ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>କୋରାପୁଟ: କୋରାପୁଟ ଜିଲ୍ଲା ଡୁମୁରୀପୁଟ-ଦାମନଯୋଡ଼ି ଷ୍ଟେସନ ମଝିରେ ଏକ ମାଲବାହୀ ଟ୍ରେନର ୬ଟି ବଗି ଲାଇନ୍‌ଚ୍ୟୁତ ହୋଇଯାଇଛି। ଘଟଣା ସ୍ଥଳରେ ରେଳ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ସେହି ରୁଟ୍‌ରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ୩ଟି ଟ୍ରେନ୍‌କୁ ବାତିଲ କରାଯାଇଛି। ବାତିଲ୍‌ ଟ୍ରେନ୍ ଗୁଡ଼ିକ ହେଲା ଜଗଦଲପୁର-ହାଓ୍ୱଡା ସମଲେଶ୍ୱରୀ ଏକ୍ସପ୍ରେସ୍ ଓ କୋରାପୁଟ-ବିଶାଖାପାଟଣା ପାସେଞ୍ଜର ଟ୍ରେନ୍। ଗତକାଲି ଭୁବନେଶ୍ୱର ଛାଡ଼ିଥିବା ହୀରାଖଣ୍ଡ ଏକ୍ସପ୍ରେସ୍ ଆଶିଂକ ବାତିଲ ହୋଇଛି। ହୀରାଖଣ୍ଡ ଏକ୍ସପ୍ରେସକୁ ରାୟଗଡ଼ା ଓ ଜଗଦଲପୁର ମଧ୍ୟରେ ଉଭୟ ଦିଗରୁ ବାତିଲ କରାଯାଇଛି।</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।