ବନ୍ୟା ବେଳେ କଳାବଜାରୀ କି ମହଜୁଦ୍ କଲେ କଠୋର କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ବନ୍ୟା ପରିସ୍ଥିତି ଲାଗି ରହିଥିବାରୁ ଅତ୍ୟାବଶ୍ୟକ ସାମଗ୍ରୀକୁ ମହଜୁତ ରଖି କଳାବଜାରୀ କରୁଥିବା ଅସାଧୁ ବ୍ୟବସାୟୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ସରକାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବନ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକରେ ଅସାଧୁ ବ୍ୟବସାୟୀମାନେ ଯେପରି ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ୍ ରଖି କଳାବଜାରୀ ନକରନ୍ତି ସେଥିପାଇଁ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରି ଯାଂଚ ଓ ଚଢ଼ାଉ କରିବା ସହ ପରିସ୍ଥିତି ପ୍ରତି ସତର୍କ ଦୃଷ୍ଟି ରଖିବାକୁ ରାଜ୍ୟ […]

river-

river-

Ordigital Desk
  • Published: Monday, 22 August 2022
  • Updated: 22 August 2022, 10:39 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ବନ୍ୟା ପରିସ୍ଥିତି ଲାଗି ରହିଥିବାରୁ ଅତ୍ୟାବଶ୍ୟକ ସାମଗ୍ରୀକୁ ମହଜୁତ ରଖି କଳାବଜାରୀ କରୁଥିବା ଅସାଧୁ ବ୍ୟବସାୟୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ସରକାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବନ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକରେ ଅସାଧୁ ବ୍ୟବସାୟୀମାନେ ଯେପରି ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ୍ ରଖି କଳାବଜାରୀ ନକରନ୍ତି ସେଥିପାଇଁ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରି ଯାଂଚ ଓ ଚଢ଼ାଉ କରିବା ସହ ପରିସ୍ଥିତି ପ୍ରତି ସତର୍କ ଦୃଷ୍ଟି ରଖିବାକୁ ରାଜ୍ୟ ଖାଦ୍ୟଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ନିର୍ଦ୍ଦେଶ ଦେଇଛନ୍ତି ।

ଏପଟେ ବିଭାଗୀୟ ସଚିବ ବୀରବିକ୍ରମ ଯାଦବ ଆଜି ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ବନ୍ୟାବେଳେ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ଉପରେ ନଜର ରଖିବାକୁ କହିଛନ୍ତି । ବନ୍ୟା ଯୋଗୁ ରାଜ୍ୟକୁ ଅତ୍ୟାବଶ୍ୟକ ସାମଗ୍ରୀ ଆସିବାରେ ସମସ୍ୟା ହୋଇପାରେ । ଏଥିଯୋଗୁ ଦର ବୃଦ୍ଧି ପାଇବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ଅସାଧଉ ବ୍ୟବସାୟୀମାନେ ଯେଭଳି ଅତ୍ୟାବଶ୍ୟକ ସାମଗ୍ରୀକୁ ମହଜୁଦ ନକରିବେ ତଥା ବଜାରରେ ଏସବୁ ସାମଗ୍ରୀର କୃତ୍ରିମ ଅଭାବ ସୃଷ୍ଟି ନକରିବେ ସେଥିପ୍ରତି ନଜର ରଖିବାକୁ କହିଛନ୍ତି । ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧିକୁ ଏଡ଼ାଇବା ନିମନ୍ତେ ବଜାରରେ ଉପଲବ୍ଧ ଥିବା ସାମଗ୍ରୀ ଓ ବଜାରକୁ ଆସୁଥିବା ସାମଗ୍ରୀ ଉପରେ ନଜର ରଖିବା ସହ ସେସବୁ ଯେଭଳି ସୁଲଭ ଦରରେ ଗ୍ରାହକଙ୍କ ନିକଟରେ ପହଂଚି ପାରିବ ସେଥିପ୍ରତି ଦୃଷ୍ଟି ଦେବାକୁ ବିଭାଗୀୟ ସଚିବ ଶ୍ରୀ ଯାଦବ ଜିଲ୍ଲାପାଳମାନଙ୍କୁ କହିଛନ୍ତି । ଯଦି ଆବଶ୍ୟକ ପଡ଼ୁଛି ଏଭଳି ଅସାଧୁ ବ୍ୟବସାୟୀଙ୍କ ବିରୁଦ୍ଧରେ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ-୧୯୫୫ ଅନ୍ତର୍ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ସେ ଜିଲ୍ଲାପାଳମାନଙ୍କୁ କହିଛନ୍ତି ।

ସୂଚନାଯୋଗ୍ୟ ବନ୍ୟା,ବାତ୍ୟା ଭଳି ପ୍ରକୃତିକ ବିପର୍ଯ୍ୟୟ ସମୟରେ କେତେକ ଅସାଧୁ ମୁନାଫାଖୋର ବ୍ୟବସାୟୀ ପନିପରିବା ଠାରୁ ଆରମ୍ଭ କରି ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ କରି ଥାଆନ୍ତି । ସେମାନେ ବଜାରରେ କୃତ୍ରିମ ଅଭାବ ସୃଷ୍ଟି କରି ଅଧିକ ଦରରେ ବିକ୍ରି କରଥାନ୍ତି । ଏହି ପରିପ୍ରେକ୍ଷୀରେ ବନ୍ୟାଜନିତ ପରିସ୍ଥିତିରେ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବାକୁ ସଂପୃକ୍ତ ଅଧିକାରୀମାନଙ୍କୁ କଡା ନିର୍ଦ୍ଦେଶ ଦିଆଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos