କ୍ୱାରେଣ୍ଟାଇନରେ ରହିସାରିଲେଣି ୪୫ ହଜାର ଲୋକ

ଭୁବନେଶ୍ୱର(ପ୍ରକାଶ ସେଠୀ): କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଇଥିବାବେଳେ ଆଜିସୁଦ୍ଧା ରାଜ୍ୟକୁ ଫେରିଥିବା ମୋଟ ୪୫ହଜାର ୭୭ଜଣ ଲୋକ କ୍ୱାରେଣ୍ଟାଇନରେ ରହିସାରିଲେଣି ଓ ଆଉ ୯୫୪୧ଜଣ ଲୋକ ଏବେବି କ୍ୱାରେଣ୍ଟାଇନ ଅବଧିରେ ରହିଛନ୍ତି। ବିଦେଶରୁ ସର୍ବାଧିକ ଲୋକ ୟୁଏଇରୁ ଫେରିିଥିବାବେଳେ ଦେଶ ଭିତରେ ତାମିଲନାଡୁରୁ ସର୍ବାଧିକ ଲୋକ ଓଡ଼ିଶା ଫେରିଛନ୍ତି। ରାଜ୍ୟ ସରକାରଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, କୋଭିଡ୍ ପରିଚାଳନା ଗାଇଡଲାଇନ୍ ଅନୁରୂପ ରାଜ୍ୟକୁ ଆସିଥିବା ମୋଟ ୫୪୬୧୮ଜଣ ଲୋକ କ୍ୱାରେଣ୍ଟାଇନରେ […]

covid

covid

Manoranjan Sial
  • Published: Friday, 24 April 2020
  • Updated: 24 April 2020, 07:41 PM IST

Sports

Latest News

ଭୁବନେଶ୍ୱର(ପ୍ରକାଶ ସେଠୀ): କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଇଥିବାବେଳେ ଆଜିସୁଦ୍ଧା ରାଜ୍ୟକୁ ଫେରିଥିବା ମୋଟ ୪୫ହଜାର ୭୭ଜଣ ଲୋକ କ୍ୱାରେଣ୍ଟାଇନରେ ରହିସାରିଲେଣି ଓ ଆଉ ୯୫୪୧ଜଣ ଲୋକ ଏବେବି କ୍ୱାରେଣ୍ଟାଇନ ଅବଧିରେ ରହିଛନ୍ତି। ବିଦେଶରୁ ସର୍ବାଧିକ ଲୋକ ୟୁଏଇରୁ ଫେରିିଥିବାବେଳେ ଦେଶ ଭିତରେ ତାମିଲନାଡୁରୁ ସର୍ବାଧିକ ଲୋକ ଓଡ଼ିଶା ଫେରିଛନ୍ତି।

ରାଜ୍ୟ ସରକାରଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, କୋଭିଡ୍ ପରିଚାଳନା ଗାଇଡଲାଇନ୍ ଅନୁରୂପ ରାଜ୍ୟକୁ ଆସିଥିବା ମୋଟ ୫୪୬୧୮ଜଣ ଲୋକ କ୍ୱାରେଣ୍ଟାଇନରେ ରହିଥିଲେ। ଟ୍ରାଭେଲ୍ ହିଷ୍ଟ୍ରି ଥିବା ଏହି ଲୋକଙ୍କ ମଧ୍ୟରୁ ୪୩୭୨ଜଣ ବିଦେଶରୁ ଆସିଥିବାବେଳେ ବାକି ୫୦୨୪୬ଜଣ ଦେଶ ଭିତରୁ ଫେରିଛନ୍ତି। ତଥ୍ୟ ଅନୁସାରେ ତାମିଲନାଡୁରୁ ସର୍ବାଧିକ ୮୨୬୧ଜଣ, ଆନ୍ଧ୍ରରୁ ୭୨୩୧ଜଣ, କର୍ଣ୍ଣାଟକରୁ ୬୯୨୦ଜଣ, ତେଲେଙ୍ଗାନାରୁ ୬୨୪୦ଜଣ, ମହାରାଷ୍ଟ୍ରରୁ ୫୯୯୧ଜଣ, କେରଳରୁ ୫୫୮୧ଜଣ,ପଶ୍ଚିମବଙ୍ଗରୁ ୪୨୦୭ଜଣ ଓ ଦିଲ୍ଲୀରୁ ୨୪୭୪ଜଣ ଓଡ଼ିଶା ଫେରିଛନ୍ତି। ଟ୍ରାଭେଲ୍ ହିଷ୍ଟ୍ରିକୁ ଦୃଷ୍ଟିରେ ରଖି ଏହି ଲୋକମାନଙ୍କ ପଞ୍ଜିକରଣ ଆଧାରରେ ସେମାନଙ୍କୁ କ୍ୱାରେଣ୍ଟାଇନରେ ରହିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ। ଏବେସୁଦ୍ଧା ରାଜ୍ୟରେ ମାତ୍ର ୯୪ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୩୩ଜଣ ସୁସ୍ଥ ହୋଇଛନ୍ତି। ବାକି ୬୦ଜଣଙ୍କ ଚିକିତ୍ସା ଏବେ ଚାଲିଛି ଓ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି।

ଲକଡାଉନ୍ ପରେ ବାହାର ରାଜ୍ୟରେ ଥିବା ଓଡ଼ିଆମାନେ ଫେରିବାର ସମ୍ଭାବନା ଥିବାରୁ ରାଜ୍ୟ ସରକାର ଏବେ ସେମାନଙ୍କ ପାଇଁ ପଞ୍ଜିକରଣକୁ ବାଧ୍ୟତାମୂଳକ କରିଛନ୍ତି। ପ୍ରାୟ ସାଢ଼େ ୭ଲକ୍ଷ ଓଡ଼ିଆ ବାହାର ରାଜ୍ୟରେ ଥିବାବେଳେ ପ୍ରାୟ ୫ଲକ୍ଷ ଘରକୁ ଫେରିପାରନ୍ତି ବୋଲି ରାଜ୍ୟ ସରକାର ଆକଳନ କରିଛନ୍ତି। ଯେଉଁଥିପାଇଁ ଆଜିଠୁ ଏକ ସ୍ୱତନ୍ତ୍ର ୱେବପୋର୍ଟାଲ କାର୍ଯ୍ୟକ୍ଷମ ହୋଇଛି।

ସୂଚନାଯୋଗ୍ୟ, କ୍ୱାରେଣ୍ଟାଇନରେ ରହୁଥିବା ସମସ୍ତ ବ୍ୟକ୍ତିଙ୍କୁ ରାଜ୍ୟ ସରକାର ୧୫ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଯୋଗାଇ ଦେବେ ବୋଲି ପୂର୍ବରୁ ଘୋଷଣା କରିଥିଲେ,କିନ୍ତୁ ଏପର୍ଯ୍ୟନ୍ତ କେତେଜଣ ଲୋକଙ୍କୁ ଏହି ରାଶି ବଣ୍ଟନ କରାଯାଇଛି ତାହା ଜଣାପଡ଼ିନି। ଲକଡାଉନ ପରେ ଓଡ଼ିଶା ଫେରୁଥିବା ସମସ୍ତ ଲୋକଙ୍କୁ ୧୪ଦିନିଆ ସରକାରୀ କ୍ୱାରେଣ୍ଟାଇନରେ ରହିବାକୁ ସରକାର ବାଧ୍ୟତାମୂଳକ କରିବା ସହ ୨ହଜାର ଟଙ୍କାର ସହାୟତା ଦେବେ ବୋଲି ଘୋଷଣା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story