ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>କୋରାପୁଟ<span style="color: #ff0000;"> (ଟି.ଗୌରୀଶଙ୍କର):</span> ସାରସ୍ୱତ ସାଧକ ପଦ୍ମଭୂଷଣ ଗୋପୀନାଥ ମହାନ୍ତି। ନିଜ କାଳଜୟୀ ଉପନ୍ୟାସ ‘ଅମୃତର ସନ୍ତାନ’ ପାଇଁ ପ୍ରଥମେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଓ ‘ମାଟିମଟାଳ’ ପାଇଁ ଓଡ଼ିଶାର ପ୍ରଥମ ସାହିତ୍ୟିକ ଭାବେ ପାଇଥିଲେ ଜ୍ଞାନପୀଠ ପୁରସ୍କାର। ତାଙ୍କ ସାହିତ୍ୟିକ ଜୀବନ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇଥିଲା କୋରାପୁଟ। ୧୯୪୦ରୁ ୪୫ ପର୍ଯ୍ୟନ୍ତ ସେଠାରେ ଏକ ସରକାରୀ କ୍ୱାର୍ଟର୍ସରେ ରହି ସାହିତ୍ୟ ରଚନା କରିଥିଲେ ଗୋପୀନାଥ। କିନ୍ତୁ ବିଡ଼ମ୍ବନା ଆଜି ସେହି ଘର ସମ୍ପୂର୍ଣ୍ଣ ଅବହେଳିତ ଅବସ୍ଥାରେ ରହିଛି।</p> <p>ମାଟିମଟାଳ, ଅମୃତର ସନ୍ତାନ, ଦାଦିବୁଢ଼ା, ପରଜା। ଦେହରେ ଶିହରଣ ଖେଳାଇବା ପାଇଁ ଏଇ କାଳଜୟୀ ନାଁ ମାନେ ହିଁ ଯଥେଷ୍ଟ। ଆଦିବାସୀଙ୍କ ମନର କଥା ଓ ମନ ପଛର ବ୍ୟଥାକୁ ବହିର ପୃଷ୍ଠାରେ ନୁହେଁ, ବରଂ ଲୋକଙ୍କ ମନରେ ଉତାରି ଦେଇଥିଲେ ସାରସ୍ୱତ ସାଧକ ଗୋପୀନାଥ ମହାନ୍ତି। ୪୦ ଦଶକର କଥା, କୋରାପୁଟ ସହର ମଝି ଏଇ ସରକାରୀ କ୍ୱାର୍ଟର୍ସରେ ୫ ବର୍ଷ କାଟିଥିଲେ ସେତେବେଳର ରାଜସ୍ୱ ଅଧିକାରୀ ଗୋପୀନାଥ। ଏଇଠି ହିଁ ଅତି ନିକଟରୁ ଦେଖିଥିଲେ ଆଦିବାସୀଙ୍କ ଜୀବନ ଓ ଯନ୍ତ୍ରଣା। ଆଉ ଏଇଠି ହିଁ ଲେଖିଥିଲେ ଜ୍ଞାନପୀଠ ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଉପନ୍ୟାସ ମାଟିମଟାଳ ଓ ଅମୃତର ସନ୍ତାନ।</p> <p>ଗୋପୀନାଥ ମହାନ୍ତିଙ୍କୁ ସାହିତ୍ୟର ମୋହରେ ଆଚ୍ଛନ୍ନ କରିଥିବା ଏହି ପରିବେଶ ଆଜି କେମିତି ଭୂତ କୋଠି ପାଲଟିଯାଇଛି। ୨୦ ବର୍ଷ ହେଲା ଏହା ବିଏସ୍ଏନ୍ଏଲ୍‌ ଷ୍ଟୋର ରୁମ୍‌ ଭାବେ କାମରେ ଲାଗୁଛି। ତେଣୁ ଏଇ ଘରକୁ ଗୋପୀନାଥ ସ୍ମୃତି କୂଟୀର ଭାବେ ସଂରକ୍ଷିତ କରି ଏଠାରେ ଏକ ସଂଗ୍ରହାଳୟ ଖୋଲିବାକୁ ବହୁ ଦିନରୁ ଦାବି ହୋଇଆସୁଛି। ନିକଟରେ ଆସାମର ସାହିତ୍ୟିକ ଲକ୍ଷ୍ମୀକାନ୍ତ ବେଜବରୁଆଙ୍କ ସମ୍ବଲପୁରରେ ଥିବା ବାସଭବନର ସଂରକ୍ଷଣ ଦାୟିତ୍ୱ ରାଜ୍ୟ ସରକାର ନେବା ପରେ ସ୍ଥାନୀୟ ସାହିତ୍ୟପ୍ରେମୀଙ୍କ ମନରେ ପୁଣି ଆଶା ସଞ୍ଚାର ହୋଇଛି।</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।