ଏହି ବୁଢ଼ି ମାଉସୀ ଆମ ସରପଞ୍ଚ, କାମ କରୁଛନ୍ତି ଜିଆରଏସ୍!

ଖଲ୍ଲିକୋଟ (ସିଲୁ ବିଶ୍ୱାଳ): ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକର ଅନୁସୂଚିତ ଜନଜାତି ଅଧ୍ୟୁଷିତ ପଞ୍ଚାୟତ ବାଦପଲ୍ଲୀ। ଜଙ୍ଗଲ ପାହାଡ଼ ଘେରା ଏହି ପଞ୍ଚାୟତରେ ବହୁ ଅନୁସୂଚିତ ଜନଜାତି ବସବାସ କରନ୍ତି। ଗତ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପଦବୀ ଅନୁସୂଚିତ ବର୍ଗଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ ପଞ୍ଚାୟତରେ କେବଳ ଗୋଟିଏ ପରିବାର ଅନୁସୂଚିତ ଜାତିର ହୋଇଥିବାରୁ ସେହି ପରିବାରର ହେମ ନାୟକ ସରପଞ୍ଚ ପଦବୀ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରି ନିର୍ବାଚିତ ହୋଇଥିଲେ। ହେମ ପାଠ […]

hema-nayak

hema-nayak

Ranjit Kumar Jena
  • Published: Friday, 16 July 2021
  • Updated: 16 July 2021, 06:27 PM IST

Sports

Latest News

ଖଲ୍ଲିକୋଟ (ସିଲୁ ବିଶ୍ୱାଳ): ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକର ଅନୁସୂଚିତ ଜନଜାତି ଅଧ୍ୟୁଷିତ ପଞ୍ଚାୟତ ବାଦପଲ୍ଲୀ। ଜଙ୍ଗଲ ପାହାଡ଼ ଘେରା ଏହି ପଞ୍ଚାୟତରେ ବହୁ ଅନୁସୂଚିତ ଜନଜାତି ବସବାସ କରନ୍ତି। ଗତ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପଦବୀ ଅନୁସୂଚିତ ବର୍ଗଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ ପଞ୍ଚାୟତରେ କେବଳ ଗୋଟିଏ ପରିବାର ଅନୁସୂଚିତ ଜାତିର ହୋଇଥିବାରୁ ସେହି ପରିବାରର ହେମ ନାୟକ ସରପଞ୍ଚ ପଦବୀ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରି ନିର୍ବାଚିତ ହୋଇଥିଲେ।

ହେମ ପାଠ ପଢ଼ିନଥିବାରୁ ପଞ୍ଚାୟତରେ କଣ ହେଉଛି, କେତେ କାମ ଆସୁଛି, କେତେ ଟଙ୍କା ଆସୁଛି, ତାହା ସେ କିଛି ବି ଜାଣନ୍ତି ନାହିଁ ବୋଲି ଅଭିଯୋଗ ହେଉଛି। ସରପଞ୍ଚ ପାଖରେ କୌଣସି ଖବର ନଥିବା ବେଳେ କେବଳ ନାମକୁ ମାତ୍ର ତାଙ୍କୁ ସରପଞ୍ଚ କରାଯାଇ ଅଫିସରମାନେ ପଞ୍ଚାୟତ ଚଳାଉଛନ୍ତି। ସରପଞ୍ଚଙ୍କ ଅଜାଣତରେ ଉନ୍ନୟନ ମୂଳକ କାମର ବିଲ୍ କରାଯାଉଥିବା ଅଭିଯୋଗ ହୋଇଛି।

ସରପଞ୍ଚ ହେମ ନାୟକଙ୍କ ବୟସ ପାଖାପାଖି ୬୦ ହେଲାଣି। ଶିକ୍ଷାଗତ ଯୋଗ୍ୟତା ନକହିଲେ ଭଲ। କିନ୍ତୁ ହେମ ସରପଞ୍ଚ ହେବା ପରେ ପାଞ୍ଚ ବର୍ଷ ଭିତରେ କାଁ ଭାଁ କେତେଥର ପଞ୍ଚାୟତ ଅଫିସ ମୁହଁ ଦେଖିଥିବା ବେଳେ ବ୍ଲକ ମଧ୍ୟ ସେ କେବେ ଆସିଛନ୍ତି ତାଙ୍କର ମନେ ନାହିଁ। ଖାଲି ସେତିକି ନୁହଁ ବର୍ତ୍ତମାନ ବ୍ଲକର କିଏ ବିଡିଓ ଅଛନ୍ତି ସେ ଜାଣିନାହାନ୍ତି। ସରପଞ୍ଚଙ୍କ ସ୍ୱାମୀ ପଞ୍ଚାୟତରେ ପିଅନ୍ ଅଛନ୍ତି। ତେଣୁ ସରପଞ୍ଚ ଭାବେ ହେମ ଯେଉଁ ଦରମା ପାଆନ୍ତି, ତାକୁ ତାଙ୍କ ସ୍ୱାମୀ ଟଙ୍କା ଉଠାଇ ଆଣନ୍ତି ବୋଲି କହିଛନ୍ତି ହେମ।

ସରପଞ୍ଚ ହେମ ନାୟକ ଏକ ଝାଟିମାଟି ଘରେ ରହୁଛନ୍ତି। ପଞ୍ଚାୟତରେ ଯାହାସବୁ ଉନ୍ନୟନ ମୂଳକ କାମ ହୁଏ, ସେସବୁ ପଞ୍ଚାୟତ କର୍ମଚାରୀ ମାନେ କରନ୍ତି। ହେଲେ ସରପଞ୍ଚ ଏ ବାବଦରେ କିଛି ଜାଣନ୍ତି ନାହିଁ। ସରପଞ୍ଚଙ୍କ ଦସ୍ତଖତ ଆବଶ୍ୟକ ହେଲେ କେବେ ଦସ୍ତଖତ ନିଅନ୍ତି ତ ଆଉ କେତେବେଳେ ନିଅନ୍ତିନି। ପଞ୍ଚାୟତରେ କେବଳ ନାମକୁ ମାତ୍ର ସରପଞ୍ଚ ଭାବେ ଥିବା ଜଣା ପଡିଛି। ହେମ ବର୍ତ୍ତମାନର ସରପଞ୍ଚ ଥାଇ ମଧ୍ୟ ତାଙ୍କ ଅବସ୍ଥା କହିଲେ ନସରେ। ତେବେ ସରପଞ୍ଚ କିଛି ଜାଣୁନଥିବାରୁ ପଞ୍ଚାୟତରେ ଅଫିସର ରାଜ ଚାଲିଛି ବୋଲି କହିଛନ୍ତି ସ୍ଥାନିୟ ବାସିନ୍ଦା। ହେଲେ ବାଦପଲ୍ଲୀ ଗ୍ରାମପଞ୍ଚାୟତର ସରପଞ୍ଚ ହେମ କହିଛନ୍ତି ଯେ ସେ ବ୍ଲକ୍ ଓ ପଞ୍ଚାୟତ ଅଫିସ୍ ଯିବାଆସିବା କରନ୍ତି। ପାଖାପାଖି ସାତ-ଆଠ ଥର ଅଫିସ୍ ଯାଇଥିବା ସରପଞ୍ଚ କରିଛନ୍ତି।

ସ୍ଥାନୀୟ ବାସିନ୍ଦା ବିଦ୍ୟାଧର ବେହେରାଙ୍କ ଅଭିଯୋଗ ମୁତାବକ, ଏଠାରେ ସରକାରୀ କର୍ମଚାରୀ ଖୁବ୍ ଲୁଟିଛନ୍ତି। ପଞ୍ଚାୟତର ମାସିକ ବୈଠକ ହେଉନାହିଁ। ସେହି ବୈଠକକୁ ପରିଚାଳନା କରିବା ପାଇଁ ପ୍ରତି ମାସରେ ଯୋଗାଣ ସହାୟକର କର୍ମଚାରୀ ମାଧ୍ୟମରେ ହସ୍ତାକ୍ଷର ନିଆଯାଉଛି। ତେଣୁ ପଞ୍ଚାୟତରେ କୌଣସି ବୈଠକ ହେଉନାହିଁ ଏବଂ ମନଇଚ୍ଛା କାମ ହେଉଛି। ଯେହେତୁ ସରପଞ୍ଚ ଜଣେ ଅଶିକ୍ଷିତ ଓ ବୟସ୍କ, ତେଣୁ ସେ ଏ ବିଷୟରେ କିଛି ଜାଣନ୍ତି ନାହିଁ। ସରପଞ୍ଚଙ୍କଠାରୁ ଟିପ ଚିହ୍ନ ନେଇ ସବୁ କାମ କରାଯାଉଛି। ଏପରିକି ସରପଞ୍ଚଙ୍କର ପେନ୍ ଡ୍ରାଇଭ୍ ମଧ୍ୟ ଜିଆରଏସଙ୍କ ପାଖରେ ରହିଛି। ସେହିପରି ବିଚିତ୍ର ସବର ନାମକ ପଞ୍ଚାୟତ ବାସୀ କହିଛନ୍ତି ଯେ ଗତ ଦୁଇ ବର୍ଷ ଧରି ଜିଆରସି ଓ ସରପଞ୍ଚ ମିଶିକି ଭଲ କାମ କରୁଛନ୍ତି। ଯେଉଁ ସବୁ କାମ ଅସମ୍ପୂର୍ଣ୍ଣ ରହିଥିଲା, ସେସବୁ ସମ୍ପୂର୍ଣ୍ଣ ହେବାକୁ ଯାଉଥିବା ସେ କହିଛନ୍ତି।

