କଳ୍ପନାଙ୍କ ମୃତଦେହ ଆଣିବା ପାଇଁ ଏଭେରେଷ୍ଟ ପର୍ବତରେ ବନ୍ଧା ଚାଲିଛି ରସି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର ପ୍ରଥମ ମହିଳା ଏଭେରେଷ୍ଟ ଆରୋହଣକାରୀ କଳ୍ପନା ଦାସଙ୍କ ମୃତଦେହ ଆଜି ଅପରାହ୍ନ ୩ଟା ସୁଦ୍ଧା ବେସ୍‌ କ୍ୟାମ୍ପ ଟୁକୁ ଆସିବା ସମ୍ଭାବନା ରହିଛି। ତାଙ୍କ ପାର୍ଥିବ ଶରୀରକୁ ଆଣିବା ପାଇଁ ୬ଜଣ ସେରପା ଯାଇଥିବା ବେଳେ ଆଉ ୪ଜଣ ସେରପା ବେସ କ୍ୟାମ୍ପ ଟୁ ପର୍ଯ୍ୟନ୍ତ ଦଉଡ଼ି ବାନ୍ଧିବା କାର୍ଯ୍ୟରେ ଲାଗିଛନ୍ତି। ଦଉଡ଼ି ଜରିଆରେ ମୃତ ଶରୀରକୁ ସ୍ଲାଇଡିଂ କରି ବେସ୍‌ କ୍ୟାମ୍ପ ଟୁ କୁ ଅଣାଯିବ। ରାଜ୍ୟ ସରକାରଙ୍କ ପକ୍ଷରୁ ହେଲିକପ୍ଟର […]

b-99-8

b-99-8

Jyoshna Pradhan
  • Published: Tuesday, 28 May 2019
  • Updated: 28 May 2019, 08:35 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର ପ୍ରଥମ ମହିଳା ଏଭେରେଷ୍ଟ ଆରୋହଣକାରୀ କଳ୍ପନା ଦାସଙ୍କ ମୃତଦେହ ଆଜି ଅପରାହ୍ନ ୩ଟା ସୁଦ୍ଧା ବେସ୍‌ କ୍ୟାମ୍ପ ଟୁକୁ ଆସିବା ସମ୍ଭାବନା ରହିଛି। ତାଙ୍କ ପାର୍ଥିବ ଶରୀରକୁ ଆଣିବା ପାଇଁ ୬ଜଣ ସେରପା ଯାଇଥିବା ବେଳେ ଆଉ ୪ଜଣ ସେରପା ବେସ କ୍ୟାମ୍ପ ଟୁ ପର୍ଯ୍ୟନ୍ତ ଦଉଡ଼ି ବାନ୍ଧିବା କାର୍ଯ୍ୟରେ ଲାଗିଛନ୍ତି। ଦଉଡ଼ି ଜରିଆରେ ମୃତ ଶରୀରକୁ ସ୍ଲାଇଡିଂ କରି ବେସ୍‌ କ୍ୟାମ୍ପ ଟୁ କୁ ଅଣାଯିବ। ରାଜ୍ୟ ସରକାରଙ୍କ ପକ୍ଷରୁ ହେଲିକପ୍ଟର ଭଡ଼ା କରି ରଖାଯାଇଛି। ଆଜି ସଂଧ୍ୟାସୁଦ୍ଧା ମୃତଶରୀର ପହଞ୍ଚିଗଲେ ହେଲିକପ୍ଟର ଯୋଗେ ଲୁକଲା ଅଣାଯିବ।

ତେବେ ଲୁକଲା ପୁଲିସର ସମସ୍ତ କାମ ସରିବା ପରେ ପୁଣି  କାଠମାଣ୍ଡୁ ମେଡିକାଲରେ ପୋଷ୍ଟମର୍ଟମ ହେବ। ତା’ପରେ ଭାରତୀୟ ଦୂତାବାସ ତାର ସମସ୍ତ ଡକ୍ୟୁମେଣ୍ଟସନ କରି ସାରିବା ପରେ ଓଡ଼ିଶାରୁ ଯାଇଥିବା ୩ଜଣିଆ ଟିମକୁ ହସ୍ତାନ୍ତର କରାଯିବ। ନେପାଳରେ ଥିବା ନେପାଳ ଏସ.ବି.ଆଇ ବ୍ୟାଙ୍କ ଲିମିଟେଡର ସି.ଓ.ଓ ଜଣେ ଓଡ଼ିଆ ଅଫିସର ସୀତାଶୁଂ କାନୁନଗୋ ମୃତଶରୀର କିପରି ଓଡ଼ିଶା ଫେରି ପାରିବ ସ୍ୱେଛାକୃତ ଭାବେ ସମସ୍ତ କାର୍ଯ୍ୟକୁ ସେ ତଦାରକ କରୁଛନ୍ତି।

ଓ୍ୱିମେନ ଇନ୍ ନ୍ୟାସନାଲ ଡେଭଲପମେଣ୍ଟ କାର୍ଯ୍ୟକ୍ରମରେ ସାମିଲ ହୋଇ ଭାରତରୁ କଳ୍ପନା ଦାସ, ଚୀନରୁ ଲିୟାମୁ ମାଆନ୍, ଏବଂ ନେପାଳର  କାଞ୍ଚିମାୟା ତାମାଣ୍ଡ ଆଦି ତିନିଜଣ ମହିଳା ଏଭେରେଷ୍ଟ ସମିଟ୍‌ରେ ଯାଇଥିଲେ। ୨୩ ତାରିଖ ଦିନ ୧୨ ଟା ୧୫ରେ କଳ୍ପନା ଦାସ ଦ୍ୱିତୀୟ ଥର ପାଇଁ ଏଭେରେଷ୍ଟ ସମିଟ କରିଛନ୍ତି ବୋଲି ସମ୍ପୃକ୍ତ ସଂସ୍ଥା ଭାରତୀୟ ଦୂତାବାସକୁ ସୂଚନା ଦେଇଛି।।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos