ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାର କନ୍ଧମାଳ ହଳଦୀର ସ୍ୱତନ୍ତ୍ର ଚାହିଦା ରହିଛି। ଆଉ ଆଜି ଏଥିରେ ଯୋଡ଼ି ହୋଇ ଯାଇଛି ଆଉ ଏକ ଅଧ୍ୟାୟ। କନ୍ଧମାଳ ହଳଦୀକୁ ମିଳିଛି ଜିଆଇ ଟ୍ୟାଗ୍ (ଜିଓଗ୍ରାଫିକାଲ ଇଣ୍ଡିକେସନ)। ଜିଆଇ ମାନ୍ୟତା ମିଳିବା କନ୍ଧମାଳରେ ବସବାସ କରୁଥିବା ଅନୁସୂଚିତ ଜନଜାତି ସମ୍ପ୍ରଦାୟଙ୍କ ପାଇଁ ଏକ ବଡ଼ ସଫଳତା ରହିଛି ବୋଲି କହିଛି ଆବେଦନ କରିଥିବା ସଂଗଠନ ‘କସମ୍’।
ଜିଆଇ ମାନ୍ୟତା ୨୦୨୮ ଜାନୁଆରୀ ୧୦ ତାରିଖ ପର୍ଯ୍ୟନ୍ତ ରହିବ। କନ୍ଧମାଳ ହଳଦୀକୁ ଜିଆଇ ମାନ୍ୟତା ଦ୍ୱାରା ଏହାର ବିକ୍ରି ପାଇଁ ଉନ୍ନତ ବଜାର କ୍ଷେତ୍ର ସୃଷ୍ଟି ହେବ ବୋଲି ‘କସମ’ ପକ୍ଷରୁ କୁହାଯାଇଛି।
ସୂଚନାରୁ ପ୍ରକାଶ, ଜିଆଇ ଟ୍ୟାଗ ପାଇଁ MSME ମନ୍ତ୍ରାଳୟ ଅଧୀନରେ ଥିବା CTTC ପାଖରେ କନ୍ଧମାଳ ଆପେକ୍ସ ସ୍ପାଇସେସ୍ ଆସୋସିଏସନ ଫର ମାର୍କେଟିଂ (KASAM) ପକ୍ଷରୁ ଆବେଦନ କରାଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍, ପ୍ରଶାସନ ଓ ପୁଲିସକୁ ଖୋଲା ଚ୍ୟାଲେଞ୍ଜ
ଶ୍ରୀମନ୍ଦିର ଉପରେ ପ୍ରାୟ ଅଧଘଣ୍ଟା ଧରି ଡ୍ରୋନ୍ ଉଡ଼ିଲା, ଆଉ ଲୋକେ ଏସବୁକୁ ଦେଖିପାରିଲେ। ହେଲେ ନା ପୁଲିସ୍ ନା ଶ୍ରୀମନ୍ଦିର ପ୍ରଶାସନର କୌଣସି ଅଧିକାରୀ କେହି ଏସମ୍ପର୍କରେ ଟିକିଏ ବି ଟେର ପାଇଲେନି।
Miscellaneous
ପ୍ରବାସୀ ଭାରତୀୟ ଦିବସ: ସଜେଇ ହେଲାଣି ଜନତା ମଇଦାନ, ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଡିଜିପି
ପ୍ରବାସୀ ଭାରତୀୟଙ୍କ ମନ ମୋହିବାକୁ ଓଡ଼ିଶାର ହସ୍ତତନ୍ତ ଓ ହସ୍ତକଳାରେ ସଜେଇ ହେଲାଣି ଜନତା ମଇଦାନରେ ଓଡ଼ିଶା ପାଭିଲିୟନ। ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ପୁଲିସ୍ ଡିଜି।
Politics
ବିଜେଡିରେ ଦ୍ୱିତୀୟ ଓ ତୃତୀୟ ପିଢ଼ିର ନେତାଙ୍କ ଭିତରେ ବିବାଦ!
କିଛି ଦିନ ତଳେ ପୂର୍ବତନ ବିଧାୟକଙ୍କ ପୁଅମାନେ ମେଳି କରିଥିବା ନଜରକୁ ଆସିଥିଲା। ଯେଉଁଥିରେ ଥିଲେ ସମ୍ବିତ ରାଉତରାୟ, ରୁଦ୍ର ମହାରଥୀ, ବିଷ୍ଣୁବ୍ରତ ରାଉତରାୟ, ଚନ୍ଦ୍ରସାରଥି ବେହେରା, ଅଂଶୁମାନ ମହାନ୍ତି, ପ୍ରଣବ ବଳବନ୍ତରାୟ ପ୍ରମୁଖ।
Miscellaneous
ଆରମ୍ଭ ହେଲା ସହିଦ ମାଧୋ ସିଂ ହାତ ଖର୍ଚ୍ଚ
ସହିଦ ମାଧୋ ସିଂ ହାତ ଖର୍ଚ୍ଚ ବାବଦକୁ ଟଙ୍କା ସିଧା ବ୍ୟାଙ୍କ ଆକାଉଣ୍ଟକୁ ଯିବ। ଶୈକ୍ଷିକ ବାତାବରଣ ଓ ଆଦିବାସୀ ଛାତ୍ରଛାତ୍ରୀଙ୍କ ଶିକ୍ଷାର ମାନକୁ ବଢ଼ାଇବାକୁ ଏହି ପ୍ରୋତ୍ସାହନ ରାଶି ପ୍ରଦାନ ବ୍ୟବସ୍ଥା କରାଯାଇଛି।
Politics
ବିଜେଡି ନେତାଙ୍କ ମୂଷା ଉପାକ୍ଷାନ
ମୂଷା ବଂଶ କ’ଣ ଲୋପ୍ କରାଯାଇପାରିବ ନାହିଁ କି ପ୍ରଶ୍ନରେ ସମ୍ୱିତ କହିଛନ୍ତି, ମୂଷା ବଂଶ କ’ଣ ନିପାତ ହୋଇପାରିବ? କାରଣ ସେମାନଙ୍କର ପ୍ରଜନନ କ୍ଷମତା ଅଧିକ। ତେଣୁ ସେମାନେ ରହିବେ। ସେମାନଙ୍କ ବଂଶ ଲୋକ କରିହେବନି।