ଲାଞ୍ଚୁଆ ଅଫିସରଙ୍କୁ ଚରମବାଣୀ ଶୁଣାଇଲେ ଅରୁଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଲାଞ୍ଚୁଆ ଅଫିସରଙ୍କୁ ଟାର୍ଗେଟ କଲେ କୃଷି ମନ୍ତ୍ରୀ ଅରୁଣ ସାହୁ । ଯଦି କେହି ଅନ୍ୟାୟ ଅନୀତି କରିବେ ତାଙ୍କୁ କଡା ନିର୍ଦ୍ଦେଶ, ସେଭଳି ନକରନ୍ତୁ । ଓୟୁଏଟିରେ ଅନୁଷ୍ଠିତ ବିଶ୍ୱ ଅଣ୍ଡା ଦିବସ ସମାରୋହରେ ଦୁର୍ନିତିଗ୍ରସ୍ତ ଅଧିକାରୀଙ୍କୁ ଏଭଳି ଚରମବାଣୀ ଶୁଣାଇଛନ୍ତି ମନ୍ତ୍ରୀ। ଏହାସହ ଯଦି କେହି ଅଧିକାରୀ ଅନୈତିକ କାର୍ଯ୍ୟରେ ଲିପ୍ତଥାନ୍ତି ସେ ସମ୍ପର୍କରେ ତୁରନ୍ତ ଜଣାଇବାକୁ ଉଦ୍ୟୋଗୀ ଓ ଚାଷୀଙ୍କୁ କହିଛନ୍ତି। ଫଳରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ। ସେ କହିଛନ୍ତି ଯେ, […]

4fg

4fg

Tapas Behera
  • Published: Friday, 11 October 2019
  • Updated: 11 October 2019, 07:28 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଲାଞ୍ଚୁଆ ଅଫିସରଙ୍କୁ ଟାର୍ଗେଟ କଲେ କୃଷି ମନ୍ତ୍ରୀ ଅରୁଣ ସାହୁ । ଯଦି କେହି ଅନ୍ୟାୟ ଅନୀତି କରିବେ ତାଙ୍କୁ କଡା ନିର୍ଦ୍ଦେଶ, ସେଭଳି ନକରନ୍ତୁ । ଓୟୁଏଟିରେ ଅନୁଷ୍ଠିତ ବିଶ୍ୱ ଅଣ୍ଡା ଦିବସ ସମାରୋହରେ ଦୁର୍ନିତିଗ୍ରସ୍ତ ଅଧିକାରୀଙ୍କୁ ଏଭଳି ଚରମବାଣୀ ଶୁଣାଇଛନ୍ତି ମନ୍ତ୍ରୀ।

ଏହାସହ ଯଦି କେହି ଅଧିକାରୀ ଅନୈତିକ କାର୍ଯ୍ୟରେ ଲିପ୍ତଥାନ୍ତି ସେ ସମ୍ପର୍କରେ ତୁରନ୍ତ ଜଣାଇବାକୁ ଉଦ୍ୟୋଗୀ ଓ ଚାଷୀଙ୍କୁ କହିଛନ୍ତି। ଫଳରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ। ସେ କହିଛନ୍ତି ଯେ, ବହୁତ ଅଫିସର ବହୁତ ଭଲ କାମ କରୁଛନ୍ତି।  ଯଦି କେହି ଅନ୍ୟାୟ ଅନିତୀ କରିବେ ତାହାହେଲେ ତାଙ୍କୁ କଡ଼ା ନିର୍ଦ୍ଦେଶ। ସେଭଲି ସେ ନକରନ୍ତୁ।

ଉଦ୍ୟୋଗୀ ଓ ଚାଷୀମାନଙ୍କୁ ଅନୁରୋଧ କରାଯାଇଛି ଯଦି ସେଭଳି କିଛି କେହି ଲାଞ୍ଚ ଦାବି କରିବେ ତାହେଲେ ତାଙ୍କ ସମ୍ପର୍କରେ ସିଧାସଳଖ ଜଣାଇବାକୁ ସେ ଅନୁରୋଧ କରିଛନ୍ତି। ଯାହାଫଳରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେ କହିଛନ୍ତି ଯେ, ୨୦୦୦ ମସିହାରେ ମାତ୍ର ୨୫ ଲକ୍ଷ ଅଣ୍ଡା ଉତ୍ପାଦନ ହେଉଥିଲା।  ବର୍ତ୍ତମାନ ଆମେ ୬୫ ଲକ୍ଷକୁ ଟପିଲୁଣି।
https://youtu.be/0sooyKyQ7m4

ଏଥିସହ ଅନେକ ଗୁଡ଼ିଏ ଫାର୍ମ ପାଇଁ ପାଇପ୍‌ଲାଇନ୍‌ରେ  ଅଛି। କୃଷି ଉଦ୍ୟୋଗ ଯୋଜନାରେ ସେମାନଙ୍କୁ ସାହାଯ୍ୟ ଦିଆଯାଉଛି। ତେଣୁ ଆମେ ବହୁ ଆଗକୁ ଯାଇଛେ ଏବଂ ଯିବୁ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos