ଗଡ଼କଣ୍ଟୁଣିଆ ଏବେ ଖାଁ ଖାଁ

ଭୁବନେଶ୍ୱର: ଆଜି ଶ୍ରୀ ସୁଦର୍ଶନଙ୍କ ଦାରୁ ଶ୍ରୀ ମନ୍ଦିରର କୋଇଲି ବୈକୁଣ୍ଠ ପହଞ୍ଚଯାଇଛନ୍ତି। ହେଲେ ଏପଟେ ଶ୍ରୀ ସୁଦର୍ଶନଙ୍କ ଦାରୁ ଚିହ୍ନଟ ହେବା ପରେ ରାତାରାତି ଚର୍ଚ୍ଚିତ ହୋଇପଡ଼ିଥିବା ରାଜଧାନୀ ଭୁବନେଶ୍ୱର ଉପକଣ୍ଠସ୍ଥ ହୀରାପୁରର ଗଡ଼କଣ୍ଟୁଣିଆ ଅଞ୍ଚଳ ଏବେ ଲାଗୁଛି ଖାଁ ଖାଁ। ଏପ୍ରିଲ ୧୨ ତାରିଖରେ ଏଠାରେ ଶ୍ରୀ ସୁଦର୍ଶନଙ୍କ ଦାରୁ ଠାବ କରାଯାଇଥିବା ନେଇ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ଆନୁଷ୍ଠାନିକ ଘୋଷଣା କରାଯିବା ପରେ ବଡ଼ି ଭୋରରୁ ଲାଗିଯାଇଥିଲା ପ୍ରଶାସନିକ ଅଧିକାରୀ, ପୁଲିସ୍ […]

gadakantunia

gadakantunia

Rakesh Mallick
  • Published: Friday, 24 April 2015
  • Updated: 24 April 2015, 06:35 AM IST

ଭୁବନେଶ୍ୱର: ଆଜି ଶ୍ରୀ ସୁଦର୍ଶନଙ୍କ ଦାରୁ ଶ୍ରୀ ମନ୍ଦିରର କୋଇଲି ବୈକୁଣ୍ଠ ପହଞ୍ଚଯାଇଛନ୍ତି। ହେଲେ ଏପଟେ ଶ୍ରୀ ସୁଦର୍ଶନଙ୍କ ଦାରୁ ଚିହ୍ନଟ ହେବା ପରେ ରାତାରାତି ଚର୍ଚ୍ଚିତ ହୋଇପଡ଼ିଥିବା ରାଜଧାନୀ ଭୁବନେଶ୍ୱର ଉପକଣ୍ଠସ୍ଥ ହୀରାପୁରର ଗଡ଼କଣ୍ଟୁଣିଆ ଅଞ୍ଚଳ ଏବେ ଲାଗୁଛି ଖାଁ ଖାଁ। ଏପ୍ରିଲ ୧୨ ତାରିଖରେ ଏଠାରେ ଶ୍ରୀ ସୁଦର୍ଶନଙ୍କ ଦାରୁ ଠାବ କରାଯାଇଥିବା ନେଇ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ଆନୁଷ୍ଠାନିକ ଘୋଷଣା କରାଯିବା ପରେ ବଡ଼ି ଭୋରରୁ ଲାଗିଯାଇଥିଲା ପ୍ରଶାସନିକ ଅଧିକାରୀ, ପୁଲିସ୍ ଓ ସ୍ଥାନୀୟ ଲୋକଙ୍କ ଭିଡ। ନିର୍ମାଣ କରାଯାଇଥିଲା ବ୍ୟାରିକେଡ୍। ନିର୍ମାଣ ହୋଇଥିଲା ଯଜ୍ଞ ମଣ୍ଡପ ଓ ଦଇତାପତିଙ୍କ ଲାଗି ଅସ୍ଥାୟୀ ଆଶ୍ରୟସ୍ଥଳ। ଏପ୍ରିଲ ୧୨ ତାରିଖରୁ ୨୧ ତାରିଖରେ ଦାରୁ ପୁରୀ ଅଭିମୁଖେ ଯାତ୍ରା କରିବା ପର୍ଯ୍ୟନ୍ତ ଏଠାରେ ଲାଗି ରହିଥିଲା ଗହଳି ଚହଳି। ଦାରୁ ଦେଖିବା ପାଇଁ ଦିନରେ ଲାଗୁଥିଲା ଲମ୍ବା ଧାଡ଼ି। ନାକେଦମ ହୋଇଯାଉଥିଲେ ପୁଲିସ ଅଧିକାରୀ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ଶ୍ରୀ ସୁଦର୍ଶନଙ୍କ ଦାରୁ ଦର୍ଶନ କରିବାକୁ ଯାଉଥିଲେ। ଦୋକାନ ବଜାର ବି ଲାଗିଯାଇଥିଲା। ଦୀପଧୂପ ଠାରୁ ଆରମ୍ଭ କରି ପାନ ଓ ଆଇସକ୍ରିମ ଦୋକାନ ଖୋଲା ରହୁଥିଲା ବିଳମ୍ବିତ ରାତି ପର୍ଯ୍ୟନ୍ତ। ଏକ ପ୍ରକାର ଯାତ୍ରା କହିଲେ ଚଳେ। କିନ୍ତୁ ଏବେ ଖାଁ ଖାଁ ଲାଗୁଛି ଗଡ଼କଣ୍ଟୁଣିଆର ଦାରୁ ସ୍ଥଳ। ଦାରୁ ଚାଲି ଯାଇଛନ୍ତି। ନିକଟରେ କରାଯାଇଥିବା ଗର୍ତ୍ତକୁ ପୋତି ଦିଆଯାଇଛି। ବ୍ୟାରିକେଡ୍ ଉଠିଯାଇଛି। ଅସ୍ଥାୟୀ ଆଶ୍ରୟସ୍ଥଳୀ ଭାଙ୍ଗି ଦିଆଯାଇଛି। ଯଜ୍ଞ ମଣ୍ଡପ ବି ଆଉ ନାହିଁ। ରାସ୍ତା କଡ଼ରେ ନାହିଁ ଆଉ ସେହି ଦାରୁ ଯାହାକୁ ସେହି ବାଟ ପ୍ରତିଦିନ ଦେଇ ଯାଉଥିବା ଲୋକେ ଦେଖୁଥିଲେ। ଏବେ ସେମାନେ ଏହି ରାସ୍ତା ଦେଇ ଗଲା ବେଳେ ପୂର୍ବରୁ ଦାରୁ ଥିବା ସ୍ଥାନ ଆଡ଼କୁ ସେମାନଙ୍କ ଆଖି ଆପେ ଆପେ ଚାଲି ଯାଉଛି। ଖାଁ ଖାଁ ଲାଗୁଥିଲେ ବି ସେହି ବାଟ ଦେଇ ଯିବାଆସିବା କରୁଥିବା ଲୋକେ ଏବେବି ସେଠାରେ ଏକ ଭକ୍ତିମୟ ପରିବେଶର ଅନୁଭବ କରୁଛନ୍ତି। ଅନ୍ୟପକ୍ଷରେ ସେଠାରେ ଦାରୁ ନିକଟରେ ଦୀର୍ଘ ବର୍ଷ ଧରି ପୂଜା କରି ଆସୁଥିବା ପୂଜକ ସୋମନାଥ ଆଶା ବାନ୍ଧିଛନ୍ତି ଯେ ସେଠାରେ ଏକ ମନ୍ଦିର ନିର୍ମାଣ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story