗ: ମୟୂରଭଞ୍ଜରେ ବନ୍ୟା ଆଶଙ୍କା, ୫ ଗାଁ ଜଳବନ୍ଦୀ

ବାରିପଦା: ଲଗାଣ ବର୍ଷାରେ ଫୁଲୁଛି ବୁଢାବଳଙ୍ଗ। ଫଳରେ ମୟୂରଭଞ୍ଜ ଜିଲ୍ଲାରେ ବନ୍ୟା ଆଶଙ୍କା ଦେଖା ଦେଇଛି। ନଇକୂଳିଆ ଗାଁ ଲୋକଙ୍କୁ ତୁରନ୍ତ ନିରାପଦ ସ୍ଥାନକୁ ଚାଲିଯିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ବଡସାହି ଓ ଉଦଳାକୁ ଓଡ୍ରାଫ ଟିମ ପଠାଯାଇଛି। ବାରିପଦା ସହରର ୯ ଓ ୧୦ ନମ୍ବର ଓ୍ୱାର୍ଡର ବହୁ ଲୋକେ ଘର ଛାଡ଼ି ନିରାପଦ ସ୍ଥାନକୁ ଚାଲି ଯାଇଛନ୍ତି।

ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ ନଜର ରଖାଯାଇଛି। ବାରିପଦା ନିକଟରେ ବୁଢ଼ାବଳଙ୍ଗ ସତର୍କ ସଙ୍କେତଠାରୁ ୨ ମିଟର ତଳେ ପ୍ରବାହିତ ହେଉଛି। ବଡ଼ସାହି ଓ ଉଦଳା ବ୍ଲକର ୫ଟି ଗାଁ ଏବେ ପାଣି ଘେରରେ ରହିଛି।