ଅପରପକ୍ଷରେ ଜିଆରଏସ୍ ଅଶୋକ ପାତ୍ର ନିଜ ଉପରେ ଲାଗିଥିବା ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ସବୁ କାମରେ ସରପଞ୍ଚଙ୍କ ହସ୍ତକ୍ଷେପ ରହୁଛି। ସରପଞ୍ଚଙ୍କ ଅଜାଣତରେ କିଛି କାମ ହେଉନାହିଁ। ସରପଞ୍ଚ ନିଜେ ପଞ୍ଚାୟତକୁ ଆସି ଯାହା ଆବଶ୍ୟକ କାମ କରନ୍ତି। ସରପଞ୍ଚ ଯେଉଁ ସ୍ଥାନରେ ରୁହନ୍ତି, ସେଠାରେ ନେଟୱାର୍କ ନାହିଁ। ଯଦି କୌଣସି ବୈଠକ ଜରୁରୀ ଥିବ ଏବଂ ତାଙ୍କ ସହ ଯୋଗାଯୋଗ ନହୋଇପାରିଲା, ତାହେଲେ ସେ ଆସିପାରନ୍ତି ନାହିଁ। ନହେଲେ ବାକି ସବୁ ବୈଠକରେ ସରପଞ୍ଚ ଯୋଗ ଦିଅନ୍ତି। ତେଣୁ ସରପଞ୍ଚ ସବୁ ଉନ୍ନୟନମୂଳକ କାମ ବିଷୟରେ ଭଲଭାବେ ଅବଗତ ଅଛନ୍ତି। ଯେଉଁମାନେ ଅଭିଯୋଗ କରୁଛନ୍ତି ଯେ ଅଫିସର୍ ପଞ୍ଚାୟତ ଶାସନ କରୁଛନ୍ତି, ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ଜିଆରଏସ୍ କହିଛନ୍ତି।

ଏପଟେ ସରପଞ୍ଚଙ୍କ ପୁଅ ସୁଶାନ୍ତ ଗ୍ରାମରେ ମାଟି କାମ କରୁଥିବା ବେଳେ ତାଙ୍କ ବଡ଼ଭାଇ ରାଜ୍ୟ ବାହାରେ ଦାଦନ ଖଟୁଛନ୍ତି। ହେମଙ୍କ ସ୍ୱାମୀ ବାଦପଲ୍ଲୀ ପଞ୍ଚାୟତ କାର୍ଯ୍ୟାଳୟରେ ପିଅନ ଅଛନ୍ତି। ଏବେ ସରପଞ୍ଚ ଅବଧି ସରିବାକୁ ଆସିଥିଲେ ମଧ୍ୟ ଏକ ଭଙ୍ଗା କୁଡିଆରେ ସେ ଜୀବନ ଅତିବାହିତ କରନ୍ତି। ହେଲେ ତାଙ୍କ ସ୍ୱାମୀଙ୍କ ନାମରେ ୨୦୧୬ ମସିହାରେ ଏକ ଇନ୍ଦିରା ଆବାସ ହୋଇଥିଲା। ସେହି ଘରେ ପୁଅ, ବୋହୂ ରୁହନ୍ତି। ହେଲେ ପୂର୍ବରୁ ଯାହା କାମ ହେଉଥିଲା ସରପଞ୍ଚ ଜାଣୁ ନଥିଲା। ବର୍ତ୍ତମାନ ଏବେ କିଛି ମାସ ହେଲା ସରପଞ୍ଚ ଜାଣତର ହେଉଥିବା କହିଛନ୍ତି ସ୍ଥାନୀୟ ଲୋକେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story