ନବୀନଙ୍କୁ ଭେଟିଲେ ଦିଲୀପ ରାୟ, କାଲି 'ଘରବାହୁଡ଼ା'

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପାଇଁ ଏବେ ନେତାମାନଙ୍କ ଦଳଡ଼ିଆଁ ଜୋର ଧରିଥିବାବେଳେ ବରିଷ୍ଠ ନେତା ଦିଲୀପ ରାୟ ଆଜି ସନ୍ଧ୍ୟାରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ଦିଲୀପ ଆସନ୍ତାକାଲି ନିଜର ସମର୍ଥକଙ୍କ ସହ ବିଜେଡିକୁ ଫେରୁଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ଆଜି ସନ୍ଧ୍ୟା ପ୍ରାୟ ୭ଟା ୨୦ମିନିଟରେ ଶ୍ରୀ ରାୟ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ। ଉଭୟ ନେତାଙ୍କ ମଧ୍ୟରେ ପ୍ରାୟ ୧୦ ମିନିଟ୍ ଆଲୋଚନା ହୋଇଥିଲା। […]

dillip-ray

dillip-ray

Manoranjan Sial
  • Published: Saturday, 16 March 2019
  • Updated: 16 March 2019, 09:19 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପାଇଁ ଏବେ ନେତାମାନଙ୍କ ଦଳଡ଼ିଆଁ ଜୋର ଧରିଥିବାବେଳେ ବରିଷ୍ଠ ନେତା ଦିଲୀପ ରାୟ ଆଜି ସନ୍ଧ୍ୟାରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ଦିଲୀପ ଆସନ୍ତାକାଲି ନିଜର ସମର୍ଥକଙ୍କ ସହ ବିଜେଡିକୁ ଫେରୁଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ ଆଜି ସନ୍ଧ୍ୟା ପ୍ରାୟ ୭ଟା ୨୦ମିନିଟରେ ଶ୍ରୀ ରାୟ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ। ଉଭୟ ନେତାଙ୍କ ମଧ୍ୟରେ ପ୍ରାୟ ୧୦ ମିନିଟ୍ ଆଲୋଚନା ହୋଇଥିଲା। ଏହାପରେ ଶ୍ରୀ ରାୟଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ୍ କିଛି ସମୟ ଆଲୋଚନା କଲା ପରେ ସେ ପ୍ରାୟ ୮ଟା ସମୟରେ ନବୀନ ନିବାସ ଛାଡ଼ିଥିବା ଜଣାପଡ଼ିଛି। ଦୀର୍ଘ ୧୭ବର୍ଷ ପରେ ଶ୍ରୀ ରାୟ ପ୍ରଥମଥର ପାଇଁ ନବୀନ ନିବାସ ଯାଇଥିଲେ।

ସୂଚନାଯୋଗ୍ୟ ନଭେମ୍ବର ୩୦ତାରିଖରେ ଶ୍ରୀ ରାୟ ବିଜେପିରୁ ଇସ୍ତଫା ଦେଇଥିଲେ। ୨୦୦୨ ମସିହା ଏପ୍ରିଲ ମାସରେ ନବୀନଙ୍କୁ ଚକମା ଦେଇ ଶ୍ରୀ ରାୟ ସ୍ୱାଧୀନ ପ୍ରାର୍ଥୀ ଭାବେ ରାଜ୍ୟସଭାକୁ ନିର୍ବାଚିତ ହେବାପରେ ଦୁଇ ନେତାଙ୍କ ମଧ୍ୟରେ ତିକ୍ତତା ବଢ଼ିଥିଲା। ସେବେଠୁ ଉଭୟ ନେତା ପରସ୍ପରଠୁ ଦୂରେଇ ଯାଇଥିଲେ। ଯଦିଓ ଉଭୟଙ୍କ ମଧ୍ୟରେ ପାରିବାରିକ ସମ୍ପର୍କ ରହିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos